ଅନ୍‌ଲାଇନ୍‌ କ୍ଲାସ୍‌ରେ ପିଲାଙ୍କ ଉପସ୍ଥିତି କମ୍‌

ସାକ୍ଷୀଗୋପାଳ,୨୩।୪:(ସ୍ବ.ପ୍ର.): ଗତବର୍ଷ ମାର୍ଚ୍ଚ ମାସରେ ମହାମାରୀ କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ଶଟଡାଉନ୍‌ ଘୋଷଣା କରିଥିଲେ। ଏହି ସମୟରେ ଶିକ୍ଷାନୁଗୁଡ଼ିକ ବନ୍ଦ ରହିଥିଲା। ତେବେ ଅନ୍‌ଲାଇନ୍‌ ଜରିଆରେ ଶିକ୍ଷାଦାନ କରାଯାଇଥିଲା। କରୋନା ପ୍ରକୋପ କମିବା ପରେ ଗତ କିଛିମାସ ହେଲା ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ଆରମ୍ଭ କରିଥିବାବେଳେ କରୋନାର ଦ୍ୱିତୀୟ ଲହର ପୁଣି ଛାତ୍ରୀଛାତ୍ରଙ୍କ ଶିକ୍ଷାରେ ବାଧକ ସାଜିଛି। ପୂର୍ବ ଭଳି ଅନ୍‌ଲାଇନ ଶିକ୍ଷାଦାନ ଜାରି ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ଏ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ ବିଶେଷ ଆଖିଦୃଶିଆ ହୋଇପାରୁନାହିଁ। ପୁରୀ ଜିଲା ସତ୍ୟବାଦୀ ବ୍ଲକରୁ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।
ତଥ୍ୟ ମୁତାବକ, ସତ୍ୟବାଦୀ ବ୍ଲକରେ ୧୨୭ଟି ସରକାରୀ ବିଦ୍ୟାଳୟ ଓ ୧୪ଟି ବେସରକାରୀ ବିଦ୍ୟାଳୟ ରହିଛି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୮୬୧ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ୪୯୬୩ ଛାତ୍ର ଓ ୪୮୯୮ ଛାତ୍ରୀ ହୋଇଥିବାବେଳେ ୪୨୮ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ୧୬ଜଣ କ୍ରୀଡ଼ା ଶିକ୍ଷକ ରହିଛନ୍ତି। କରୋନା ସମୟରେ ବିଦ୍ୟାଳୟ ଖୋଲା ନ ଯାଇ ଅନ୍‌ଲାଇନ ମାଧ୍ୟମରେ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ କରାଯାଇ ପିଲାଙ୍କୁ ଶିକ୍ଷାଦାନ କରାଯାଇଛି। ଏଥିରେ ୨୬୦୭ଜଣ ପିଲା ସାମିଲ ହୋଇଛନ୍ତି, ଯାହାକି ବେସରକାରୀ ଶିକ୍ଷାନୁଷ୍ଠାନଠାରୁ ଢେର କମ୍‌। ବେସରକାରୀ ଅନୁଷ୍ଠାନଗୁଡ଼ିକରେ ପ୍ରାୟ ୯୦% ଛାତ୍ରୀଛାତ୍ରଙ୍କୁ ହ୍ବାଟ୍‌ସ୍‌ ଆପ୍‌ ମାଧ୍ୟମରେ ଶିକ୍ଷା ଯୋଗାଇ ଦିଆଯାଇଥିଲା। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ କେତେକ ସମସ୍ୟା ଅନ୍‌ଲାଇନ ଶିକ୍ଷାଦାନରେ ବାଧକ ସାଜିଥିଲା। ମୋବାଇଲ ଫୋନ୍‌ ନ ଥିବା, ନେଟ୍‌ଓ୍ବର୍କ ସମସ୍ୟା, ଛାତ୍ରୀଛାତ୍ର ଏବଂ ଅଭିଭାବକ ସଚେତନ ନ ଥିବା ପ୍ରଭୃତି ଶିକ୍ଷାଦାନ ବାଧକର କେତୋଟି କାରଣ ବୋଲି ଶିକ୍ଷାବିତ୍‌ମାନେ ମତ ଦିଅନ୍ତି। ବ୍ଲକ ଶିକ୍ଷାଧିକାରୀ ଯତୀନ୍ଦ୍ର କୁମାର ନାୟକ କହିଛନ୍ତି, ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି କରୋନା ସମୟରେ ଛାତ୍ରୀଛାତ୍ରଙ୍କ ଘରକୁ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଯାଇ ପାଠ ପଢାଇଥିଲେ। ହେଲେ କେତେକ ଜାଗାରେ ପାଠ ପଢ଼ାଇବା ପାଇଁ ଶିକ୍ଷକମାନେ ଘରକୁ ଯାଇ ନ ଥିବା କେତେଜଣ ଅଭିଭାବକ ଅଭିଯୋଗ କରିଛନ୍ତି।
ଅନ୍ୟ ପକ୍ଷରେ ସତ୍ୟବାଦୀ ବ୍ଲକର ୧୨୭ ସ୍କୁଲ ମଧ୍ୟରୁ ୩ଟି ସ୍କୁଲର ନିଜସ୍ବ ଘର ନାହିଁ। ସେଗୁଡିକ ହେଲା ପଞ୍ଚସଖା ପିପଏସ୍‌, ଉନସଡିହ, ବରଘରିଆ ସାହି ଓ ଟିକି ବିଲ ସାହି ପିପିଏସ୍‌, ପ୍ରତ୍ୟେକ ସ୍କୁଲରେ ଅଗ୍ନିନିରୋଧକ ବ୍ୟବସ୍ଥା ଥିଲେ ମଧ୍ୟ କେତେକ ସ୍କୁଲରେ ଠିକ ଭାବେ କାର୍ଯ୍ୟ କରୁନାହିଁ। ୮୧ଟି ସ୍କୁଲରେ ଖେଳପଡ଼ିଆ ଏବଂ ୧୨୫ଟି ବିଦ୍ୟାଳୟରେ ଶୌଚାଳୟ ରହିଛି। ଭିତ୍ତିଭୂମି ଅଭାବ ସମ୍ପର୍କରେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକମାନେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ବ୍ଲକରେ ଜଣେ ବିଆର୍‌ସିସି ଏବଂ ୧୪ଜଣ ସିଆର୍‌ସିସି ଅଛନ୍ତି। ଅଧିକାଂଶ ସ୍କୁଲରେ ଶିକ୍ଷକ ଅଭାବ ଥିବାବେଳେ କେତେକ ବିଦ୍ୟାଳୟରେ ପିଲା ସଂଖ୍ୟା ତୁଳନାରେ ଅଧିକ ଶିକ୍ଷକ ରହିଛନ୍ତି। ସେହିପରି କୌଣସି ସ୍କୁଲରେ ଯୋଗ ଶିକ୍ଷକ ନ ଥିବା ଜଣାପଡ଼ିଛି। ଫିଟ୍‌ ଇଣ୍ଡିଆ ଓ ଖେଲ୍‌ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ସରକାରୀ ଅନୁଦାନ ବାଟମାରଣା ନେଇ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?