ଅନ୍‌ଲାଇନ୍‌ କ୍ଲାସ୍‌ରେ ପିଲାଙ୍କ ଉପସ୍ଥିତି କମ୍‌

ସାକ୍ଷୀଗୋପାଳ,୨୩।୪:(ସ୍ବ.ପ୍ର.): ଗତବର୍ଷ ମାର୍ଚ୍ଚ ମାସରେ ମହାମାରୀ କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ଶଟଡାଉନ୍‌ ଘୋଷଣା କରିଥିଲେ। ଏହି ସମୟରେ ଶିକ୍ଷାନୁଗୁଡ଼ିକ ବନ୍ଦ ରହିଥିଲା। ତେବେ ଅନ୍‌ଲାଇନ୍‌ ଜରିଆରେ ଶିକ୍ଷାଦାନ କରାଯାଇଥିଲା। କରୋନା ପ୍ରକୋପ କମିବା ପରେ ଗତ କିଛିମାସ ହେଲା ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ଆରମ୍ଭ କରିଥିବାବେଳେ କରୋନାର ଦ୍ୱିତୀୟ ଲହର ପୁଣି ଛାତ୍ରୀଛାତ୍ରଙ୍କ ଶିକ୍ଷାରେ ବାଧକ ସାଜିଛି। ପୂର୍ବ ଭଳି ଅନ୍‌ଲାଇନ ଶିକ୍ଷାଦାନ ଜାରି ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ଏ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ ବିଶେଷ ଆଖିଦୃଶିଆ ହୋଇପାରୁନାହିଁ। ପୁରୀ ଜିଲା ସତ୍ୟବାଦୀ ବ୍ଲକରୁ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।
ତଥ୍ୟ ମୁତାବକ, ସତ୍ୟବାଦୀ ବ୍ଲକରେ ୧୨୭ଟି ସରକାରୀ ବିଦ୍ୟାଳୟ ଓ ୧୪ଟି ବେସରକାରୀ ବିଦ୍ୟାଳୟ ରହିଛି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୮୬୧ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ୪୯୬୩ ଛାତ୍ର ଓ ୪୮୯୮ ଛାତ୍ରୀ ହୋଇଥିବାବେଳେ ୪୨୮ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ୧୬ଜଣ କ୍ରୀଡ଼ା ଶିକ୍ଷକ ରହିଛନ୍ତି। କରୋନା ସମୟରେ ବିଦ୍ୟାଳୟ ଖୋଲା ନ ଯାଇ ଅନ୍‌ଲାଇନ ମାଧ୍ୟମରେ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ କରାଯାଇ ପିଲାଙ୍କୁ ଶିକ୍ଷାଦାନ କରାଯାଇଛି। ଏଥିରେ ୨୬୦୭ଜଣ ପିଲା ସାମିଲ ହୋଇଛନ୍ତି, ଯାହାକି ବେସରକାରୀ ଶିକ୍ଷାନୁଷ୍ଠାନଠାରୁ ଢେର କମ୍‌। ବେସରକାରୀ ଅନୁଷ୍ଠାନଗୁଡ଼ିକରେ ପ୍ରାୟ ୯୦% ଛାତ୍ରୀଛାତ୍ରଙ୍କୁ ହ୍ବାଟ୍‌ସ୍‌ ଆପ୍‌ ମାଧ୍ୟମରେ ଶିକ୍ଷା ଯୋଗାଇ ଦିଆଯାଇଥିଲା। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ କେତେକ ସମସ୍ୟା ଅନ୍‌ଲାଇନ ଶିକ୍ଷାଦାନରେ ବାଧକ ସାଜିଥିଲା। ମୋବାଇଲ ଫୋନ୍‌ ନ ଥିବା, ନେଟ୍‌ଓ୍ବର୍କ ସମସ୍ୟା, ଛାତ୍ରୀଛାତ୍ର ଏବଂ ଅଭିଭାବକ ସଚେତନ ନ ଥିବା ପ୍ରଭୃତି ଶିକ୍ଷାଦାନ ବାଧକର କେତୋଟି କାରଣ ବୋଲି ଶିକ୍ଷାବିତ୍‌ମାନେ ମତ ଦିଅନ୍ତି। ବ୍ଲକ ଶିକ୍ଷାଧିକାରୀ ଯତୀନ୍ଦ୍ର କୁମାର ନାୟକ କହିଛନ୍ତି, ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି କରୋନା ସମୟରେ ଛାତ୍ରୀଛାତ୍ରଙ୍କ ଘରକୁ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଯାଇ ପାଠ ପଢାଇଥିଲେ। ହେଲେ କେତେକ ଜାଗାରେ ପାଠ ପଢ଼ାଇବା ପାଇଁ ଶିକ୍ଷକମାନେ ଘରକୁ ଯାଇ ନ ଥିବା କେତେଜଣ ଅଭିଭାବକ ଅଭିଯୋଗ କରିଛନ୍ତି।
ଅନ୍ୟ ପକ୍ଷରେ ସତ୍ୟବାଦୀ ବ୍ଲକର ୧୨୭ ସ୍କୁଲ ମଧ୍ୟରୁ ୩ଟି ସ୍କୁଲର ନିଜସ୍ବ ଘର ନାହିଁ। ସେଗୁଡିକ ହେଲା ପଞ୍ଚସଖା ପିପଏସ୍‌, ଉନସଡିହ, ବରଘରିଆ ସାହି ଓ ଟିକି ବିଲ ସାହି ପିପିଏସ୍‌, ପ୍ରତ୍ୟେକ ସ୍କୁଲରେ ଅଗ୍ନିନିରୋଧକ ବ୍ୟବସ୍ଥା ଥିଲେ ମଧ୍ୟ କେତେକ ସ୍କୁଲରେ ଠିକ ଭାବେ କାର୍ଯ୍ୟ କରୁନାହିଁ। ୮୧ଟି ସ୍କୁଲରେ ଖେଳପଡ଼ିଆ ଏବଂ ୧୨୫ଟି ବିଦ୍ୟାଳୟରେ ଶୌଚାଳୟ ରହିଛି। ଭିତ୍ତିଭୂମି ଅଭାବ ସମ୍ପର୍କରେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକମାନେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ବ୍ଲକରେ ଜଣେ ବିଆର୍‌ସିସି ଏବଂ ୧୪ଜଣ ସିଆର୍‌ସିସି ଅଛନ୍ତି। ଅଧିକାଂଶ ସ୍କୁଲରେ ଶିକ୍ଷକ ଅଭାବ ଥିବାବେଳେ କେତେକ ବିଦ୍ୟାଳୟରେ ପିଲା ସଂଖ୍ୟା ତୁଳନାରେ ଅଧିକ ଶିକ୍ଷକ ରହିଛନ୍ତି। ସେହିପରି କୌଣସି ସ୍କୁଲରେ ଯୋଗ ଶିକ୍ଷକ ନ ଥିବା ଜଣାପଡ଼ିଛି। ଫିଟ୍‌ ଇଣ୍ଡିଆ ଓ ଖେଲ୍‌ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ସରକାରୀ ଅନୁଦାନ ବାଟମାରଣା ନେଇ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri