୨୩ ଯାଏ ଝୁଲିଲା ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣ ରୋକିବାକୁ ଟିକା ହିଁ ଏକମାତ୍ର ବିକଳ୍ପ। ତେବେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଧିମେଇ ଯାଇଛି। ଦୈନିକ ମାତ୍ର ୫୦ରୁ ୬୦ ହଜାର ବ୍ୟକ୍ତିଙ୍କୁ ଟିକାକରଣ କରାଯାଇ ପାରୁଛି। ଆବଶ୍ୟକ ଟିକା ନ ଥିବାରୁ ଏହି କାର୍ଯ୍ୟ ଆଗେଇ ପାରୁନାହିଁ। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଟିକା ଯୋଗାଇ ଦେଉ ନ ଥିବାରୁ ରାଜ୍ୟ ସରକାର ଟିକା କିଣି ଲୋକଙ୍କୁ ଦେବାକୁ ଯେଉଁ ଉଦ୍ୟମ କରିଥିଲେ ତାହା ମଧ୍ୟ ସଫଳ ହୋଇପାରି ନାହିଁ। କେନ୍ଦ୍ର ସରକାରଙ୍କ ଟିକା ଯୋଗାଣ ଉପରେ ରାଜ୍ୟ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମ ନିର୍ଭର କରୁଛି। ଆସନ୍ତା ୨୧ ତାରିଖ ସୁଦ୍ଧା କେନ୍ଦ୍ର ସରକାର ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ମାଗଣା ଟିକା ଯୋଗାଣ ଆରମ୍ଭ କରିବେ। ରାଜ୍ୟ ସରକାର ସେହି ଦିନକୁ ଅପେକ୍ଷା କରି ବସିଛନ୍ତି। କେନ୍ଦ୍ର ଟିକା ଯୋଗାଣ ଉପରେ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଇ- ଟେଣ୍ଡର ଭାଗ୍ୟ ନିର୍ଣ୍ଣୟ ହେବ। ଜୁନ୍‌ ୯ ତାରିଖରେ ହେବାକୁ ଥିବା ପ୍ରାଇସ୍‌ ବିଡିଂକୁ ଆସନ୍ତା ୨୩ ତାରିଖ ଯାଏ ସ୍ଥଗିତ କରାଯାଇଛି।
ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରି ସାରିଛନ୍ତି। ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦେବା ନେଇ ଟିକାକରଣ କେନ୍ଦ୍ର ମଧ୍ୟ ପ୍ରସ୍ତୁତ ହୋଇଛି। ଟିକା ଅଭାବ ଯୋଗୁ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯାଇ ପାରୁନାହିଁ। ୨୦୨୧ ଜାନୁୟାରୀ ୧୬ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାତ୍ର ୮୭ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ୧୧,୨୮,୫୪୩ ଜଣଙ୍କୁ ୨ଟି ଡୋଜ୍‌ ଦିଆଯାଇଥିବା ବେଳେ ୧୮ରୁ ୪୪ ବର୍ଷ ମଧ୍ୟରେ ୪୪,୨୪୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି।
କୋଭିଡ୍‌ ଟିକା କିଣାକୁ ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ଚାପ ପରେ ଜୁନ୍‌ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ରୁ ୪୪ ବର୍ଷ ବର୍ଗର ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇବାକୁ ଘୋଷଣା କରିଛନ୍ତି। ସମସ୍ତ ରାଜ୍ୟକୁ ମାଗଣାରେ ଟିକା ଯୋଗାଇ ଦିଆଯିବା ସହ ରାଜ୍ୟ ପାଇଁ ଆବଶ୍ୟକ ଟିକା କେନ୍ଦ୍ର ସରକାର କ୍ରୟ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଇ-ଟେଣ୍ଡର ରଦ୍ଦ ହେବା ସମ୍ଭାବନା ରହିଛି। ଗ୍ଲୋବାଲ ଟେଣ୍ଡରରେ ମାତ୍ର ଦୁଇଟି ସଂସ୍ଥା ବିଡ୍‌ ଦାଖଲ କରିଛନ୍ତି। ସେମାନଙ୍କର ପ୍ରାଇସ୍‌ ବିଡିଂ ଜୁନ୍‌ ୯ ତାରିଖରେ ହେବାର ଥିଲା। ତେବେ ତାହାକୁ ଆଉ ୨ ସପ୍ତାହ ସ୍ଥଗିତ ରଖାଯାଇଛି। କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ରାଜ୍ୟକୁ କେତେ ଟିକା ମିଳୁଛି ତାହା ଜାଣିବା ପରେ ରାଜ୍ୟ ସରକାର ଜୁନ୍‌ ୨୩ ତାରିଖରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ଯଦି କେନ୍ଦ୍ର ସରକାର ରାଜ୍ୟକୁ ଆବଶ୍ୟକ ମୁତାବକ ଟିକା ଯୋଗାଣ କରିବେ ତେବେ ଗ୍ଲୋବାଲ ଟେଣ୍ଡରକୁ ରାଜ୍ୟ ସରକାର ରଦ୍ଦ କରିପାରନ୍ତି । ଯଦି ଟିକା ପର୍ଯ୍ୟାପ୍ତ ନ ମିଳିବ ତେବେ ସରକାର ଟିକା କ୍ରୟ ନେଇ ନିଷ୍ପତ୍ତି ନେଇପାରନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ରୁ ୪୪ ବର୍ଷର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଟିକା ଯୋଗାଉ ନ ଥିବାରୁ ଓଡ଼ିଶା ସରକାର ନିଜେ ଟିକା କ୍ରୟ କରି ସବୁ ବର୍ଗର ଲୋକଙ୍କୁ ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏ ନେଇ ୩.୮୦ କୋଟି ଟିକା ପାଇଁ ଗ୍ଲୋବାଲ ଇ-ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ଏହି ଟେଣ୍ଡର ସଫଳ ହୋଇ ନ ଥିଲା। ପରେ ରାଜ୍ୟ ସରକାର ଏଥିରେ ଥିବା କେତେକ ସର୍ତ୍ତ କୋହଳ କରିଥିଲେ। ଏହାସତ୍ତ୍ୱେ କୌଣସି ସଂସ୍ଥା ଟେଣ୍ଡରରେ ଅଂଶଗ୍ରହଣ କରି ନ ଥିଲେ। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଅନୁମତି ଆବଶ୍ୟକ ପଡୁଥିବାରୁ କୌଣସି ଅନ୍ତର୍ଦ୍ଦେଶୀୟ କମ୍ପାନୀ ଇ-ଟେଣ୍ଡରରେ ଅଂଶଗ୍ରହଣ କରି ନ ଥିଲେ। ରାଜ୍ୟ ସରକାର ପୁଣି ଟେଣ୍ଡରରେ କେତେକ ସଂଶୋଧନ କରିବା ପରେ ୨ଟି ସଂସ୍ଥା ବିଡ୍‌ ଦାଖଲ କରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କେଉଁ ସଂସ୍ଥା ଟିକା ପାଇଁ ବିଡ୍‌ ଦାଖଲ କରିଛନ୍ତି ତାହା ଗୋପନ ରଖାଯାଇଛି।
ଗ୍ଲୋବାଲ ଟେଣ୍ଡର ସଫଳ ହେଉ ନ ଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଟିକା ଯୋଗାଇବାକୁ ଅନୁରୋଧ କରିଥିଲେ। ଏହାର ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟ ପାଇଁ କେନ୍ଦ୍ର ଟିକା କ୍ରୟ କରୁ ବୋଲି ପ୍ରସ୍ତାବ ଦେଇଥିଲେ। ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ତାଙ୍କୁ ସମର୍ଥନ ଜଣାଇଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର ରାଜ୍ୟଗୁଡ଼ିକୁ ମାଗଣାରେ ଟିକା ଯୋଗାଇବ ବୋଲି ଘୋଷଣା କରିଥିଲା।
ଉଲ୍ଲେଖଯୋଗ୍ୟ ଯେ ଜୁନ୍‌ ୧୦ ତାରିଖ ସୁଦ୍ଧା ୪୨୬ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯାଉଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୮୬ ଲକ୍ଷ ୯୮ ହଜାର ୧୦୫ ଜଣଙ୍କୁ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ୫୪,୫୬,୪୭୭ ଜଣଙ୍କୁ ପ୍ରଥମ ଡୋଜ୍‌ ଏବଂ ୧୧,୨୮,୫୪୩ ଜଣଙ୍କୁ ଦ୍ୱିତୀୟ ଡୋଜ୍‌, ୧୮ରୁ ୪୪ ବର୍ଷର ୯,୮୩,୫୫୩ ଜଣଙ୍କୁ ପ୍ରଥମ ଡୋଜ୍‌ ଏବଂ ୪୪,୨୪୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଏହି ଧାରାରେ ଟିକାକରଣ ଚାଲିବ ତେବେ ସମସ୍ତଙ୍କୁ ଟିକା ଦେବାକୁ ଆହୁରି ୨ରୁ ୩ ବର୍ଷ ଲାଗିଯିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri