ସ୍ଥଗିତ ରହିଲା ଓବିସି ଗଣନା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ପଛୁଆବର୍ଗ(ଓବିସି)ଙ୍କ ଲାଗି ହେବାକୁ ଥିବା ସାମାଜିକ ଓ ଶିକ୍ଷାଗତ ସର୍ଭେ କାର୍ଯ୍ୟକୁ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ଓଏସ୍‌ସିବିସି) ସ୍ଥଗିତ ଘୋଷଣା କରିଛନ୍ତି। ଏହି ସର୍ଭେ କାର୍ଯ୍ୟ ମେ’ ପହିଲାରୁ ହେବାକୁ ଥିଲା। ଏହା ମେ’ ୨୦ ତାରିଖ ଯାଏ ଚାଲିବା ସହ ଜୁନ୍‌ ୧୧ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଥାଆନ୍ତା। ତେବେ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଥିବାରୁ କମିଶନ ମେ’ ପହିଲାରୁ ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ କରିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କମିଶନଙ୍କ ମେମ୍ବର ସେକ୍ରେଟାରୀ ଭି.ଭି. ଯାଦବ କହିଛନ୍ତି। ସଂଶୋଧିତ ସର୍ଭେ କାର୍ଯ୍ୟସୂଚୀ ବିଷୟରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୨୦ ଫେବୃୟାରୀରେ ରାଜ୍ୟ ସରକାର ପଛୁଆବର୍ଗଙ୍କ ସର୍ଭେ ପାଇଁ ଓଏସ୍‌ସିବିସି ଗଠନ କରିଥିଲେ।ଏହାର ଅଧ୍ୟକ୍ଷ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ଥିବାବେଳେ ନଭନୀତା ରଥ, ମିତାଲି ଚିନ୍ନାରା ଏବଂ ପ୍ରସନ୍ନ କୁମାର ପାତ୍ର ସଦସ୍ୟ ରହିଛନ୍ତି। ରାଜ୍ୟ ସରକାର ୧୯୯୩ରେ ଓବିସି କମିଶନ ଗଠନ କରିଥିଲେ। ତେବେ ପ୍ରଥମ କାର୍ଯ୍ୟକାଳ ପରେ ଏହା ଅକାମୀ ହୋଇପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଧୂ ହତ୍ୟା ମାମଲା: ଶାଶୁଙ୍କୁ ୭ ବର୍ଷ କାରାଦଣ୍ଡ

ଆସିକା,୪।୩: ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ଜୟପୁର ଗ୍ରାମରେ ଘଟିଥିବା ଯୌତୁକଜନିତ ବଧୂହତ୍ୟା ମାମଲାର ବିଚାର କରି ବୁଧବାର ଆସିକା ଅତିରିକ୍ତ ଦୌରାଜଜ ରାଜଲକ୍ଷ୍ମୀ...

ଦଶାଶ୍ୱମେଧ ଘାଟରେ ଲାଗିଲା ୧୪୪ ଧାରା

ଯାଜପୁର ଟାଉନ,୮ା୪: ଶୁକ୍ରବାର ହେବାକୁ ଥିବା ବାରୁଣୀ ସ୍ନାନ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୧୪୪ ଧାରା ଜାରି କରାଯାଇଛି। ପୂର୍ବରୁ ବାରୁଣୀ...

ଜବତ ୫୦ କୁଇଣ୍ଟାଲ ନକଲି ଚା’ପତି ପୋତାଗଲା

ଫୁଲନଖରା,୩।୯ (ଡି.ଏନ.ଏ.): କଟକ ସଦର ଥାନା ଅଧୀନ ମୁକାମେଶ୍ୱର ଗ୍ରାମର ଏକ କାରଖାନାରୁ ଜବତ ହୋଇଥିବା ନକଲି ଚା’ପତିକୁ ଗୁରୁବାର କାଠଯୋଡୀ ନଦୀପଠାରେ ଗାତ ଖୋଳି...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, କାହିଁକି…

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବାବଦରେ ଓଡ଼ିଶାର ୧୦୮୮.୭୨ କୋଟି ଟଙ୍କା କେନ୍ଦ୍ର ଉପରେ ବକେୟା ପଡ଼ିଛି। ଏଥିରେ ୩୭୭.୯୧ କୋଟି ଦରମା ଏବଂ ୭୧୦.୮୧ କୋଟି ଟଙ୍କା...

ରଙ୍ଗ୍‌ ଡ୍ରାଇଭିଂ କଲେ ଚକା ଲିକ !

ଭୁବନେଶ୍ୱର,୫।୧(ବ୍ୟୁରୋ): ରାସ୍ତାରେ ରଙ୍ଗ୍‌ ଡ୍ରାଇଭିଂକୁ ରୋକିବା ପାଇଁ ଲାଗିବ ସ୍ପାଇକ୍‌ ବ୍ୟାରିଅର। ଏ ନେଇ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି...

ରଶ୍ମିରେଖାଙ୍କ ପ୍ରେମିକଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍‌

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ଓଲିଉଡ୍‌ର ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ନୂଆମୋଡ଼ ନେଉଛି। ତେବେ ତାଙ୍କ ପ୍ରେମିକ କୁହାଯାଉଥିବା ସନ୍ତୋଷ ପାତ୍ରଙ୍କୁ ନୟାପଲ୍ଲୀ...

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ, ସୂଚାରୁରୂପେ ଦାୟିତ୍ୱ ତୁଲାଇବେ ବୋଲି କହିଲେ ଏହି ଦୁଇ ପ୍ରାର୍ଥୀ

ଭୁବନେଶ୍ୱର,୭ା୩(ବ୍ୟୁରୋ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ଖାଲି ପଡ଼ିଥିବା ୪ ଆସନ ଲାଗି ଶନିବାର ପ୍ରାର୍ଥୀ ଘୋଷଣା କରିଛି। ସୁବାସ ସିଂ, ମୁନା ଖାଁ,...

ଜେରା ହେବେ ଦୁଇ ପୁରୁଷ ବନ୍ଧୁ

ଭୁବନେଶ୍ୱର,୨୨।୬ (ବ୍ୟୁରୋ): ଅଭିନେତ୍ରୀ ରଶ୍ମିରେଖା ଓଝା ଓରଫ ସୋନି(୨୨)ଙ୍କ ରହସ୍ୟଜନକ ମୃତ୍ୟୁକୁ ୪ ଦିନ ବିତିଛି। ପ୍ରାଥମିକ ତଦନ୍ତରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା କମିଶନରେଟ ପୋଲିସ...

Advertisement
Archives

Model This Week