Posted inଜାତୀୟ

ଇତିହାସ ରଚିବେ ବିଜୟନ୍‌

ନୂଆଦିଲ୍ଲୀ,୩୦ା୪:ପୂର୍ବାପେକ୍ଷା ଏଥର ଆମେ ଅଧିକ ଆସନରେ ବିଜୟୀ ହେବୁ। ଗୁରୁବାର ରାତିରେ ଏକ୍‌ଜିଟ୍‌ ପୋଲ୍‌ ଫଳ ଆସିବା ପରେ କେରଳ ରାଜଧାନୀ ଥିରୁଭାନନ୍ତପୁରମ୍‌ରେ ଏହା ଥିଲା ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ପ୍ରଥମ ମନ୍ତବ୍ୟ। ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହୋଇ ଇତିହାସ ରଚିବାକୁ ଯାଉଥିବା ବିଜୟନ୍‌ କହିଛନ୍ତି, ମେ’ ୨ରେ ଆସିବାକୁ ଥିବା ଫଳାଫଳକୁ ନେଇ କୌଣସି ସନ୍ଦେହ ନାହିଁ। ୨୦୧୬ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ(ସିପିଆଇଏମ୍‌) ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍‌ଡିଏଫ୍‌) ଅଧିକ ଆସନ ଦଖଲ କରି ପୁନର୍ବାର କ୍ଷମତାସୀନ ହେବ। ମୁଁ କେରଳର ଜନତାଙ୍କୁ ଜାଣେ। ଏହା ହେଉଛି ମୋର ଆମତ୍ବିଶ୍ୱାସ।
ପଶ୍ଚିମବଙ୍ଗ ବିଧାନସଭାର ଅଷ୍ଟମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଓ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ୍‌ ପୋଲ ପ୍ରକାଶ ପାଇଛି। ଏଥିରେ ବିଜୟନ୍‌ ଇତିହାସ ରଚିବାକୁ ଯାଉଛନ୍ତି ବୋଲି ଭବିଷ୍ୟବାଣୀ କରାଯାଇଛି। ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୭୧ ଆସନ ଆବଶ୍ୟକ ଥିବାବେଳେ ୨୦୧୬ରେ ଏଲ୍‌ଡିଏଫ୍‌ ୯୧ ଆସନ ଦଖଲ କରି କ୍ଷମତାସୀନ ହୋଇଥିଲା। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ୟୁଡିଏଫ୍‌)କୁ ମାତ୍ର ୪୭ ଆସନରେ ସଫଳତା ମିଳିଥିଲା। ପୂର୍ବରୁ କୌଣସି ମେଣ୍ଟ କ୍ରମାଗତ ଦୁଇଥର କ୍ଷମତାସୀନ ହୋଇ ନ ଥିବାବେଳେ ଏଥର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ପୂର୍ବ ସଫଳତା ଦୋହରାଇବେ ବୋଲି ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଭବିଷ୍ୟବାଣୀ କରିଛନ୍ତି। ତେବେ ଶେଷ ମୁହୂର୍ତ୍ତରେ ମେଟ୍ରୋମ୍ୟାନ୍‌ ଇ.ଶ୍ରୀଧରନ୍‌ଙ୍କୁ ମଇଦାନକୁ ଓହ୍ଲାଇ ଭାଜପା କେତେକ ଆସନରେ ନିଜ ସ୍ଥିତି ମଜଭୁତ କରିବ ବୋଲି ଯାହା କୁହାଯାଉଥିଲା ସେପରି କିଛି ଦେଖିବାକୁ ମିଳିନାହିଁ।
ସେହିପରି ତାମିଲନାଡୁରେ ବିରୋଧୀ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଡିଏମ୍‌କେ)-କଂଗ୍ରେସ ମେଣ୍ଟ ଶାସକ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଏଆଇଏଡିଏମ୍‌କେ)-ଭାଜପା ମେଣ୍ଟର ବିଜୟ ଆଶାକୁ ମଳିନ କରିଦେଇଛି। ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ଭୋଟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଡିଏମ୍‌କେକୁ ୪୮% ଭୋଟ ମିଳିଥିବାବେଳେ ଏଆଇଏଡିଏମ୍‌କେ ସପକ୍ଷରେ ୩୫% ମତଦାନ ହୋଇଥିବା କୁହାଯାଉଛି। ସେହିପରି ଏଏମ୍‌ଏକ୍‌କେକୁ ୩% ଏବଂ କମଲ ହାସନଙ୍କ ଏମ୍‌ଏନ୍‌ଏମ୍‌କୁ ୪% ଭୋଟ ମିଳିଥିବା ଆକଳନ କରାଯାଇଛି। ରାଜ୍ୟର ୪୬% ମତଦାତା ଷ୍ଟାଲିନ୍‌ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ମତଦେଇଛନ୍ତି।
ଅନ୍ୟପକ୍ଷେ ସବୁଠି ନିରାଶ ହୋଇଥିବା ଭାଜପାର ସମ୍ମାନ ଆସାମରେ ବଞ୍ଚତ୍ୟିବ ବୋଲି କୁହାଯାଉଛି। ଏଠାରେ ଶାସକ ଭାଜପାକୁ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମହାମେଣ୍ଟ ବଡ଼ ଚ୍ୟାଲେଞ୍ଜ ଦେଇପାରି ନ ଥିବା ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଆକଳନ କରିଛନ୍ତି। ପୁଡୁଚେରୀରେ ଏଆଇଏଡିଏମ୍‌କେ, ଅଲ୍‌ ଇଣ୍ଡିଆ ଏନ୍‌.ଆର୍‌. କଂଗ୍ରେସ ଏବଂ ଭାଜପା ମଧ୍ୟରେ ପ୍ରାକ୍‌ ନିର୍ବାଚନୀ ମେଣ୍ଟ ହୋଇଥିଲା। ଏଠାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ ଡିଏମ୍‌କେ-କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଏଆଇଏନ୍‌ଆର୍‌ସି ମୁଖ୍ୟ ଏନ୍‌. ରଙ୍ଗାସ୍ବାମୀଙ୍କୁ ଏନ୍‌ଡିଏ ମୁଖ୍ୟମନ୍ତ୍ରୀ କରିପାରେ। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆର ଆକଳନ ହେଉଛି ଏନ୍‌ଡିଏକୁ ୨୦ରୁ ୨୪ ଆସନରେ ସଫଳତା ମିଳିପାରେ। ଏଆଇଏନ୍‌ଆର୍‌ସି ୧୩-୧୫ ଆସନ ଦଖଲ କରିବାକୁ ଥିବାବେଳେ ଏଆଇଏଡିଏମ୍‌କେକୁ ୩ ଆସନରେ ସୀମିତ ରହିବାକୁ ପଡ଼ିପାରେ। କଂଗ୍ରେସ ୬ରୁ ୧୦ ଆସନରେ ବିଜୟୀ ହେବ ବୋଲି ଏହି ସଂସ୍ଥା ଭବିଷ୍ୟବାଣୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?