ଦିଗ୍‌ବିଜୟ-ପି.ସି ଶର୍ମା ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୋପାଳ,୧୧।୬: କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଓ ପି.ସି ଶର୍ମାଙ୍କ ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ। ସରକାରଙ୍କ ଆଦେଶକୁ ଉଲ୍ଲଂଘନ ଓ ରାଲି ବାହାର କରିବା ଅଭିଯୋଗରେ ଆଇପିସି ଧାରା ୧୮୮ ଓ ୧୪୫ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ଜିଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ କଂଗ୍ରେସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏଏସ୍‌ପି ଅଙ୍କିତ ଜୟସଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଭୋପାଳରେ ଦିଗ୍‌ ବିଜୟ ଓ ପିସି ଶର୍ମାଙ୍କ ସମେତ ଅନ୍ୟ ୩୦ ଜଣ ଅନ୍‌ଲକ ଅର୍ଡରର ନକଲକୁ ପୋଡ଼ିଦେଇଥିଲେ। ଏଥିସହ କରୋନା କାଳରେ ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଥିବା ସତ୍ତ୍ୱେ ନେତାମାନେ ଏକ ରାଲି ବାହାର କରିଥିଲେ। ଫଳରେ ସରକାର ଏହି ନେତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାରେ ପହଞ୍ଚିଲା ଆଉ ୨୦ହଜାର ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌

ଭୁବନେଶ୍ୱର,୮।୭(ବ୍ୟୁରୋ)-ଓଡ଼ିଶାରେ ଆଉ ୨୦ହଜାର ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ ବୁଧବାର ଆସି ପହଞ୍ଚତ୍ଛି। ଏହାକୁ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)ରେ ରଖାଯାଇଛି। ସେଠାରୁ ରାଜ୍ୟର ସମସ୍ତ ଜିଲା...

କୃଷକ ଆନ୍ଦୋଳନସ୍ଥଳରେ ପୁଣି ଗଡ଼ିଲା ମୁଣ୍ଡ

ନୂଆଦିଲ୍ଲୀ, ୧୭।୧୨- ଦେଶର ରାଜଧାନୀ ଦିଲ୍ଲୀ ଓ ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନସ୍ଥଳରେ ଗୁରୁବାର ସକାଳେ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।...

କଂଗ୍ରେସ ଗଠନ କଲା ୭ କମିଟି: ଜିତିନ ପ୍ରସାଦ-ରାଜ ବବରଙ୍କୁ ଅଣଦେଖା

ନୂଆଦିଲ୍ଲୀ, ୭।୯: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ଦଳକୁ ସାଂଗଠନିକସ୍ତରରେ ସୁଦୃଢ଼ କରିବା ଲାଗି ୭ଟି...

ଛଅ ବର୍ଷରେ ୧୫ ଏମ୍ସକୁ ମିଳିଛି ମଞ୍ଜୁରୀ, ୨୦୧୪ ପର୍ଯ୍ୟନ୍ତ ଥିଲା ମାତ୍ର ଛଅ: ମୋଦି

ନୂଆଦିଲ୍ଲୀ,୨୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ତାମିଲନାଡୁର ଡା. ଏମ୍‌ଜିଆର୍ ମେଡିକାଲ ୟୁନିଭର୍ସିଟିର ୩୩ ତମ ଦିକ୍ଷାନ୍ତ ସମାରୋହକୁ ସାମ୍ବୋଧିତ...

ରାଜ୍ୟ ସଭା ସାଇନ-ଏ-ଡାଏ

ନୂଆଦିଲ୍ଲୀ,୮ା୮(ପି.ଟି.): ରାଜ୍ୟ ସଭାକୁ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଜୁନ୍‌ ୨୦ରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟ ଅଧିବେଶନ ଜୁଲାଇ ୨୬ରେ ଶେଷ...

ସିଲ୍‌ ହେଲା ଇସ୍କନ ମନ୍ଦିର: ପୂଜକଙ୍କ ସମେତ ୨୨ କରୋନା ପଜିଟିଭ

ବ୍ରିନ୍ଦାବନ,୧୧।୯: ଜନ୍ମାଷ୍ଟମୀ ପୂର୍ବରୁ ବ୍ରିନ୍ଦାବନର ଇସ୍କନ ମନ୍ଦିରକୁ ସିଲ୍‌ କରି ଦିଆଯାଇଛି। ଏଠାରେ ପୂଜାରୀଙ୍କ ସମେତ ୨୨ ଜଣ କରୋନାରେ ସଂକ୍ରମିତ ହେବା ପରେ ଏହି...

ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ...

ଅଲିମ୍ପିକ୍ସ ଘୁଞ୍ଚିବା ପରେ ପ୍ରସ୍ତୁତି ପାଇଁ ସମୟ ମଳିଛି: ଇର୍ଫାନ

ମୁମ୍ବାଇ, ୧୦।୪(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ୨୦୨୦ ଅଲିମ୍ପିକ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏ ନେଇ ରେସ୍‌ ଓ୍ବାକର କେ.ଟି. ଇର୍ଫାନଙ୍କ କୌଣସି...

Advertisement


Archives

Model This Week

Why Dharitri