ଦୋଷ ନ ଥାଇ ଜେଲଦଣ୍ଡ

ବଲାଙ୍ଗୀର ଅଫିସ,୨୦ା୬: ଭାଷା ବୁଝି ନ ପାରି ରାଜ୍ୟ ବାହାରର ଜଣେ ମାନସିକ ରୋଗୀଙ୍କୁ ବଲାଙ୍ଗୀର ପୋଲିସ ଏଟିଏମ୍‌ ଲୁଟେରା ଭାବେ ଅଭିଯୁକ୍ତ କରି ମାମଲା ରୁଜୁ କରିବାରୁ ସମ୍ପୃକ୍ତ ଯୁବକଙ୍କୁ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିଛି। ଅନ୍ୟପକ୍ଷେ ପୁଅର ପତ୍ତା ନ ପାଇ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଠାରେ ତାଙ୍କ ପରିବାର ଲୋକେ ମାନସିକ ରୋଗୀ ପୁଅ ମୃତ ଭାବି ଶୁଦ୍ଧିକ୍ରିୟା ସାରିଦେଇଥିଲେ। ତେବେ ବଲାଙ୍ଗୀର ଜେଲ ଅଧୀକ୍ଷକ, ବିଚାର ବିଭାଗର ହସ୍ତକ୍ଷେପ ପରେ ସମ୍ପୃକ୍ତ ମାନସିକ ରୋଗୀ ଜଣକ ନିଜ ପରିବାରକୁ ଫେରିବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ପୋଲିସର ଦାୟିତ୍ୱହୀନତାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।
ଗତ ଜାନୁୟାରୀ ୫ ତାରିଖରେ ବଲାଙ୍ଗୀର ସହର ସିଭିଲ କୋର୍ଟ ପାଖ ଏକ ଏଟିଏମ୍‌ କାଉଣ୍ଟର ଭିତରେ ଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଯୁବକ ଜଣକ ଏଟିଏମ୍‌ ଲୁଟେରା ବୋଲି ପୋଲିସ ଦର୍ଶାଇଥିଲା। ଯୁବକ ଜଣକ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ନିବାସୀ ଏସ୍‌.ପାଇତି ରାଜୁ (୨୫) ବୋଲି ପରେ ତାଙ୍କୁ ଚିହ୍ନଟ କରାଯାଇଥିଲା। ବଲାଙ୍ଗୀର ଜିଲା କାରାଗାରରେ ସେ ଗତ ଜାନୁୟାରୀରୁ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଡଷ୍ଟବିନ୍‌ ଭିତରେ ପକାଯାଇଥିବା
ଆବର୍ଜନା ଖାଦ୍ୟକୁ ସେ ଖାଉଥିବା ଦେଖି ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁ ତାଙ୍କୁ ମାନସିକ ରୋଗୀ ବୋଲି ସନ୍ଦେହ ପ୍ରକାଶ କରି ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଔଷଧ ଖାଇବା ପରେ ସେ ସାମାନ୍ୟ ଭଲ ହୋଇଥିଲେ। ତେବେ ଜେଲ ଭିତରେ ତାଙ୍କ ଭାଷା କେହି ବୁଝିପାରୁ ନ ଥିବାରୁ ତାଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ ହୋଇ ପାରି ନ ଥିଲା। କିଛିଦିନ ତଳେ ଆସ୍କାର କେତେକ ଅଭିଯୁକ୍ତ ବଲାଙ୍ଗୀର ଜେଲକୁ ଆସିଥିଲେ। ସେମାନେ ତେଲୁଗୁ ଭାଷା କହିପାରୁଥିଲେ ଏବଂ ବୁଝିପାରୁଥିଲେ। ସେମାନଙ୍କ ସହାୟତାରେ ରାଜୁଙ୍କ ଭାଷା ବୁଝିପାରି ସେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍‌ ଜିଲାର ନିବାସୀ ବୋଲି ଜଣାପଡିଥିଲା। ଏହାପରେ ଜେଲ ଅଧୀକ୍ଷକ ସାହୁ ଭାଇଜାକ୍‌ ଜେଲରଙ୍କ ସହ ଯୋଗାଯୋଗ କରି ରାଜୁଙ୍କ ଠିକଣା ଓ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ପରିବାର ଲୋକଙ୍କ ସହ ଯୋଗାଯୋଗ ପରେ ସେ ଜାଣିବାକୁ ପାଇଥିଲେ ଯେ, ରାଜୁଙ୍କ ମୃତ୍ୟୁ ହୋଇଯାଇଛି ଭାବି ତାଙ୍କ ପରିବାର ଲୋକେ ଶୁଦ୍ଧିକ୍ରିୟା ସାରି ଦେଇଥିଲେ। ତେବେ ରାଜୁ ବଲାଙ୍ଗୀର ଜେଲରେ ବନ୍ଦୀ ଥିବା ବିଷୟରେ ଜାଣିବାକୁ ପାଇବା ପରେ ପରିବାର ଲୋକେ ଶନିବାର ବଲାଙ୍ଗୀର ଆସି ଜାମିନରେ ରାଜୁଙ୍କୁ ନେଇ ଘରକୁ ଯାଇଛନ୍ତି।
ପରିବାର ଲୋକେ କହିଛନ୍ତି ଯେ, ରାଜୁ ଜଣେ ମାନସିକ ରୋଗୀ। ୯ ମାସ ତଳେ ତାଙ୍କୁ ଚିକିତ୍ସା ପାଇଁ ଭାଇଜାକ୍‌ ନେଇଥିବାବେଳେ ସେ ସେଠାରୁ ଖସି ପଳାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନ ପାଇବାରୁ ମୃତ ଭାବି ଶୁଦ୍ଧିକ୍ରିୟା କରିଦେଇଥିଲେ। ତେବେ ରାଜୁ କୌଣସି ଏକ ଟ୍ରେନ୍‌ରେ ବଲାଙ୍ଗୀରରେ ପହଞ୍ଚତ୍ଥିଲେ। ଗତ ଜାନୁୟାରୀରେ ସେ ବଲାଙ୍ଗୀରର ଏକ ଏଟିଏମ୍‌ରେ ଥିବାବେଳେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଏହାପରେ ସେ ଜେଲରେ ବିଚାରାଧୀନ କଏଦୀ ଭାବେ ୬ ମାସ ରହିଥିଲେ। ଷ୍ଟେଟ୍‌ ଡିଫେନ୍ସ କାଉନ୍‌ସିଲ ପକ୍ଷରୁ ରାଜୁଙ୍କ ଓକିଲ ନିୟୁକ୍ତ କରାଯାଇଥିଲା। ତୁଷାରକାନ୍ତ ମହାପାତ୍ର ଅଭିଯୁକ୍ତ ରାଜୁଙ୍କ ଓକିଲ ନିଯୁକ୍ତ ହେବା ପରେ ଜାମିନ ଆବେଦନ କରିଥିଲେ। ଶନିବାର ରାଜୁଙ୍କ ଜାମିନ ମଞ୍ଜୁର ପରେ ସେ ପରିବାର ସଦସ୍ୟଙ୍କ ସହ ଘରକୁ ଫେରିଛନ୍ତି। ଏନେଇ ସଦର ଏସ୍‌ଡିପିଓ ତୋଫାନ୍‌ ବାଗଙ୍କୁ ପଚରାଯିବାରୁ ଗତ ଜାନୁୟାରୀରେ ଏଟିଏମ୍‌ ଭଙ୍ଗା ଘଟଣାକୁ ନେଇ ଏକ ମାମଲା (୭/୨୦୨୨) ରୁଜୁ ହୋଇଥିଲା। ଅଭିଯୁକ୍ତ ଜଣକ ଏଟିଏମ୍‌ ଭାଙ୍ଗି ଦେଇଥିଲେ ଓ ତାଙ୍କଠାରୁ ଏଟିଏମ୍‌ ପେପର ରୋଲ ଜବତ ହୋଇଥିଲା। ତାଙ୍କୁ ଏହି ମାମଲାରେ କୋର୍ଟଚାଲାଣ କରାଯାଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri