ପଶ୍ଚିମ ଓଡ଼ିଶାର ୧୧ ଜିଲାକୁ ୨୫ କୋଟି

ଭୁବନେଶ୍ୱର, ୧୨ା୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୧୧ଟି ଜିଲାକୁ କୋଭିଡ୍‌ ପରିଚାଳନା ପାଇଁ ମିଳିଛି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସରେ ଏହା ଘୋଷଣା କରିଛନ୍ତି। ଏଥିପୂର୍ବରୁ ଗତ ମାସରେ ପଶ୍ଚିମ ଓଡ଼ିଶାର ୧୧ ଜିଲାକୁ କରୋନା ପରିଚାଳନା ଲାଗି ୨୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।
ଉକ୍ତ ଅର୍ଥରାଶି ବିନିଯୋଗରେ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ବୌଦ୍ଧ, ସୁବର୍ଣ୍ଣପୁର, ଦେବଗଡ଼ ଏବଂ ଅନୁଗୋଳ ଜିଲାରେ କରୋନା ମୁକାବିଲା ଲାଗି ଆବଶ୍ୟକ ଜରୁରୀ ଉପକରଣ କିଣାଯାଇଛି। ଭେଣ୍ଟିଲେଟର, ଅକ୍ସିଜେନ୍‌ ପାଇପ୍‌, ଅଟୋଆନାଲାଇଜର, ସିବିସି ମେଶିନ୍‌, ଅକ୍ସିମିଟର ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅତିରିକ୍ତ ସହାୟତା ଦ୍ବାରା କୋଭିଡ୍‌ ପ୍ରଭାବିତ ସମ୍ପୃକ୍ତ ଜିଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ପଶ୍ଚିମ ଓଡ଼ିଶାର କୋଭିଡ୍‌ ସ୍ଥିତିରେ ଉନ୍ନତି ଆସୁଛି। ଜନସାଧାରଣଙ୍କ ସହଯୋଗରୁ ଏହା ସମ୍ଭବ ହୋଇପାରିଛି। କରୋନା ପରିଚାଳନାରେ ଆଗଧାଡ଼ିରେ ରହି କାମ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମସ୍ତଙ୍କ ମିଳିତ ଉଦ୍ୟମରେ ସଙ୍କଟରୁ ମୁକ୍ତି ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ପୃକ୍ତ ୧୧ ଜିଲାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ୍‌ କରିବାକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଆଗେଇ ଆସିଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ପରିଷଦକୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଅଧିକ ପାଣ୍ଠି ଦିଆଯାଉଛି। ଡବ୍ଲ୍ୟୁଓଡିସି ଏହି ଦାୟିତ୍ୱକୁ ସଫଳ ଭାବେ ନିର୍ବାହ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି। କୋଭିଡ୍‌ ମୁକାବିଲାରେ ଓଡ଼ିଶା ଉଦାହରଣ ସୃଷ୍ଟି କରିପାରିଛି। ଅକ୍ସିଜେନ ଯୋଗାଣ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି। ଏଭଳି ସଙ୍କଟ ସମୟରେ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’। ସମସ୍ତଙ୍କୁ ଯେପରି ଉତ୍ତମ ଚିକିତ୍ସା ମିଳିପାରିବ ସେଥିଲାଗି ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କ ସମେତ ଏମ୍‌ପି ଓ ବିଧାୟକମାନେ ଯୋଗଦେଇଥିଲେ। ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ଉନ୍ନୟନ କମିଶନର ପି.କେ. ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପ୍ରତି ବଢ଼ିବ ରିସ୍କ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଧିକ ଶକ୍ତିଶାଳୀ ରହିଛି। ଏହି ଲହରରେ ଏବେ ଯୁବପିଢ଼ି ଓ ଶିଶୁ ବହୁ ଆକ୍ରାନ୍ତ ହେଉଛନ୍ତି। ଏଯାବତ୍‌ ୨୯,୪୧୩...

ହିଙ୍ଗୁଳାକ୍ଷେତ୍ର ଶ୍ରଦ୍ଧାଳୁମୟ

ତାଳଚେର,୧୬।୪(ନି.ପ୍ର.) ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା ଓ ୧୮ ତମ ଲୋକ ମହୋତ୍ସବ ଶୁକ୍ରବାରଠାରୁ ଆରମ୍ଭ...

ନକଲି ସାର୍ଟିଫିକେଟ୍‌ ଦେଇ ଧରାପଡ଼ିଲେ ୪ ଶିକ୍ଷକ: ଏତଲା ସହ ବହିଷ୍କାର ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୩ା୧୧- ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍‌ ଦେଇ ଗଞ୍ଜାମ ଜିଲାର ୪ଜଣ ଶିକ୍ଷକ ଧରାପଡ଼ିଛନ୍ତି। ଏହି ସମସ୍ତ ଶିକ୍ଷକ ଧରାକୋଟ ବ୍ଲକର...

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରେ କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୯ ଦିନ ପୂରିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି।...

୧୫୦ ମିଲିସିଆ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୨ା୮(ସ୍ବ.ପ୍ର.): ମାଲକାନଗିରି ଏସ୍‌ପି ଓ ବିଏସ୍‌ଏଫ୍‌ ଡିଆଇଜିଙ୍କ ନିକଟରେ ସୋମବାର ୧୫୦ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗୁରୁପ୍ରିୟା ନିକଟସ୍ଥ ବିଏସ୍‌ଏଫ୍‌ ମାଓବାଦୀ କ୍ୟାମ୍ପ୍‌ରେ ଆତ୍ମସମର୍ପଣ...

ଓଡ଼ଗାଁରେ ସରକାରୀ ନିୟମକୁ ବେଖାତିର: ସ୍କୁଲକୁ ପିଲାଙ୍କୁ ଡକାଇ ଶିକ୍ଷକ ବାଣ୍ଟୁଛନ୍ତି ବହି, ସାମାଜିକ ଦୂରତାର ପ୍ରଶ୍ନ ନାହିଁ

ଓଡଗାଁ,୨୫।୪(ସ୍ବ.ପ୍ର.)- କରୋନା ମୁକାବିଲାକୁ ନେଇ ସମ୍ପ୍ରତି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପିଲାଙ୍କୁ ଘରେ ଘରେ ବୁଲି...

ସ୍ନାନଯାତ୍ରାରେ ମୁତୟନ ହେବେ ୫୨ ପ୍ଲାଟୁନ୍‌ ପୋଲିସ ଫୋର୍ସ

ପୁରୀ ଅଫିସ,୧୩।୬: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ତେବେ ସ୍ନାନଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖିପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।...

ପୁଣି ୧୦ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି। ଏହି ୧୦ମୃତକଙ୍କ...

Advertisement
Archives

Model This Week