Posted inଖେଳ

ଭାରତୀୟ ମହିଳା କ୍ରିକେଟ ଦଳ: ମୁଖ୍ୟ କୋଚ୍‌ ଦୌଡ଼ରେ ୫ ମହିଳା

ନୂଆଦିଲ୍ଲୀ, ୩୦।୪(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଦୌଡ଼ରେ ୫ ଜଣ ମହିଳା ସାମିଲ ହୋଇଛନ୍ତି। ୨୦୧୭ରୁ ଏହି ପଦରେ ପୁରୁଷ କୋଚ୍‌ ରହି ଆସୁଥିଲେ। ଏଥର ଆବେଦନ କରିଥିବା ମହିଳାଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ ହେମଲତା କାଲା, ମମତା ମାବେନ, ଜୟା ଶର୍ମା, ସୁମନ ଶର୍ମା ଓ ନୋସିନ ଅଲ୍‌ କାଦିର। ପୁରୁଷଙ୍କ ମଧ୍ୟରେ ବର୍ତ୍ତମାନର କୋଚ୍‌ ଡବ୍ଲ୍ୟୁ.ଭି. ରମଣ ଗତ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପରେ ପୁଣି ଆବେଦନ କରିଛନ୍ତି। ପୂର୍ବରୁ କୋଚ୍‌ ଦାୟିତ୍ୱ ତୁଲାଇ ସାରିଥିବା ରମେଶ ପାଓ୍ବାର, ତୁଷାର ଆରୋଥେ ମଧ୍ୟ ପୁଣି ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ସିନିୟର ଖେଳାଳିଙ୍କ ସହ ମତଭେଦ ଯୋଗୁ ଅପ୍ରୀତିକର ପରିସ୍ଥିତିରେ ପାଓ୍ବାର ଓ ଆରୋଥେଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। ଚଳିତ ମାସ ୨୬ ଆବେଦନର ଶେଷ ତାରିଖ। ଏହାପରେ ମଦନ ଲାଲଙ୍କ ନେତୃତ୍ୱାଧୀନ କ୍ରିକେଟ ପରାମର୍ଶଦାତା କମିଟି ମୁଖ୍ୟ କୋଚ୍‌ ଚୟନ କରିପାରନ୍ତି। ମହିଳା ଚୟନ କମିଟି ମୁଖ୍ୟ ନୀତୁ ଡେଭିଡ ଜଣେ ମହିଳା ଜାତୀୟ ଦଳର ମୁଖ୍ୟ କୋଚ୍‌ ହୁଅନ୍ତୁ ବୋଲି ଚାହୁଛନ୍ତି। ନ୍ୟୁଜିଲାଣ୍ଡରେ ଆସନ୍ତା ବର୍ଷ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ନୂଆ କୋଚ୍‌ ଦଳକୁ ପ୍ରସ୍ତୁତ କରିବେ।
”ବିସିସିଆଇ ଏ ପର୍ଯ୍ୟନ୍ତ ସାକ୍ଷାତକାର ତାରିଖ ସ୍ଥିର କରିନାହିଁ। ଏଥିପାଇଁ ଅନୁମତି ମିଳିଲେ ଆମେ ମହିଳା ହେଉ ବା ପୁରୁଷ ଜଣେ ଶ୍ରେଷ୍ଠ ପ୍ରାର୍ଥୀଙ୍କୁ ଚୟନ କରିବୁ“ ବୋଲି ବିଶ୍ୱକପ ବିଜେତା ମଦନ ଲାଲ କହିଛନ୍ତି। ପୂର୍ଣ୍ଣିମା ରାଓ ଭାରତୀୟ ମହିଳା କ୍ରିକେଟ ଦଳର ଶେଷ ମହିଳା ମୁଖ୍ୟ କୋଚ୍‌ ଥିଲେ। ୨୦୧୭ ଏପ୍ରିଲରେ ତାଙ୍କୁ ବିଦା କରାଯାଇଥିଲା। ତାଙ୍କ ସ୍ଥାନରେ ଆରୋଥେଙ୍କୁ ଦାୟିତ୍ୱ ମିଳିଥିଲା ଏବଂ ସେ ପରବର୍ଷ ଭାରତୀୟ ଦଳକୁ ଏକଦିବସୀୟ ବିଶ୍ୱକପର ଫାଇନାଲରେ ପହଞ୍ଚାଇବାରେ ଗୁରୁଦାୟିତ୍ୱ ବହନ କରିଥିଲେ। ମାତ୍ର ଆରୋଥେ ତାଙ୍କ କ୍ୟାରିୟର ଶେଷ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଭେଟେରାନ ମିତାଲି ରାଜ ଅଭିଯୋଗ ଆଣିବା ପରେ ପାଓ୍ବାର ମୁଖ୍ୟ କୋଚ୍‌ ହୋଇଥିଲେ। ପାଓ୍ବାରଙ୍କ ସ୍ଥାନରେ ମୁଖ୍ୟ କୋଚ୍‌ ଦାୟିତ୍ୱ ପାଇଥିବା ରମଣ ୨୦୨୦ରେ ଟି୨୦ ବିଶ୍ୱକପର ଫାଇନାଲରେ ଭାରତକୁ ପହଞ୍ଚାଇଥିଲେ। ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଚୟନ କମିଟି ମୁଖ୍ୟଭାବେ ଶେଫାଳି ବର୍ମାଙ୍କ ପରି ଖେଳାଳିଙ୍କୁ ଲୋକଲୋଚନକୁ ଆଣିଥିବା କାଲା ଏବେ ଉତ୍ତର ପ୍ରଦେଶ ସିନିୟର ଦଳର କୋଚ୍‌ ଅଛନ୍ତି। ସୁମନ ଭାରତୀୟ ଦଳର ସହକାରୀ କୋଚ୍‌ ରହି ସାରିଛନ୍ତି। ନୋସିନଙ୍କର କୋଚିଂରେ ଅନେକ ଅଭିଜ୍ଞତା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri