ଲୋକେ ପିଇବେ ଖୋଲା କୂଅ ପାଣି

ଯାଜପୁର ଅଫିସ,୨୩।୪: ଖରାର ପ୍ରକୋପ ସହିତ ତାଳ ଦେଇ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ବଢ଼ି ଚାଲିଛି। ଭୂତଳ ଜଳସ୍ତର କମିବାରେ ଲାଗିଛି। ଫଳରେ କୂଅ, ନଳକୂପ, ନଦୀ, ପୋଖରୀ ଶୁଖିବା ଆରମ୍ଭ ହୋଇଛି। ପାଣି ପାଇଁ ଗ୍ରାମାଞ୍ଚଳ ଲୋକେ ଡହଳବିକଳ ହେଉଛନ୍ତି। କୂପରୁ ପ୍ରତିଦିନ ଝରୁଥିବା ପାଣି ଓ ନଦୀରେ ଚୁଆ ଖୋଳି ଲୋକେ ଜଳ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ଯଦିଓ ସେହି ପାଣି ପାନୀୟ ଜଳ ମାନକ ନୁହେଁ, ତଥାପି ଲୋକେ ତାକୁ ବ୍ୟବହାର କରୁଛନ୍ତି। ଖୋଲା କୂପଗୁଡ଼ିକର ଉନ୍ନତୀକରଣ ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଭଳି ନିଷ୍ପତ୍ତି ଲୋକଙ୍କୁ ପୁଣି ଥରେ ଖୋଲା କୂପ ଉପରେ ନିର୍ଭର କରିବାକୁ ପରୋକ୍ଷ ଭାବେ ବାଧ୍ୟ କରାଯାଉଥିବା ସାଧାରଣରେ ମତପ୍ରକାଶ ପାଇଛି। ମେଗା, ମଧ୍ୟମ ଓ କ୍ଷୁଦ୍ର ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାରେ ବିଭାଗ ବିଫଳ ହେବା ପରେ ଏପରି ନିଷ୍ପତ୍ତି ନେଇଥିବା ମନେହେଉଛି।
୧୯ା୪ା୨୦୨୧ରେ ଓଡ଼ିଶା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ପାନୀୟ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ନଳକୂପଗୁଡ଼ିକର ଉନ୍ନତୀକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶନାମାରେ ସେ ଦର୍ଶାଇଛନ୍ତି, ଯେଉଁଠାରେ ଏହି ଗ୍ରୀଷ୍ମ ପ୍ରବାହ ବେଳେ ପାନୀୟ ଜଳ ଯୋଗାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ, ସେଠାରେ ଥିବା ଖୋଲା କୂପ, ଚହଲା ଇତ୍ୟାଦି ଉତ୍ସର ପୁନଃଖନନ କରାଯାଇପାରେ। ଏକ ପାନୀୟ ଜଳଉତ୍ସକୁ ୧.୨ ମିଟର ବ୍ୟାସ ଓ ୨ରୁ ୨.୫ ମିଟର ଗଭୀର ପର୍ଯ୍ୟନ୍ତ ସିମେଣ୍ଟ ରିଙ୍ଗ(ନନ୍ଦ)ର ବ୍ୟବସ୍ଥା କରାଯାଇପାରେ। ଏଥିସହ ଅଧିକ ଗଭୀରତା ପର୍ଯ୍ୟନ୍ତ ଖନନ କରାଯାଇପାରେ, ଯାହା ଦ୍ୱାରା ସଂରକ୍ଷଣ ସୁବିଧା ସହିତ ଜଳ ଯୋଗାଇବ । ସେହି ପ୍ରକଳ୍ପର ବାହ୍ୟ ବ୍ୟାସ ସହିତ ସର୍ବନିମ୍ନ ଘନତା ୦.୩ ମିଟର ତଳୁ ଜଳ ଧାରଣ ଉଚ୍ଚତା ପର୍ଯ୍ୟନ୍ତ ରହିବ। ସିମେଣ୍ଟ ନନ୍ଦକୁ ପ୍ରାକୃତିକ ଭୂମିସ୍ତରଠାରୁ ୦.୬ ମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାର କରାଯିବ । ଯେପରି କୂଅରେ ଭୂପୃଷ୍ଠ ଜଳ ପ୍ରବେଶ କରିବ ନାହିଁ। ଉପରୋକ୍ତ କାର୍ଯ୍ୟକୁ ଶେଷ କରିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ପର୍ଯ୍ୟାୟ କ୍ରମେ ସେହି କୂଅ ପାଣିକୁ ଶୁଦ୍ଧ କରାଯିବ। ଲୋକଙ୍କୁ ବ୍ୟବହାର ଧାରଣା ପ୍ରଦାନ ସହିତ ବ୍ଲିଚିଂ ପାଉଡର ଯୋଗାଇ ଦିଆଯିବ। ଏମିତି ଏକ ସୁରକ୍ଷିତ ପାନୀୟ ଜଳ ଉତ୍ସକୁ ଉପରୋକ୍ତ ଗାଇଡଲାଇନ ଅନୁଯାୟୀ ଏକ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରାଯିବ। ତଦନୁସାରେ ପାଣ୍ଠି ଅଟକଳ କରାଯାଇ ଖର୍ଚ୍ଚ ହେବ ବୋଲି ବିଭାଗୀୟ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ସାରା ରାଜ୍ୟରେ ୬ଟି ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ ୨୦୨୧ ମାର୍ଚ୍ଚ ସୁଦ୍ଧା ଜଳ ଜୀବନ ମିଶନ (ଜେଜେଏମ୍‌) ଯୋଜନାରେ ୨୨୪୦ କୋଟି ଟଙ୍କା ପାଣ୍ଠି ରହିଥିବାବେଳେ ୧୪୭୪ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏଥିରେ ୪୫୦ଟି ପ୍ରକଳ୍ପ ମଧ୍ୟରୁ ୪୧୮ଟି ସମ୍ପୂର୍ଣ୍ଣ ହୋଇଛି। ବସୁଧା ଯୋଜନାରେ ୨୫୦୦ କୋଟିରୁ ୮୮୨.୯୩ କୋଟି ଖର୍ଚ୍ଚ ହୋଇଥିବାବେଳେ ଲକ୍ଷ୍ୟଧାର୍ଯ୍ୟ ୬୫୦ଟି ପ୍ରକଳ୍ପରୁ ୬୦୨ଟି ସମ୍ପୂର୍ଣ୍ଣ ହୋଇଛି। ଆର୍‌ଆଇଡିଏଫ୍‌(ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ)ରେ ୭୫୦ କୋଟି ମଧ୍ୟରୁ ୯୬୫.୬୭ କୋଟି ଖର୍ଚ୍ଚ କରାଯାଇ ଧାର୍ଯ୍ୟ ୧୧୦ ପ୍ରକଳ୍ପରୁ ୭୩ଟି ନିର୍ମାଣ ହୋଇଛି। ଚତୁର୍ଥ ସ୍ବତନ୍ତ୍ର ଅର୍ଥ କମିଶନରେ ୧୩୫ କୋଟି ମଧ୍ୟରୁ ୪୪.୦୮ କୋଟି ଖର୍ଚ୍ଚ କରାଯାଇ ଧାର୍ଯ୍ୟ ୭ଟି ମେଗା ପ୍ରକଳ୍ପରୁ ଗୋଟିଏ ବି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେଶନ(ଡିଏମ୍‌ଏଫ୍‌)ରେ ୧୩୧୯.୪୮ କୋଟି ମଧ୍ୟରୁ ୬୬୦.୩୮ କୋଟି ଖର୍ଚ୍ଚ କରାଯାଇ ଧାର୍ଯ୍ୟ ୪୭୬ଟି ପ୍ରକଳ୍ପରୁ ମାତ୍ର ୧୦୬ଟି ପ୍ରକଳ୍ପ ନିର୍ମାଣ ହୋଇଛି। ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି)ରେ ଖଣି ପ୍ରଭାବିତ ଅଞ୍ଚଳରେ ଛୋଟବଡ଼ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ଯୋଜନାରେ ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, କୋରାପୁଟ, ଝାରସୁଗୁଡ଼ା, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାରେ ଛୋଟବଡ ୨୮୬ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିରେ ମାର୍ଚ୍ଚ ଶେଷ ସୁଦ୍ଧା ୫୦୫.୪୯ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏଭଳି ଭାବେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସହ ପ୍ରକଳ୍ପ ସଂଖ୍ୟା ବଢୁଥିବାବେଳେ ଲୋକଙ୍କୁ ବିଶୁଦ୍ଧ ପାଣି ଟିକିଏ ମିଳୁନାହିଁ। ନିମ୍ନମାନର କାର୍ଯ୍ୟ ସହ ଠିକାଦାରି ରାଜନୀତି ଯୋଗୁ ଅଧିକାଂଶ ପାଇପ ଜଳଯୋଗାଣ ପ୍ରକଳ୍ପ ଦୀର୍ଘସ୍ଥାୟୀ ହୋଇ ପାରୁନାହିଁ। ନିର୍ଦ୍ଧାରିତ ଲୋକଙ୍କୁ ପାଣି ମଧ୍ୟ ପହଞ୍ଚି ପାରୁ ନ ଥିବା ନଜୀର ରହିଛି। ଯଦ୍ଦ୍ବାରା ସରକାର ନିହାତି ଜରୁରୀ ପରିସ୍ଥିତିରେ ଖୋଲାକୂପ ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇ ପ୍ରାୟ ୨୫ ବର୍ଷ ତଳକୁ ଲୋକମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri