୪ ବର୍ଷର ପୁରୁଣା ଦାବି ଏବେ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ନିକଟରେ କେନ୍ଦ୍ର ସରକାର ଧାନ ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ସାଧାରଣ ଧାନର କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ମାତ୍ର ୭୨ ଟଙ୍କା ବୃଦ୍ଧି କରାଯାଇଥିବାବେଳେ ଅଣଧାନ ଫସଲ ରାଶି, ବିରି, ଚିନାବାଦାମ, ଯଅ, ବାଜରା, ସୂର୍ଯ୍ୟମୁଖୀ, ରାଗି ଆଦିର କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ୩୦୦ରୁ ୪୫୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିରେ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, କର୍ନାଟକ ଚାଷୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଭଳି ଉତ୍ତରଭାରତ ରାଜ୍ୟଗୁଡିକକୁ ଯଥେଷ୍ଟ ଅଧିକ ଗୁରତ୍ୱ ଦିଆଯାଇଛି। ଏହି ମୂଲ୍ୟ ବୃଦ୍ଧି ପଛରେ କେନ୍ଦ୍ରର ରାଜନୈତିକ ଚାଲ ରହିବା ନେଇ ଚର୍ଚ୍ଚା ହେଉଛି।
ଆଉ କିଛି ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଗତ କିଛି ମାସ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ଭାଜପା ପରିଚାଳିତ କେନ୍ଦ୍ର ସରକାରର ନିଦ ହଜାଇ ଦେଇଥିବାବେଳେ ଅଣ ଧାନ ଫସଲ ଏମ୍‌ଏସ୍‌ପି ବହୁ ଗୁଣା ବଢ଼ାଇ ନିର୍ବାଚନ ହେବାକୁ ଥିବା ଉତ୍ତରଭାରତ ରାଜ୍ୟଗୁଡିକରୁ ରାଜନୈତିକ ଫାଇଦା ହାସଲ କରିବାକୁ ଉଦ୍ୟମ କରିଛି। ଧାନର ଏମ୍‌ଏସ୍‌ପି ନାମକୁମାତ୍ର ବଢ଼ାଇ ଏକ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟ ଓଡ଼ିଶାର ଚାଷୀଙ୍କ ଦାବିକୁ କର୍ଣ୍ଣପାତ କରି ନାହାନ୍ତି। ସ୍ବାମୀନାଥନ କମିଟି ଅନୁମୋଦନ ଅନୁଯାୟୀ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ଦେବାକୁ ସୁପାରିସ୍‌ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ନେଇ କ୍ଷମତାକୁ ଆସିଥିବା ଭାଜପା ଧାନ ଚାଷୀଙ୍କୁ ଅଣଦେଖା କରିଛି। ନିଜର ରାଜନୈତିକ ଫାଇଦା ପାଇଁ ଓଡ଼ିଶା ସରକାର ମଧ୍ୟ ଚାଷୀଙ୍କୁ ବଳି ପକାଇବାକୁ ପଛାଇ ନାହାନ୍ତି। ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ ଭାଜପା ସମେତ ସବୁ ଦଳର ସମ୍ମତି କ୍ରମେ ୨୦୧୭ ମାର୍ଚ୍ଚ ୨୫ରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ(ରିଜୋଲ୍ୟୁଶନ) ପାରିତ ହୋଇଥିଲା। ଓଡ଼ିଶା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବିଧାୟକ ଦଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ନିଷ୍ପତ୍ତି ହୋଇଥିଲା। ବାଚସ୍ପତିଙ୍କ ପକ୍ଷରୁ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ବିଜେଡି ଏମ୍‌ପିମାନେ ମଧ୍ୟ ପାର୍ଲାମେଣ୍ଟରେ ଏହି ଦାବି ବାରମ୍ବାର ଉଠାଇଥିଲେ। ଏହି ସଂକଳ୍ପକୁ ୪ ବର୍ଷ ବିତିଗଲାଣି। ଇତିମଧ୍ୟରେ ଧାନ ବିହନଠାରୁ ଆରମ୍ଭ କରି ସାର, ଔଷଧ, କୃଷି ଉପକରଣ ଆଦିର ଦରବୃଦ୍ଧି ହୋଇଗଲାଣି। ରାଜ୍ୟ ସରକାର ୪ ବର୍ଷ ତଳର ସେହି ପୁରୁଣା ସଂକଳ୍ପ ଆଧାରରେ ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାକୁ ଦାବି କରିଛନ୍ତି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ଦାବି କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ବିଧାନସଭାରେ ସର୍ବସମ୍ମତି କ୍ରମେ ଯେଉଁ ରିଜୋଲ୍ୟୁଶନ ପାସ୍‌ କରାଯାଇଥିଲା ସେହି ଦାବି ଅନୁଯାୟୀ ପ୍ରଥମେ କେନ୍ଦ୍ର ସରକାର ୨୯୩୦ ଟଙ୍କା ଦିଅନ୍ତୁ। ରାଜ୍ୟ ଭାଜପା ମଧ୍ୟ ଏହି ଦାବି ଉପରେ ସହମତ ହେଇଛି। ଏହି ଦାବିକୁ ପୁନର୍ବାର ଦୋହରା ନ ଗଲେ ସେହି ସଂକଳ୍ପର କୌଣସି ମୂଲ୍ୟ ରହିବ ନାହିଁ। ପ୍ରଥମେ ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା ଦିଅନ୍ତୁ। ଆଗକୁ ପଞ୍ଜାବ ଓ ଉତ୍ତର ପ୍ରଦେଶରେ ନିର୍ବାଚନ ଆସୁଥିବାରୁ କେନ୍ଦ୍ର ସରକାର ସେହି ରାଜ୍ୟଗୁଡିକୁ ଖୁସି କରିବାକୁ ଅଣଧାନ ଫସଲ ଦରବୃଦ୍ଧି କରିଥିବା ବେଳେ ଓଡ଼ିଶା ଚାଷୀଙ୍କୁ ହତାଦର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?