Home

ପୁଅ ଅଭିଷେକଙ୍କୁ ଏମିତି କହିଲେ ଅମିତାଭ

ଆଜିକାଲି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମ ‘ଦଶବି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରକୁ ଦର୍ଶକ ବହୁତ ପ୍ରଶଂସା କରୁଛନ୍ତି। ଅଭିଷେକ ବଚ୍ଚନଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନ ମଧ୍ୟ…

ରାମଚରଣଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ ସୁପରଷ୍ଟାର୍‌ ରାମଚରଣ ତେଜା ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଫିଲ୍ମ ‘ଆରଆରଆର’ର ପ୍ରମୋଶନରେ ସେ ଏବେ ବ୍ୟସ୍ତ ଅଛନ୍ତି। ସେ କେବଳ ଦକ୍ଷିଣରେ ଲୋକପ୍ରିୟ ନୁହଁନ୍ତି, ବରଂ ତାଙ୍କର ଲୋକପ୍ରିୟତା ଏବେ ଉତ୍ତର ଭାରତରେ ବଢିଛି। ରାମ ଚରଣ…

ନିର୍ଦ୍ୱନ୍ଦ୍ୱରେ ଜିତିଲେ ନିବେଦିତା

ସାକ୍ଷୀଗୋପାଳ,୨୩ା୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଭାବରେ ନିବେଦିତା ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ନିର୍ବାଚନରେ ନିବେଦିତା ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ଜୟନ୍ତ କୁମାର ଜୟସିଂ ତାଙ୍କୁ ଉପାଧ୍ୟକ୍ଷା ଭାବେ…

ସଲମାନଙ୍କ ଆବେଦନ ଖାରଜ କଲେ କୋର୍ଟ

ମୁମ୍ବାଇ,୨୩ା୩: ଦବଙ୍ଗ ଖାନ୍‌ ସଲମାନଙ୍କୁ ମୁମ୍ବାଇ କୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ଆମେରିକାରେ ରହୁଥିବା ତାଙ୍କ ପଡ଼ୋଶୀ କେତନ ଆର କକ୍କରଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ନାମରେ ଏକ ମାନହାନି କେସ୍‌ କରିଥିଲେ ସଲମାନ। ଗୁଗ୍‌ଲ, ୟୁଟ୍ୟୁବ୍‌,…

ବଢିବ ଭାରତର ଶକ୍ତି: ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ

ପୋର୍ଟବ୍ଲେୟାର,୨୩।୩: ଭାରତ ବୁଧବାର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ କରିଛି। ଆଣ୍ଡାମାନ ଏବଂ ନିକୋବରରେ ଏହି ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ…

ରୁଷିଆ ସହ ଯୁଦ୍ଧ ଲଢ଼ୁଛନ୍ତି ରାମଚରଣଙ୍କ ବଡିଗାର୍ଡ; ସହାୟତା କରି ଚର୍ଚ୍ଚାରେ…

ହାଇଦ୍ରାବାଦ: ଆଉ ଦିନକ ପରେ ପରଦାକୁ ଆସିବ ଏସ୍‌.ଏସ୍‌. ରାଜାମୌଲୀଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’। ଏଥିରେ ମୁଖ୍ୟ ଭୂମିକାରେ ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର୍‌ ନଜର ଆସିବେ। ଫିଲ୍ମକୁ ନେଇ ଉଭୟ କଳାକାର ଚର୍ଚ୍ଚାରେ ଥିବା ବେଳେ ଏବେ ଭିନ୍ନ କାରଣକୁ…

କାଲି ସକାଳ ୮ରୁ ପୌର ଭୋଟ୍‌

ଭୁବନେଶ୍ୱର,୨୩ା୩(ବ୍ୟୁରୋ): ଗୁରୁବାର ରାଜ୍ୟରେ ପୌର ନିର୍ବାଚନ। ଏଥିପାଇଁ ଏନ୍‌ଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ଓ୍ବାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ୪ ହଜାର ୩ ଶହ ୭୩ ବୁଥ୍‌ରେ ମୋଟ୍‌ ୪୦ ଲକ୍ଷ ୫୫ ହଜାର ଭୋଟର…

ମନ୍ତ୍ରୀଙ୍କ ଆଇଫୋନ ଚୋରି

ଡେରାଡୁନ,୨୩।୩: ଉତ୍ତରାଖଣ୍ଡ ସରକାରରେ ବୁଧବାର ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ସୌରଭ ବହୁଗୁଣାଙ୍କ ଫୋନ୍‌ ଚୋରି ହୋଇଯାଇଛି। ରାଜଧାନୀ ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହରେ ତାଙ୍କ ମୋବାଇଲ ଫୋନ ଚୋରି ହୋଇଯାଇଥିଲା। ଏହି ପରିପ୍ରେକ୍ଷୀରେ ସେ ସୋସିଆଲ ମିଡିଆରେ…

ଟଙ୍କା ବାଣ୍ଟିବାକୁ କେନ୍ଦ୍ର କରି ହିଂସା, ୪ ଆହତ

କେନ୍ଦୁଝର,୨୩ା୩(ସ୍ବ.ପ୍ର.): ଟଙ୍କା ବାଣ୍ଟିବାକୁ କେନ୍ଦ୍ର କରି କେନ୍ଦୁଝର ପୌରାଞ୍ଚଳ ଆଟପୁରରେ ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହାକୁ ନେଇ ମଙ୍ଗଳବାର ରାତିରେ ଭାଜପା ପକ୍ଷରୁ ସଦର ବିଧାୟକ…

ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ,୨୩।୩: ଆସନ୍ତା ୨୬ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏହି ଟୁର୍ନାମେଣ୍ଟରେ ଦର୍ଶକଙ୍କ ଏଣ୍ଟ୍ରିକୁ ଏବେ ଗ୍ରୀନ୍‌ ସିଗ୍ନାଲ ଦେଇଛି ବିସିସିଆଇ। ଫଳରେ କ୍ରିକେଟ ପ୍ରେମୀ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ…

କୌଣସି ପରିସ୍ଥିତିରେ ଇସ୍ତଫା ଦେବି ନାହିଁ: ଇମ୍ରାନ

ଇସଲାମାବାଦ,୨୩।୩: ପାକିସ୍ତାନର ଇମ୍ରାନ ଖାନ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଇମ୍ରାନଙ୍କ ଗାଦିରୁ ହଟାଇବା ପାଇଁ ତାଙ୍କ ନିଜ ଦଳ ତେହେରିକ-ଇ-ଇନସାଫ (ପିଟିଆଇ)ର ଏମ୍‌ପିମାନେ ବି ଲାଗିପଡିଛନ୍ତି। ସେମାନେ ବିରୋଧୀ ସହ ହାତ ମିଳାଇଛନ୍ତି। ସରକାର ବିରୋଧରେ ସଂସଦରେ…

ଏକାଥରକେ ହୋଟେଲର ୧୮୦ ରୁମ୍‌ ବୁକ୍‌ କରିନେଲେ ଦମ୍ପତି, କାରଣ ଜାଣିଲେ…

ପୋଲାଣ୍ଡ,୨୩ା୩: ଲୋକେ ହୋଟେଲକୁ ଯାଇ ରାତ୍ରିଯାପନ ପାଇଁ ଗୋଟିଏ କି ଦୁଇଟି ରୁମ୍‌ ବୁକ୍‌ କରିଥାନ୍ତି। କିନ୍ତୁ ପୋଲାଣ୍ଡରେ ରହୁଥିବା ଏକ ଦମ୍ପତି ହୋଟେଲର ୧୮୦ଟି ରୁମ୍‌ ଏକାଥରକେ ବୁକ୍‌ କରିଛନ୍ତି। ଏହାର କାରଣ ଜାଣିଲେ  ପ୍ରଶଂସା ମଧ୍ୟ କରିବେ। ରୁଷିଆ-ୟୁକ୍ରେନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri