Posted inଜାତୀୟ

ଡାକ୍ତରଖାନାରେ ଭର୍ତ୍ତି ହେବାର ୭ରୁ ୧୨ ଘଣ୍ଟା ମଧ୍ୟରେ ୨୦ ପ୍ରତିଶତ ରୋଗୀଙ୍କ ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨୩।୪: ଦେଶରେ କରୋନା ସଂକ୍ରମଣର ଅବସ୍ଥା ଏକ ଭୟଙ୍କର ରୂପ ନେଉଛି। ପ୍ରତିଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଡାକ୍ତରଖାନା ଗୁଡ଼ିକରେ ଏବେ ଶଯ୍ୟା ଅଭାବ ଦେଖାଦେଇଛି। ଅଧିକାଂଶ ରାଜ୍ୟରେ ଅମ୍ଳଜାନର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି। ଏକ ଆକଳନରୁ ଜଣାପଡିଛି ଯେ, ୫ରୁ ୬ ପ୍ରତିଶତ ରୋଗୀ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରୁଛନ୍ତି। ଏଥି ସହିତ, ଡାକ୍ତରଖାନାରେ ଭର୍ତ୍ତି ହେବାର ୭ରୁ ୧୨ ଘଣ୍ଟା ମଧ୍ୟରେ ୨୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ଘଟୁଛି। ପୂର୍ବ ସପ୍ତାହରେ, ପରିସ୍ଥିତି ଏପରି ଥିଲା ଯେ ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ୪୮ ଘଣ୍ଟା ମଧ୍ୟରେ ୨୫ ରୁ ୩୦ ପ୍ରତିଶତ ମତ୍ୟୁ ଘଟୁଥିଲା।
ଗତ ଗୋଟିଏ ଦିନରେ ଦେଶରେ କରୋନା କାରଣରୁ ୨୧୦୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଯଦି କରୋନାର ଆକଳନକୁ ଦେଖାଯିବ ତେବେ ପ୍ରତି ମିନିଟରେ ଏକରୁ ଅଧିକ ରୋଗୀ କରୋନାରେ ମୃତ୍ୟୁ ବରଣ କରୁଛନ୍ତି। ଗତ ୧୫ ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଏହି ପରିସ୍ଥିତି ଦେଖାଯାଉଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, କୋଚି, ଲକ୍ଷ୍ନୌ, ଚଣ୍ଡିଗଡ଼, ରାୟପୁର, ଭୋପାଳ, ଇନ୍ଦୋର ସମେତ ଅନେକ ସହରରେ ଅମ୍ଳଜାନର ଅଭାବ ୪୦ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ (ଏନସିଡିସି)ର ରିପୋର୍ଟ ଅନୁଯାୟୀ, ଏପ୍ରିଲ ୧୨ରୁ ୨୧ ମଧ୍ୟରେ କରୋନା ସଙ୍କଟ ବଢିଛି।
ରିପୋର୍ଟ ଅନୁଯାୟୀ, ଅମ୍ଳଜାନ ଅଭାବରୁ କରୋନା ସଂକ୍ରମିତ ରୋଗୀଙ୍କ ଅବସ୍ଥା ଦ୍ରୁତଗତିରେ ଖରାପ ହେବାରେ ଲାଗିଛି। ମୃତ ଅବସ୍ଥାରେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏନସିଡିସି ରିପୋର୍ଟ ଅନୁଯାୟୀ, ଭାରତରେ ୪୦ ପ୍ରତିଶତ ମୃତ୍ୟୁ ହସ୍ପିଟାଲରେ ଭର୍ତ୍ତି ହେବାର ୭୨ ଘଣ୍ଟା ମଧ୍ୟରେ ଘଟୁଛି। ଏଥି ସହିତ, ପ୍ରତି ଚାରି ଜଣରେ ଜଣଙ୍କର ମୃତ୍ୟୁ ଡାକ୍ତରଖାନାରେ ଭର୍ତ୍ତି ହେବାର ୪୮ ଘଣ୍ଟା ମଧ୍ୟରେ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ ଚାର୍ଜରେ ବସାଇ କଥା ହେଉଥିଲେ ମହିଳା, ଘଟିଲା ଏମିତି

ଚେନ୍ନାଇ,୧୧।୮: ତାମିଲନାଡୁରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ ଫାଟି ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ୨୯...

ଲୋକୋମୋଟିଭ୍‌ କାରଖାନାରେ ବିସ୍ଫୋରଣ

କାନପୁର,୧୩।୮: ଉତ୍ତରପ୍ରଦେଶ କାନପୁରଠାରେ ଥିବା ଲୋକୋମୋଟିଭ୍‌ କାରଖାନାରେ ମଙ୍ଗଳବାର ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ...

ମୁମ୍ବାଇ ମଲ୍‌ରେ ଅଗ୍ନିକାଣ୍ଡ: ୫୬ ଘଣ୍ଟା ପରେ ଲିଭିଲା ନିଆଁ

ମୁମ୍ବାଇ,୨୫ ।୧୦: ମୁମ୍ବାଇର ସିଟି ସେଣ୍ଟର ମଲରେ ଲାଗିଥିବା ନିଆକୁ ପାଖାପାଖି ୫୬ ଘଣ୍ଟା ପରେ ଲିଭାଯାଇଛି । କୁହାଯାଉଛି କି ନିକଟରେ ଯେତେ ଅଗ୍ନିକାଣ୍ଡ...

ଅଧିକ ଆଣ୍ଟିବଡି ସୃଷ୍ଟି କରୁଛି କୋଭିଶିଲ୍ଡ

ନୂଆଦିଲ୍ଲୀ,୭।୬: କୋଭାକ୍ସିନ ଅପେକ୍ଷା କୋଭିଶିଲ୍ଡ ଟିକା ଅଧିକ ଆଣ୍ଟିବଡି ସୃଷ୍ଟି କରୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଉପରୋକ୍ତ ଟିକାର ଦୁଇଟି ଡୋଜ୍‌ ନେଇଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ...

ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ମିଳିଲା ରାଷ୍ଟ୍ରୀୟ ଜଳ ପୁରସ୍କାର

ଦେଓଘର, ୧୨ା୧୧: ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଝାଡ଼ଖଣ୍ଡର ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର’ ପ୍ରଦାନ...

କୋଭିଡ୍ ନିୟମ ଭାଙ୍ଗି ବଦ୍ରିନାଥ ମନ୍ଦିରରେ ପହଞ୍ଚିଲେ ମନ୍ତ୍ରୀଙ୍କ ସହ ଭାଜପା ନେତା

ଚାମୋଲି (ଉତ୍ତରାଖଣ୍ଡ), ୨୩।୫ : କୁମ୍ଭ ମେଳା ଓ ଚାର ଧାମ ଯାତ୍ରା ଭଳି ଧାର୍ମିକ କାର୍ଯ୍ୟକ୍ରମରେ କୋଭିଡ୍‌-୧୯ ନିୟମ ପାଳନ ହେଉନଥିବାରୁ ରାଜ୍ୟ ସରକାରଙ୍କୁ...

କମ୍ପୁଛି ଉତ୍ତର ଭାରତ: ତାପମାତ୍ରା ମାଇନସ୍ ୫.୨, ବରଫ ହେଲାଣି ପାଣି

ନୂଆଦିଲ୍ଲୀ, ୨୧ ।୧୨: ଦେଶରେ ହଠାତ୍ ଶୀତର ପ୍ରକୋପ ବଢିବା ସହ ପାରଦ ହୋଇଛି ତଳମୁହାଁ । ସମଗ୍ର ଉତ୍ତର ଭାରତ ଥଣ୍ଡାରେ ଥରୁଥିବା ବେଳେ...

ଚାକିରି ଦେବାକୁ କହି ଘରକୁ ଡାକି କରୁଥିଲେ ଦୁଷ୍କର୍ମ…

ରାଞ୍ଚି,୨୮।୩: ଝାଡ଼ଖଣ୍ଡର ସେମଡ଼େଗା ସଦର ହସ୍ପିଟାଲର ଜିଲା ପ୍ରୋଗ୍ରାମ୍‌ ମ୍ୟାନେଜର ରାଜୀବ କୁମାରଙ୍କୁ ଏକାଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଚାକିରି...

Advertisement
Archives

Model This Week