Posted inଜାତୀୟ

ନୁଶରତ୍‌ ଜାହାଁ ଠକ; ବିବାହ କରି ନଥିଲେ ତ ସିନ୍ଦୁର କାହିଁକି ଲଗାଇଲେ

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ ଏମ୍‌ପି ନୁଶରତ୍‌ ଜାହାଁଙ୍କ ବିବାହକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏଥିଯୋଗୁ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି। ଭାଜପା ନେତା ଅମିତ ମାଲଭିଆଙ୍କ ପରେ ବର୍ତ୍ତମାନ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ନୂସରତଙ୍କୁ କଟାକ୍ଷ କରିଛନ୍ତି। ନୁଶରତ୍‌ ଜଣେ ଫ୍ରଡ୍‌ ବୋଲି ସେ କହିଛନ୍ତି।
ବିବାହକୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଥିଲେ ନୁଶରତ୍‌। ସେ ଏବଂ ସ୍ବାମୀ ନିଖିଲ ଜୈନ ତୁର୍କୀ ନୀତିନିୟମ ଅନୁଯାୟୀ ବିବାହ କରିଥିଲେ। ଏଣୁ ଭାରତୀୟ ବିବାହ ଅନୁଯାୟୀ ଏହା ବୈଧ ନୁହେଁ। ବହୁ ପୂର୍ବରୁ ଅଲଗା ହୋଇଥିଲେ ହେଁ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବାରୁ ଏହି ବିଷୟରେ କଥା ହୋଇ ନଥିବା ସେ କହିଛନ୍ତି। ଯେଉଁ ବିବାହ ବିଷୟରେ କଥା ଉଠୁଛି ତାହା ବୈଧ ହୋଇ ନ ଥିବାରୁ ଛାଡ଼ପତ୍ର ପ୍ରଶ୍ନ କେଉଁଠି ଉଠୁଛି ବୋଲି ସେ କହିଥିଲେ। ଏହି ବୟାନ ଉପlରେ ଘୋଷ ତାଙ୍କୁ ଠକ ବୋଲି କହିଛନ୍ତି।
ଜଣେ ବିବାହିତ ମହିଳା ଭାବେ ସେ ସଂସଦରେ ଶପଥ ନେଇଥିଲେ। ଜଣେ ମହିଳାଙ୍କୁ ଟିଏମ୍‌ସିରୁ ଟିକେଟ ଦିଆଗଲା। ସେ ଶପଥ ନେଲେ। ଏବେ ସେ କହୁଛନ୍ତି ତାଙ୍କ ବିବାହ ହୋଇନାହିଁ। ହେଲେ ସେ ସିନ୍ଦୁର ଲଗାଇଛନ୍ତି। ରଥ ଟାଣିଛନ୍ତି। ପୂଜାପାଠ କରି ନିର୍ବାଚନ ଜିତିଛନ୍ତି। ୨୦୧୯ରେ ଇସ୍କନ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ବିବାହିତ ଯୋଡ଼ି ଭାବେ ସେମାନେ ସାମିଲ ହୋଇଥିଲେ। ଏହାକୁ ନେଇ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଯେଉଁ ମହିଳା ବିବାହ ହୋଇନାହିଁ ବୋଲି ଦାବି କରୁଛନ୍ତି, ତାଙ୍କ ବିବାହରେ ମମତା ସାମିଲ କିଭଳି ହୋଇପାରିଲେ। ଲୋକେ ସିନ୍ଦୁର ଲଗାନ୍ତି, ମା’ ହେବାକୁ ଯାଆନ୍ତି ହେଲେ ଅବିବାହିତ ଥିବା ଦାବି କରନ୍ତି ବୋଲି ଘୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri