ଲୋକେ ପିଇବେ ଖୋଲା କୂଅ ପାଣି

ଯାଜପୁର ଅଫିସ,୨୩।୪: ଖରାର ପ୍ରକୋପ ସହିତ ତାଳ ଦେଇ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ବଢ଼ି ଚାଲିଛି। ଭୂତଳ ଜଳସ୍ତର କମିବାରେ ଲାଗିଛି। ଫଳରେ କୂଅ, ନଳକୂପ, ନଦୀ, ପୋଖରୀ ଶୁଖିବା ଆରମ୍ଭ ହୋଇଛି। ପାଣି ପାଇଁ ଗ୍ରାମାଞ୍ଚଳ ଲୋକେ ଡହଳବିକଳ ହେଉଛନ୍ତି। କୂପରୁ ପ୍ରତିଦିନ ଝରୁଥିବା ପାଣି ଓ ନଦୀରେ ଚୁଆ ଖୋଳି ଲୋକେ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ଯଦିଓ ସେହି ପାଣି ପାନୀୟ ଜଳ ମାନକ ନୁହେଁ, ତଥାପି ଲୋକେ ତାକୁ ବ୍ୟବହାର କରୁଛନ୍ତି। ଖୋଲା କୂପଗୁଡ଼ିକର ଉନ୍ନତୀକରଣ ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଭଳି ନିଷ୍ପତ୍ତି ଲୋକଙ୍କୁ ପୁଣି ଥରେ ଖୋଲା କୂପ ଉପରେ ନିର୍ଭର କରିବାକୁ ପରୋକ୍ଷ ଭାବେ ବାଧ୍ୟ କରାଯାଉଥିବା ସାଧାରଣରେ ମତପ୍ରକାଶ ପାଇଛି। ମେଗା, ମଧ୍ୟମ ଓ କ୍ଷୁଦ୍ର ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାରେ ବିଭାଗ ବିଫଳ ହେବା ପରେ ଏପରି ନିଷ୍ପତ୍ତି ନେଇଥିବା ମନେହେଉଛି।
୧୯ା୪ା୨୦୨୧ରେ ଓଡ଼ିଶା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ପାନୀୟ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ନଳକୂପଗୁଡ଼ିକର ଉନ୍ନତୀକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶନାମାରେ ସେ ଦର୍ଶାଇଛନ୍ତି, ଯେଉଁଠାରେ ଏହି ଗ୍ରୀଷ୍ମ ପ୍ରବାହ ବେଳେ ପାନୀୟ ଜଳ ଯୋଗାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ, ସେଠାରେ ଥିବା ଖୋଲା କୂପ, ଚହଲା ଇତ୍ୟାଦି ଉତ୍ସର ପୁନଃଖନନ କରାଯାଇପାରେ। ଏକ ପାନୀୟ ଜଳଉତ୍ସକୁ ୧.୨ ମିଟର ବ୍ୟାସ ଓ ୨ରୁ ୨.୫ ମିଟର ଗଭୀର ପର୍ଯ୍ୟନ୍ତ ସିମେଣ୍ଟ ରିଙ୍ଗ(ନନ୍ଦ)ର ବ୍ୟବସ୍ଥା କରାଯାଇପାରେ। ଏଥିସହ ଅଧିକ ଗଭୀରତା ପର୍ଯ୍ୟନ୍ତ ଖନନ କରାଯାଇପାରେ, ଯାହା ଦ୍ୱାରା ସଂରକ୍ଷଣ ସୁବିଧା ସହିତ ଜଳ ଯୋଗାଇବ । ସେହି ପ୍ରକଳ୍ପର ବାହ୍ୟ ବ୍ୟାସ ସହିତ ସର୍ବନିମ୍ନ ଘନତା ୦.୩ ମିଟର ତଳୁ ଜଳ ଧାରଣ ଉଚ୍ଚତା ପର୍ଯ୍ୟନ୍ତ ରହିବ। ସିମେଣ୍ଟ ନନ୍ଦକୁ ପ୍ରାକୃତିକ ଭୂମିସ୍ତରଠାରୁ ୦.୬ ମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାର କରାଯିବ । ଯେପରି କୂଅରେ ଭୂପୃଷ୍ଠ ଜଳ ପ୍ରବେଶ କରିବ ନାହିଁ। ଉପରୋକ୍ତ କାର୍ଯ୍ୟକୁ ଶେଷ କରିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ପର୍ଯ୍ୟାୟ କ୍ରମେ ସେହି କୂଅ ପାଣିକୁ ଶୁଦ୍ଧ କରାଯିବ। ଲୋକଙ୍କୁ ବ୍ୟବହାର ଧାରଣା ପ୍ରଦାନ ସହିତ ବ୍ଲିଚିଂ ପାଉଡର ଯୋଗାଇ ଦିଆଯିବ। ଏମିତି ଏକ ସୁରକ୍ଷିତ ପାନୀୟ ଜଳ ଉତ୍ସକୁ ଉପରୋକ୍ତ ଗାଇଡଲାଇନ ଅନୁଯାୟୀ ଏକ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରାଯିବ। ତଦନୁସାରେ ପାଣ୍ଠି ଅଟକଳ କରାଯାଇ ଖର୍ଚ୍ଚ ହେବ ବୋଲି ବିଭାଗୀୟ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ସାରା ରାଜ୍ୟରେ ୬ଟି ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ ୨୦୨୧ ମାର୍ଚ୍ଚ ସୁଦ୍ଧା ଜଳ ଜୀବନ ମିଶନ (ଜେଜେଏମ୍‌) ଯୋଜନାରେ ୨୨୪୦ କୋଟି ଟଙ୍କା ପାଣ୍ଠି ରହିଥିବାବେଳେ ୧୪୭୪ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏଥିରେ ୪୫୦ଟି ପ୍ରକଳ୍ପ ମଧ୍ୟରୁ ୪୧୮ଟି ସମ୍ପୂର୍ଣ୍ଣ ହୋଇଛି। ବସୁଧା ଯୋଜନାରେ ୨୫୦୦ କୋଟିରୁ ୮୮୨.୯୩ କୋଟି ଖର୍ଚ୍ଚ ହୋଇଥିବାବେଳେ ଲକ୍ଷ୍ୟଧାର୍ଯ୍ୟ ୬୫୦ଟି ପ୍ରକଳ୍ପରୁ ୬୦୨ଟି ସମ୍ପୂର୍ଣ୍ଣ ହୋଇଛି। ଆର୍‌ଆଇଡିଏଫ୍‌(ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ)ରେ ୭୫୦ କୋଟି ମଧ୍ୟରୁ ୯୬୫.୬୭ କୋଟି ଖର୍ଚ୍ଚ କରାଯାଇ ଧାର୍ଯ୍ୟ ୧୧୦ ପ୍ରକଳ୍ପରୁ ୭୩ଟି ନିର୍ମାଣ ହୋଇଛି। ଚତୁର୍ଥ ସ୍ବତନ୍ତ୍ର ଅର୍ଥ କମିଶନରେ ୧୩୫ କୋଟି ମଧ୍ୟରୁ ୪୪.୦୮ କୋଟି ଖର୍ଚ୍ଚ କରାଯାଇ ଧାର୍ଯ୍ୟ ୭ଟି ମେଗା ପ୍ରକଳ୍ପରୁ ଗୋଟିଏ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେଶନ(ଡିଏମ୍‌ଏଫ୍‌)ରେ ୧୩୧୯.୪୮ କୋଟି ମଧ୍ୟରୁ ୬୬୦.୩୮ କୋଟି ଖର୍ଚ୍ଚ କରାଯାଇ ଧାର୍ଯ୍ୟ ୪୭୬ଟି ପ୍ରକଳ୍ପରୁ ମାତ୍ର ୧୦୬ଟି ପ୍ରକଳ୍ପ ନିର୍ମାଣ ହୋଇଛି। ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି)ରେ ଖଣି ପ୍ରଭାବିତ ଅଞ୍ଚଳରେ ଛୋଟବଡ଼ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ଯୋଜନାରେ ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, କୋରାପୁଟ, ଝାରସୁଗୁଡ଼ା, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାରେ ଛୋଟବଡ ୨୮୬ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିରେ ମାର୍ଚ୍ଚ ଶେଷ ସୁଦ୍ଧା ୫୦୫.୪୯ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏଭଳି ଭାବେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସହ ପ୍ରକଳ୍ପ ସଂଖ୍ୟା ବଢୁଥିବାବେଳେ ଲୋକଙ୍କୁ ବିଶୁଦ୍ଧ ପାଣି ଟିକିଏ ମିଳୁନାହିଁ। ନିମ୍ନମାନର କାର୍ଯ୍ୟ ସହ ଠିକାଦାରି ରାଜନୀତି ଯୋଗୁ ଅଧିକାଂଶ ପାଇପ ଜଳଯୋଗାଣ ପ୍ରକଳ୍ପ ଦୀର୍ଘସ୍ଥାୟୀ ହୋଇ ପାରୁନାହିଁ। ନିର୍ଦ୍ଧାରିତ ଲୋକଙ୍କୁ ପାଣି ମଧ୍ୟ ପହଞ୍ଚି ପାରୁ ନ ଥିବା ନଜୀର ରହିଛି। ଯଦ୍ଦ୍ବାରା ସରକାର ନିହାତି ଜରୁରୀ ପରିସ୍ଥିତିରେ ଖୋଲାକୂପ ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇ ପ୍ରାୟ ୨୫ ବର୍ଷ ତଳକୁ ଲୋକମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?