ନକଲି ଡାକ୍ତରଙ୍କ ମୁଖ୍ୟ ସହଯୋଗୀ କଟକରୁ ଗିରଫ
ଭୁବନେଶ୍ୱର,୨୮।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ସମ୍ପତ୍ତି ଲୁଟ୍ ସହ ଚାକିରି ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ମୁଖ୍ୟ ସହଯୋଗୀଙ୍କୁ କମିଶନରେଟ ପୋଲିସ କଟକ…
ଦେଶରେ ଆଇଏଏସ୍ ଅଫିସ୍ରଙ୍କ ଅଭାବ, କ୍ୟାଡରରେ ୨୨ ପ୍ରତିଶତ ପଦବୀ ଖାଲି…
ନୂଆଦିଲ୍ଲୀ, ୨୮।୩ : ଦେଶରେ ଆଇଏଏସ୍ ଅଫିସରଙ୍କ ଅଭାବ ସୃଷ୍ଟି ହୋଇଛି। କ୍ୟାଡରରେ ୨୨ ପ୍ରତିଶତ ପଦବୀ ଖାଲି ପଡ଼ିଛି। ତେଣୁ ରାଜ୍ୟମାନେ କ୍ୟାଡର ପଦବୀରେ ଅଣ କ୍ୟାଡର ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ବାଧ୍ୟ ହେଉଛନ୍ତି। ଭାରତୀୟ ପ୍ରଶାସନରେ ଆଇଏଏଏସ୍ ଅଫିସରଙ୍କ…
ପୋଲରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ, ରାସ୍ତାରୋକୋ କଲେ ସ୍ଥାନୀୟ ଲୋକେ
ପଦ୍ମପୁର,୨୮ା୩(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜାମଝାଡ଼ି ଧାମରା ରାସ୍ତାର ପଟାପୋଲଠାରେ ନିର୍ମାଣାଧୀନ ପୋଲରେ ପିଟି ହୋଇ ଷାଠିଏବାଟି ଗ୍ରାମର ଯୁବକ ବିପିନ ବେହେରାଙ୍କ ମୃତ୍ୟୁ ଘଟିଛି। ସେ ବୁଲେଟ୍ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପୋଲରେ…
ଓସ୍କାର ପୁରସ୍କାର: ‘କୋଡା’ ଶ୍ରେଷ୍ଠ ଫିଲ୍ମ, ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା
କାଲିଫର୍ନିଆ,୨୮।୩:କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଥିବା ଡଲବି ଥିଏଟରରେ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଚାଲିଛି। ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍ ବର୍ଗରେ ‘ଦ ସମର୍ ଅଫ ସୋଲ’ ଓସ୍କାର ପାଇଛି। ଭାରତୀୟ ଫିଲ୍ମ ‘ରାଇଟିଙ୍ଗ୍ ଓ୍ବିଥ୍ ଫାୟାର୍’ ଏହି ବର୍ଗରେ ମନୋନୀତ ହୋଇଥିଲା।…
୫୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରୁ ସୋମବାର ୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୫୧୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୫ ଜଣ ଚିହ୍ନଟ ହୋଇଥିବା…
ଚାଇନାରେ ନୂଆ ଲହର, ବହୁ ସହରରେ ଲକ୍ଡାଉନ୍…
.ବେଜିଂ, ୨୮।୩ : ପୁଣିଥରେ ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ସୋମବାରଠାରୁ ଶାଙ୍ଘାଇ ସମେତ ଦେଶର ବହୁ ବଡ ସହରରେ ଲକ୍ଡାଉନ୍ ଘୋଷଣା କରାଯାଇଛି। କୁହାଯାଉଛି ଯେ ଏହି ନୂଆ ଲହର ଚାଇନାର…
୪୦ ତଳେ ଦୈନିକ ମୃତ୍ୟୁସଂଖ୍ୟା…
ନୂଆଦିଲ୍ଲୀ, ୨୮।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୭୦ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି।…
ରାଜଧାନୀରେ ଫୁଟିଲା ଗୁଳି
ଭୁବନେଶ୍ୱର,୨୮ା୩(ବ୍ୟୁରୋ): ସୋମବାରଠାରୁ ୨ ଦିନ ପାଇଁ ଭାରତ ବନ୍ଦ ଥିବା ବେଳେ ରବିବାର ରାତିରୁ ତେଲ ପକାଇବା ପାଇଁ ବିଭିନ୍ନ ଟାଙ୍କିରେ ଅସମ୍ଭବ ପ୍ରକାର ଭିଡ଼ ଦେଖିବାକୁ ମିଳିଥିଲା। ତେବେ ତେଲ ପକାଇବାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଅଞ୍ଚଳର ଏକ ପେଟ୍ରୋଲ…
ଅଲିଭ୍ ରିଡ୍ଲେଙ୍କ ଗଣଅଣ୍ଡାଦାନ ଆରମ୍ଭ
ଗଞ୍ଜାମ,୨୮ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ନିକଟସ୍ଥ ରୁଷିକୂଲ୍ୟା ମୁହାଣରେ ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୦,୫୩୩ ସାମୁଦ୍ରିକ କଇଁଛ ସମୁଦ୍ରର ନୀଳ ଜଳରାଶିରୁ ଉଠିଆସି ବେଳାଭୂମିର ବାଲୁକା ରାଶିରେ ଗଣଅଣ୍ଡାଦାନ…
ପୁଅ ଗୁଗ୍ଲରେ ମା’ଙ୍କୁ କଲେ ସର୍ଚ୍ଚ, ସତ ଜାଣିବା ପରେ ପାଦତଳୁ ଖସିଗଲା ମାଟି
ପ୍ରତ୍ୟେକ ପିଲା ନିଜ ମା-ବାପାଙ୍କ ସହିତ ବହୁ ଜଡ଼ିତ। ସେମାନଙ୍କ ପାଇଁ ପିଲା ନିଜ ଜୀବନ ବି ଦେଇପାରନ୍ତି। ପ୍ରତ୍ୟେକ ସୁଖ ଦୁଃଖରେ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଯେତେବେଳେ ମା-ବାପା କିଛି ଅସୁବିଧାରେ ପଡ଼ନ୍ତି, ପିଲାମାନେ ବହୁତ…
ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା, ସୁପ୍ରିମ୍କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ, ୨୮।୩ : କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ। ଏକ ଉତ୍ତର ଦାଖଲ କରି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଯେପରି ଖ୍ରୀଷ୍ଟିଆନ, ଶିଖ,…
୭ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ
ଭୁବନେଶ୍ୱର, ୨୮।୩(ବ୍ୟୁରୋ): ରାଜ୍ୟରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ରବିବାର ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୪୦.୮ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି…
Archives


