Home

ଗୋଳନ୍ଥରା ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣା: ଏଏସ୍‌ଆଇ, କନଷ୍ଟେବଳ ନିଲମ୍ବିତ

ଗୋପାଳପୁର,୪ା୫: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପରିସରରେ ସୋମବାର ରାତିରେ ଜଣେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା କରିଥିବାରୁ ଥାନା ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ଓ କନଷ୍ଟେବଳ ଡିପି ଜେନାଙ୍କୁ ବ୍ରହ୍ମପୁର ଏସ୍‌ପି ପିନାକ…

‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୫(ବ୍ୟୁରୋ): ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତି୍ୟକମାନଙ୍କୁ ଏହି…

କରୋନା କାଳରେ କଳାବଜାର: ବଢ଼ିଲା ଆଳୁଦର, ପ୍ରଶାସନର ଚଢ଼ାଉ

ବୁଗୁଡ଼ା,୪।୫(ଡି.ଏନ୍‌.ଏ.): ମହାମାରୀ କରୋନାର ପ୍ରଭାବକୁ ପ୍ରତିହତ କରିବା ଲକ୍ଷ୍ୟରେ ସରକାର ମେ’ ୫ରୁ ୧୫ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ବୁଗୁଡ଼ାର କେତେକ ମୁନାଫାଖୋର ଅସାଧୁ ବ୍ୟବସାୟୀଙ୍କ କଳା କାରନାମା ଯୋଗୁ ଆଳୁ ଦର ହୁ ହୁ ହୋଇ ବୃଦ୍ଧି…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୬୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪।୫(ବ୍ୟୁରୋ): ମଙ୍ଗଳବାର ରାଜ୍ୟରୁ ୬୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୧ ଏବଂ ଝାରସୁଗୁଡ଼ାରୁ…

ଆଜି ରାଜଧାନୀରୁ ୧୧୧୬ ପଜିଟିଭ୍‌ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୪।୫(ବ୍ୟୁରୋ): ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରୁ ୧୧୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୭୭ ଜଣ ଚିହ୍ନଟ ହୋଇଥିବା ବେଳେ ୯୩୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ସେହିପରି ଆଜି ରାଜଧାନୀରୁ ୬୫୫ ଜଣ…

ଲକ୍‌ଡାଉନ ଗାଇଡ୍‌ଲାଇନ୍‌ କହିଲେ ଜିଲାପାଳ

କେନ୍ଦୁଝର,୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଥାକରେ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ଆସନ୍ତାକାଲି ଅର୍ଥାତ୍‌ ୫ ତାରିଖରୁ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌ ପାଇଁ ଜିଲା ଗାଇଡଲାଇନ ଉପସ୍ଥାପନ କରିଛନ୍ତି। ଏହା ୧୯ ମେ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ସହିତ…

ଭଙ୍ଗା ପାଇପ ସଜାଡ଼ିବାକୁ ମିସ୍ତ୍ରୀ ମାଗିଲେ ୪ ଲକ୍ଷ, ବିଲ୍‌ ଭାଇରାଲ

ବ୍ରିଟେନର ଜଣେ ପ୍ଲମ୍ବର ବା ପାଇପ୍‌ ମିସ୍ତ୍ରୀଙ୍କ ବିଲ୍‌ ଏବେ ଚର୍ଚ୍ଚାରେ ରହିଛି। ଏହି ପ୍ଲମ୍ବର ଜଣକ ତାଙ୍କର ଜଣେ ଛାତ୍ରଙ୍କ ଘରେ ଭଙ୍ଗା ପାଇପ ସଜାଡ଼ିବାକୁ ପହଞ୍ଚିଥିଲେ। ରୋଷେଇ ଘରେ ସାମାନ୍ୟ ପାଇପ୍‌ ଟିକିଏ ସଜାଡ଼ି ଦେବାକୁ ମିସ୍ତ୍ରୀ ଜଣକ…

ଜେଇଇ ମେନ୍‌ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଜେଇଇ ମେନ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ମେ’ ସେସନକୁ ସ୍ଥଗିତ ରଖାଯାଇଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏପ୍ରିଲ ସେସନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର…

ଓଡ଼ିଶାରେ ପହଞ୍ଚିଲା ଆଉ ୧ ଲକ୍ଷ ଟିକା

ଭୁବନେଶ୍ୱର,୪।୫(ବ୍ୟୁରୋ): ଆମ ରାଜ୍ୟରେ ମଙ୍ଗଳବାର ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଛି। ଟିକା ଆସି ପହଞ୍ଚିବା ପରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। କାରଣ ଟିକା ଅଭାବରୁ ଅନେକ ଜିଲାରେ ଟିକାକରଣ ବନ୍ଦ ରହିଛି। ଫଳରେ ଜନଅସନ୍ତୋଷ ପ୍ରକାଶ ପାଇଛି। ବାଲେଶ୍ୱର,…

ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନର ୮ ସିଂହ କରୋନା ପଜିଟିଭ୍‌

ହାଇଦ୍ରାବାଦ,୪।୫: ସେଲ୍ୟୁଲାର୍‌ ଏବଂ ମୋଲିକୁଲାର ବାୟୋଲୋଜି (ସିସିଏମ୍‌ବି) ସେଣ୍ଟରରୁ ଜଣାପଡ଼ିଛି ଯେ, ସହରର ନେହେରୁ ପ୍ରାଣୀ ଉଦ୍ୟାନ (ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ)ର ୮ ଏସିଆନ ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ଭାରତରେ ପ୍ରଥମ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ…

ଡାକ୍ତର ତିିଆରି କଲେ ଏମିତି ମେଶିନ, ଏଥିରୁ ରୋଗୀଙ୍କୁ ଦେଉଛନ୍ତି ଅମ୍ଳଜାନ

ଭୋପାଳ,୪।୫: ମଧ୍ୟପ୍ରଦେଶର ମାଲଓ୍ବା ଜିଲାରେ ରୋଗୀଙ୍କୁ ଲଗାତର ଅକ୍ସିଜେନ ଅଭାବ ପଡୁଥିବା ଦେଖିବାକୁ ମିଳିଛି। ସରକାରୀ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଏପରି ସ୍ଥିତିରେ ଏହି ହସ୍ପିଟାଲର ଜଣେ ଡାକ୍ତର…

୨ ବର୍ଷର ଶିଶୁପୁତ୍ରକୁ ବିକି ଗର୍ଲଫ୍ରେଣ୍ଡଙ୍କ ସହ ବୁଲିବାକୁ ଗଲେ ଏହି ବ୍ୟକ୍ତି

ବେଜିଂ,୪।୫: ଚାଇନାର ଏକ ପିଶାଚ ପିତା ଦୁଇ ବର୍ଷର ଶିଶୁପୁତ୍ରକୁ ବିକି ଗର୍ଲଫ୍ରେଣ୍ଡଙ୍କ ସହ ବିଦେଶ ବୁଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। କିନ୍ତୁ ପିଲାର ଦେଖାଶୁଣା କରିବା ପାଇଁ ରାୟ ହୋଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri