Posted inଜାତୀୟ

ପୂର୍ବତନ ବାଚସ୍ପତିଙ୍କୁ ମୃତ୍ୟୁ ଘୋଷଣା କଲେ ଶଶି ଥରୁର, ବିରୋଧ ପରେ ହଟାଇଲେ ଟୁଇଟ୍‌

ନୂଆଦିଲ୍ଲୀ,୨୩।୪: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ଗୁରୁବାର ଲୋକ ସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ଦେହାନ୍ତ ସମ୍ପର୍କରେ ଏକ ଟୁଇଟ୍‌ କରି ଫଶି ଯାଇଛନ୍ତି। ଏହି ଟୁଇଟ ପରେ ଭାଜପା କହିଛି ଯେ, ଏହି ଖବର ଏକ ଗୁଜବ ଥିଲା। ସୁମିତ୍ରା ମହାଜନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ସୂଚନା ପରେ ଶଶି ଥରୁର ଏବେ ତାଙ୍କ ଟୁଇଟ୍‌କୁ ଡିଲିଟ କରିଛନ୍ତି। ତାଙ୍କର ପୁରୁଣା ଟୁଇଟ ଡିଲିଟ କରି ଥରୁର କହିଛନ୍ତି ଯେ ସୁମିତ୍ରା ମହାଜନଙ୍କ ସୁସ୍ଥ ବିଷୟରେ ସୂଚନା ପାଇବା ପରେ ସେ ଆଶ୍ୱସ୍ତି ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଟୁଇଟ୍‌ କରି ଲେଖିଛନ୍ତି, ଯଦି ନିଆଁ ଏହିପରି ହୁଏ ତେବେ ଏହା ମୋ ପାଇଁ ଏକ ଆରାମଦାୟକ ଖବର। ମୁଁ ଏହି ସୂଚନା ବିଶ୍ୱାସଯୋଗ୍ୟ ଉତ୍ସରୁ ପାଇଥିଲି। ଏହି ଟୁଇଟ୍‌ ଡିଲିଟ୍‌ କରି ମୁଁ ବହୁତ ଖୁସି ଏବଂ ଦୁଃଖିତ ଯେ ଏପରି ଗୁଜବ ଖବର ମୋତେ ମିଳିଥିଲା। ସୂଚନାଯୋଗ୍ୟ, ଶଶି ଥରୁରଙ୍କ ଟୁଇଟ୍‌କୁ ଗୁଜବ ବୋଲି ବର୍ଣ୍ଣନା କରି ଭାଜପା ନେତା କହିଛନ୍ତି ଯେ, ୭୮ ବର୍ଷୀୟା ସୁମିତ୍ରା ମହାଜନ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ସୁସ୍ଥ ଅଛନ୍ତି। ତାଙ୍କ ଦେହାନ୍ତ ଖବର ସମ୍ପୂର୍ଣ୍ଣ ଗୁଜବ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପ୍ରଭାବ: ଲତାଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କ ଭାଗ୍ୟ ବଦଳିଲା, ମିଳୁଛି ଅନେକ ଶୋ’ର ଅଫର୍‌

ମୁମ୍ବାଇ: ଆଜିର ଅତ୍ୟାଧୁନିକ ସମାଜରେ ସୋସିଆଲ ମିଡିଆର ପ୍ରଭାବ ଅଧିକ।ଏଥିରେ କୌଣସି ଘଟଣା ଥରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଯାଆନ୍ତି ଅନେକେ। ଏପରି...

ମୋଦିଙ୍କୁ ହତ୍ୟା କରିବାକୁ ଚାହୁଁଛି କଂଗ୍ରେସ: କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୪।୩: ଭାଜପା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କଂଗ୍ରେସ ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

୨ ସପ୍ତାହ ବଢିପାରେ ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ନେଇ ଦେଶରେ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ଆଉ ୩ ଦିନ ପରେ ଶେଷ ହେବାକୁ ଯାଉଛି। ହେଲେ ଏହି...

ବିବାହ ବେଦୀରେ ବସିଥିଲେ ସିଆର୍‌ପିଏଫ୍‌ ଯବାନ, ପହଞ୍ଚିଲେ ପ୍ରେମିକା: ଆଉ ତା’ପରେ…

କାନପୁର,୨।୭: ସିଆର୍‌ପିଏଫ୍‌ ଯବାନ ନିଜ ପ୍ରେମିକାଙ୍କୁ ଧୋକା ଦେବା ମହଙ୍ଗା ପଡିଛି। ପ୍ରେମିକାଙ୍କୁ ଛାଡି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ଫଶିଯାଇଛନ୍ତି ଯବାନ। ଫଳରେ...

ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ

ନୂଆଦିଲ୍ଲୀ,୮ା୨: ତୁର୍କୀରେ ହୋଇଥିବା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୧୦୦୦ ଟପିଥିବା ବେଳେ ବିପର୍ଯ୍ୟୟ ପ୍ରଭାବିତ ଦେଶକୁ ସାହାଯ୍ୟ କରିବା ପାଇଁ ଭାରତ ବିପୁଳ ପରିମାଣର...

ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ ଭେଟିଲେ ସୋନିଆ-ମନମୋହନ

ନୂଆଦିଲ୍ଲୀ,୨୩।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ଭେଟିଛନ୍ତି। ସେମାନଙ୍କ...

ଏସିବି ଜାଲରେ ୨୧ ସରକାରୀବାବୁ

ବେଙ୍ଗାଲୁରୁ,୧୭।୬: କର୍ନାଟକର ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ଶୁକ୍ରବାର ୨୧ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ମାମଲାରେ ୮୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏକକାଳୀନ...

ସ୍କୁଲରେ ସିଗାରେଟ ଟାଣୁଥିଲେ ପ୍ରିନ୍ସପାଲ: ଜଣାପଡ଼ିବା ପରେ…

ପାଟଣା, ୨୪।୯: ବିହାର ଭାଗଲପୁରର ଏକ ସରକାରୀ ବିଦ୍ୟାଳୟରେ ପ୍ରିନ୍ସପାଲଙ୍କୁ ସିଗାରେଟ ଟାଣିବା ମହଙ୍ଗା ପଡ଼ିଛି। କରୋନା ମହାମାରୀ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।...

Advertisement
Archives

Model This Week