ରାଜ୍ୟରେ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ପ୍ରତିଦିନ ନୂଆ ଦୈନିକ ସଂକମ୍ରଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରେ ୫ହଜାରରୁ ଉର୍ଦ୍ଧ୍ୱ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଶନିବାର ରାଜ୍ୟରେ ୪,୮୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨,୭୬୫କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୨,୦୮୭ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୬୪୯ ଓ କଟକରୁୁ ୫୦୫ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୨୭୫, ବାଲେଶ୍ୱର ୩୬୪, ବରଗଡ଼ ୬୧, ଭଦ୍ରକ ୨୨୨, ବଲାଙ୍ଗୀର ୩୧, ବୌଦ୍ଧ ୫୭, ଦେବଗଡ଼ ୨୦, ଢ଼େଙ୍କାନାଳ ୧୫୦, ଗଜପତି ୪୮, ଗଞ୍ଜାମ ୪୦, ଜଗତସିଂହପୁର ୧୮୦, ଯାଜପୁର ୩୮୨, ଝାରସୁଗୁଡ଼ା ୧୬, କଳାହାଣ୍ଡି ୬୦, କନ୍ଧମାଳ ୮୩, କେନ୍ଦ୍ରାପଡ଼ା ୨୮୭, କେନ୍ଦୁଝର ୯୬, କୋରାପୁଟ ୮୮, ମାଲକାନଗିରି ୮୯, ମୟୁରଭଞ୍ଜ ୨୧୦, ନବରଙ୍ଗପୁର ୧୦୮, ନୟାଗଡ଼ ୧୩୬, ନୂଆପଡ଼ା ୨୨, ପୁରୀ ୨୩୭, ରାୟଗଡ଼ା ୧୦୫, ସମ୍ବଲପୁର ୪୧, ସୋନପୁର ୩୫, ସୁନ୍ଦରଗଡ଼ ୧୫୭ ଓ ଷ୍ଟେଟ ପୁଲରୁ ୯୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୭,୩୧୩ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୮୧,୪୮୮ଜଣ ସୁସ୍ଥ ହୋଇଥିବା ବେଳେ ୬୨,୫୧୫ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ନୁହେଁ, ସହମତିରେ ଚୟନ

କୋରାପୁଟ,୨୧ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତରେ ନିର୍ବାଚନ ହେବ ନାହିଁ। ସହମତିଭିତ୍ତିରେ ଜନପ୍ରତିନିଧି ଚୟନ ହେବେ ବୋଲି କୋରାପୁଟସ୍ଥିତ ଏକ ହୋଟେଲରେ ଗୁରୁବାର ସନ୍ଧ୍ୟାରେ...

ଆସନ୍ତା ୨୭ରେ ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଆସନ୍ତା ୨୭ରେ ନୂତନ ମନ୍ତ୍ରିମଣ୍ଡଳ ଗଠନ ହେବା ନେଇ ସୂଚନା ମିଳିଛି। ରାଜଭବନଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି...

କରୋନା ମାର୍ଗଦର୍ଶିକା ପାଳନ ସହିତ ରାଜନୈତିକ ଦଳ ଚାହୁଁଛନ୍ତି ବିଧାନସଭା ନିର୍ବାଚନ, ସୂଚନା ଦେଲେ ଇସି…

ନୂଆଦିଲ୍ଲୀ, ୩୦।୧୨: ସମସ୍ତ ରାଜନୈତିକ ଦଳ କରୋନା ମାର୍ଗଦର୍ଶିକା ପାଳନ ସହିତ ଠିକ୍‌ ସମୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଚାହୁଁଛନ୍ତିି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ...

ନିରଞ୍ଜନଙ୍କ ଇସ୍ତଫା ନେଇ ସୁରଙ୍କ ପ୍ରତିକ୍ରିୟା: କହିଲେ ଇସ୍ତଫା ସମାଧାନ ନୁହେଁ, ସେ ନ ରହିଲେ ଦଳର ଅବସ୍ଥା ଶୋଚନୀୟ ହେବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପିସିସି ସଭାପତି ପଦରୁ ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେବା ପରେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି। ଏ ନେଇ ପ୍ରତିକ୍ରିୟା ରଖି...

ବାର୍‌ହା ଆକ୍ରମଣରେ ଚାଲିଗଲା ନାବାଳିକାଙ୍କ ଜୀବନ

କେନ୍ଦୁଝର,୨୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦୈତାରୀ ରେଞ୍ଜ ତାଳପଦା ଗ୍ରାମରେ ବାର୍‌ହା ଆକ୍ରମଣରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି।...

ମିଳିପାରେ ସ୍ବାଧୀନତା: କ୍ଷୀର ମୂଲ୍ୟ ନିର୍ଦ୍ଧାରଣ କରିବ ଓମ୍‌ଫେଡ୍‌

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ବର୍ତ୍ତମାନ ବଜାରରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍‌ଫେଡ୍‌)ର ବିଭିନ୍ନ ସାମଗ୍ରୀର ସ୍ବତନ୍ତ୍ର ଚାହିଦା ରହିଛି। ହେଲେ ଏବେ ପ୍ରତିଯୋଗିତା...

ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ: କଲେଜ ଛାତ୍ର ଗିରଫ

ପୁରୁଣା ଭୁବନେଶ୍ୱର/ପିପିଲି,୧୮ା୧୧(ଡି.ଏନ.ଏ.): ପିପିଲି ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଜଣେ କଲେଜ ଛାତ୍ରଙ୍କୁ ରବିବାର ଗିରଫ...

ଜୁଲାଇରେ ଜୋରଦାର ଧରପଗଡ଼

ଭୁବନେଶ୍ୱର,୩୦।୬(ବ୍ୟୁରୋ): ଏଣିକି ମାସ୍କ ଏବଂ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ କରାଯିବ। ମାସ୍କ ନ ପିନ୍ଧିଲେ ପୂର୍ବଭଳି ଜରିମାନା ଆଦାୟ କରାଯିବ। ସର୍ବସାଧାରଣ ସ୍ଥାନରେ...

Advertisement
Archives

Model This Week