ଟିକା ପାଇଁ ଚିଠି

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ରାଜ୍ୟରେ ଏପ୍ରିଲ୍‌ ମାସରେ ଏଯାବତ୍‌ ୯୪,୫୯୬ ସଂକ୍ରମଣ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ବହୁମାତ୍ରାରେ ଟିକା ଆବଶ୍ୟକ ଥିବାରୁ ରାଜ୍ୟ ସରକାର ୨ ଟିକା ଉତ୍ପାଦନକାରୀ ସଂସ୍ଥାକୁ ଚିଠି ଲେଖିଛନ୍ତି। କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର, ସେନେଇ ଗୁରୁବାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପ୍ରଦୀପ୍ତ କୁମାର ମହାପାତ୍ର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଏବଂ ଭାରତ ବାୟୋଟେକ୍‌କୁ ଚିଠି ଲେଖିଛନ୍ତି। ଉଭୟ ସଂସ୍ଥାରୁ ରାଜ୍ୟ ସରକାର ମୋଟ ୨ କୋଟି ୩୦ଲକ୍ଷ ୩୪ ହଜାର ଟିକା ଆଣିବାକୁ ଅର୍ଡର ଦେଇଛନ୍ତି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ସରକାର ମେ’ ମାସ ପାଇଁ ୪୦ ଲକ୍ଷ, ଜୁନ୍‌, ଜୁଲାଇ ଏବଂ ଅଗଷ୍ଟ ପାଇଁ ମାସିକ ୬୦ ଲକ୍ଷ ଡୋଜ୍‌ କୋଭିଶିଲ୍ଡ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଭାରତ ବାୟୋଟେକ୍‌ଠାରୁ ୧୦ଲକ୍ଷ ୩୪ ହଜାର ଡୋଜ୍‌ କୋଭାକ୍ସିନ ସରକାର କ୍ରୟ ଆଦେଶ ଦେଇଛନ୍ତି। ମେ’ ୩୧ ସୁଦ୍ଧା ୫ ଲକ୍ଷ ଏବଂ ବାକି ୫.୩୪ ଲକ୍ଷ କୋଭାକ୍ସିନ ଡୋଜ୍‌ ଜୁନ୍‌ ୧୫ ସୁଦ୍ଧା ଯୋଗାଇ ଦେବାକୁ ଏସିଏସ୍‌ ଭାରତ ବାୟୋଟେକ୍‌କୁ ଚିଠି ଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ମେ’ ପହିଲାରୁ ୧୮ରୁ ୪୪ ବର୍ଷ ବର୍ଗଙ୍କୁ ମାଗଣା ଟିକା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଟିକା ଯୋଗାଡ଼ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍କୁଲ ରୂପାନ୍ତର ପିଲାଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି’

ଭୁବନେଶ୍ୱର,୩୧।୮(ବ୍ୟୁରୋ): ୫-ଟି କାର୍ଯ୍ୟକ୍ରମର ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ସୋମବାର ପଞ୍ଚମ ଓ ଶେଷ ପର୍ଯ୍ୟାୟରେ ସେ...

ବଜ୍ରପାତ ନେଲା ୨ ଜୀବନ

ପାଟଣା/ଢେଙ୍କିକୋଟ,୯।୬(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଘସିପୁରା ଥାନା ରାଇଘାଟି...

ନାହିଁ ନାହିଁରେ ଚାଲିଛି ନୟାଗଡ଼ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ: ୩୩ରୁ ୨୩ ପଦବୀ ପଡ଼ିଛି ଖାଲି

ନୟାଗଡ଼ ଅଫିସ,୧୪।୭-ନାହିଁ ନାହିଁରେ ଚାଲିଛି ନୟାଗଡ଼ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ । ୩୩ ମଞ୍ଜୁରୀପ୍ରାପ୍ତ ପଦବୀରୁ ୧୦ରେ ଅଧିକାରୀ ଓ କର୍ମଚାରୀ ଥିବା ବେଳେ...

ଆସିଲେନି ଦୀନେଶ, ଆଲୋଚନା ବିଫଳ

ଭୁବନେଶ୍ୱର,୧୫।୧୦ (ବ୍ୟୁରୋ): ବ୍ରହ୍ମପୁର ବଡ଼ବଜାର ଦେଶୀବେହେରା ସାହିର କେ. ଦୀପିକା ଓ କେ. ଦୀନେଶ ବିବାଦ ଜଟିଳ ହେବାରେ ଲାଗିଛି। ଆପୋସ ସମାଧାନ ଲାଗି ଉଭୟଙ୍କୁ...

ବଢ଼ିଲା ରଥଯାତ୍ରା ସମ୍ଭାବନା: ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି

ପୁରୀ ଅଫିସ, ୧୬।୬: ମହାମାରୀ କରୋନା ଯୋଗୁ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିବ ନା ନାହିଁ ଏହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଆସନ୍ତା ୨୩ ତାରିଖରେ...

ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ସୁୁନ୍ଦରଗଡ଼,୩୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଏଡିଜେ ପାର୍ଥସାରଥି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ରାଜକୁମାର ଲୋହାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋକ୍‌ସୋ...

ଅମ୍ଫନ ମୁକାବିଲା: ଚାନ୍ଦବାଲି, ବାସୁଦେବପୁରରେ ହାଇଆଲର୍ଟ ଜାରି

ଭଦ୍ରକ ଅଫିସ, ୧୯।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଅମ୍ପନ’ ସହ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏ ନେଇ ଭଦ୍ରକ ଜିଲା ଚାନ୍ଦବାଲି...

ସେବାୟତଙ୍କ ପାଇଁ ଲାଗୁ ହେଲା ଡ୍ରେସ୍‌ କୋଡ୍‌

ପୁରୀ ଅଫିସ, ୨୨।୧୦: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ତଥା ଗର୍ଭଗୃହକୁ ପ୍ରବେଶ କରୁଥିବା ସେବାୟତଙ୍କ ପାଇଁ ଡ୍ରେସ୍‌ କୋଡ୍‌ ଲାଗୁ ହୋଇଛି। ପାରମ୍ପରିକ ବସ୍ତ୍ର ପରିଧାନ...

Advertisement
Archives

Model This Week