Home

ପୁଣି ଲାଗିଲା କଟକଣା: ଏଣିକି ବିବାହରେ ୫୦୦ ନୁହେଁ ୨୦୦; ଶୁଦ୍ଧିକ୍ରିୟାରେ ୫୦ଜଣଙ୍କୁ ଅନୁମତି

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ପୂର୍ବରୁ ବିବାହ ଉତ୍ସବରେ ସର୍ବାଧିକ ଲୋକସଂଖ୍ୟା ୫୦୦ ଥିବା ବେଳେ ଏବେ ଏହାକୁ କମାଇ ୨୦୦ କରାଯାଇଛି। ସେହିଭଳି ଦଶାହ ଏବଂ ଶୁଦ୍ଧିକ୍ରିୟାରେ ୫୦୦ ବଦଳରେ ୫୦ଜଣ…

ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ସମ୍ଭାବ୍ୟ ସଂକ୍ରମଣ: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ସଂକ୍ରମଣ। ଏହାର ମୁକାବିଲା ଲାଗି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ସତର୍କତାମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ…

ଏହି କ୍ରିକେଟରଙ୍କ ଗୋଟିଏ ଶର୍ଟରେ କଣା ହେଲା ବଲ୍‌: ମାତ୍ର ୩ ଓଭରରେ…

ପୁଣେ,୨୩।୩: ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଭାରତୀୟ ଟିମ୍‌ ବ୍ୟାଟିଂ କରୁଥିବା ବେଳେ ମାତ୍ର ୧୬ ବଲ୍‌ ପରେ ଅମ୍ପାୟାର ବଲ୍‌ ପରିବର୍ତ୍ତନ କରିଥିଲେ। କାରଣ…

ବଲିଉଡ୍‌ର ସବୁଠୁ ଦାମୀ ଅଭିନେତା, ଅକ୍ଷୟ-ସଲମାନ ପଡିଲେ ପଛରେ

ବମ୍ବେ: ବଲିଉଡ୍‌ରେ ତିନି ଖାନ୍‌ଙ୍କ ଦବ୍‌ଦବା ବିଷୟରେ ସମସ୍ତେ ଜାଣନ୍ତି। ସେ ଅମିର ଖାନ୍‌ ହୁଅନ୍ତୁ ଅବା ଶାହାରୁଖ-ସଲମାନ୍‌, ସମସ୍ତେ ଅଭିନୟ କ୍ଷେତ୍ରରେ ମାଇଲଖୁଣ୍ଟ ହାସଲ କରିଛନ୍ତି। ଦେଶ ତଥା ବିଦେଶରେ ଏମାନଙ୍କ ଫିଲ୍ମର ରିଲିଜକୁ ପ୍ରଶଂସକ ଚାହିଁ ରହିଥାନ୍ତି। ବିଶେଷକରି…

ଏପ୍ରିଲ ମାସ ପାଇଁ କରୋନା ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ,୨୩।୩: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୋଭିଡ-୧୯ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହା ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ। ତଦନୁଯାୟୀ କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ଥିତିକୁ ଅନୁଧ୍ୟାନ କରିବା…

ନିିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ମହିଳାଙ୍କ ଲୁଗା ଧୋଇ ଚର୍ଚ୍ଚାରେ ଏହି ନେତା: କହିଲେ ଜିତିଲେ ‘ଓ୍ବାଶିଂ ମେଶିନ ଦେବି’

ଚେନ୍ନାଇ, ୨୩।୩: କଥାରେ ଅଛି ନିର୍ବାଚନ ବୈତରଣୀ ପାର ହେବାଲାଗି ରାଜନେତାମାନେ କିଛି ବି କରିପାରନ୍ତି। ସେଭଳି ଏକ ଘଟଣା ତାମିଲନାଡ଼ୁର ନଗାପଟ୍ଟିନମ୍‌ରେ ମଙ୍ଗଳବାର ଦେଖିବାକୁ ମିଳିଛି। ଏଠାରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଥିବା ଏଆଇଏଡିଏମ୍‌କେ ଦଳର ପ୍ରାର୍ଥୀ ଥଙ୍ଗା କାଠିରାଓ୍ବନ ଲୋକଙ୍କ…

ଡେବ୍ୟୁ ପୂର୍ବରୁ ଭାଇ ହାର୍ଦ୍ଦିକଙ୍କୁ ଆଲିଙ୍ଗନ କରି ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର, ଆକାଶକୁ ଚାହିଁ…

ପୁଣେ,୨୩।୩: ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମରେ ମଙ୍ଗଳବାର ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଖେଳ ଜାରି ରହିଛି। ଟେଷ୍ଟ ଏବଂ ଟି୨୦ ସିରିଜରେ ଇଂଲଣ୍ଡକୁ ହରାଇବା ପରେ ଏବେ ଦିନିକିଆରେ ମଧ୍ୟ ବାଜିମାତ କରିବା ଲକ୍ଷ୍ୟରେ ଭାରତୀୟ ଦଳ। ଏଭଳି ସ୍ଥିତିରେ…

ଜବରଦସ୍ତ ଫର୍ମରେ ଅଧିନାୟକ: ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ମାରି ଭାଙ୍ଗିଲେ ଏକାଧିକ ରେକର୍ଡ

ପୁଣେ,୨୩।୩: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ବିରାଟ କୋହଲି ନୂଆ ଉପଲବ୍ଧି ହାସଲ କରିଛନ୍ତି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋହଲି ୫୦ ବଲ୍‌ରେ ୬ ଚୌକା ସହ ନିଜର ୬୧ତମ ଅର୍ଦ୍ଧଶତକ…

ବାଲେଶ୍ୱରରେ ଶିଳ୍ପ ସମୀକ୍ଷା କରୁଛନ୍ତି ଅସିତ ତ୍ରିପାଠୀ

ବାଲେଶ୍ୱର ଅଫିସ ୨୩।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଅଛନ୍ତି। ବାଲେଶର, ଭଦ୍ରକ ଏବଂ ମୟୂରଭଞ୍ଜ ତିନୋଟି ଜିଲାକୁ ନେଇ ବାଲେଶ୍ୱରରେ ସେ ଶିଳ୍ପ ସମୀକ୍ଷା କରୁଛନ୍ତି। ଏହି ଅବସରରେ ତିନୋଟି ଜିଲାରୁ…

ବରୁଣେଇ ସଂରକ୍ଷିତ ଜଙ୍ଗଲରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା ଅଫିସ, ୨୩।୩: ଖୋର୍ଦ୍ଧା ଜିଲା ବରୁଣେଇ ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଜଟଣୀ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବିଭିନ୍ନ ସ୍ଥାନରେ ନିଆ ଲାଗିଯିବାରୁ ତାକୁ ଆୟତ କରିବାକୁ ଅଗ୍ନିଶମ…

୧ ଏପ୍ରିଲ୍‌ରୁ ୪୫ ବର୍ଷ ବୟସ୍କଙ୍କୁ କରୋନା ଟିକା

ନୂଆଦିଲ୍ଲୀ,୨୩।୩: ,ଏପ୍ରିଲ୍‌‌ ୧ରୁ ଦେଶର ୪୫ ବର୍ଷ ବୟସ୍କ ଅବା ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କ୍ୟାବିନେଟ୍‌ ପକ୍ଷରୁ ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ୩ ଥାନାରେ ଅଟକ, ଗିରଫ ଦାବିରେ ରାସ୍ତା ଅବରୋଧ

ବାହାନଗା,୨୩।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧୀନ କଲ୍ୟାଣୀ ପଞ୍ଚାୟତ ଅରଳା ଗ୍ରାମର ଜଣେ ଯୁବକଙ୍କୁ ସୋମବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ନରେନ୍ଦ୍ର ଜେନାଙ୍କ ପୁଅ ପ୍ରଶାନ୍ତ(୩୩)। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri