ଦୋଷ ନ ଥାଇ ଜେଲଦଣ୍ଡ

ବଲାଙ୍ଗୀର ଅଫିସ,୨୦ା୬: ଭାଷା ବୁଝି ନ ପାରି ରାଜ୍ୟ ବାହାରର ଜଣେ ମାନସିକ ରୋଗୀଙ୍କୁ ବଲାଙ୍ଗୀର ପୋଲିସ ଏଟିଏମ୍‌ ଲୁଟେରା ଭାବେ ଅଭିଯୁକ୍ତ କରି ମାମଲା ରୁଜୁ କରିବାରୁ ସମ୍ପୃକ୍ତ ଯୁବକଙ୍କୁ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିଛି। ଅନ୍ୟପକ୍ଷେ ପୁଅର ପତ୍ତା ନ ପାଇ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଠାରେ ତାଙ୍କ ପରିବାର ଲୋକେ ମାନସିକ ରୋଗୀ ପୁଅ ମୃତ ଭାବି ଶୁଦ୍ଧିକ୍ରିୟା ସାରିଦେଇଥିଲେ। ତେବେ ବଲାଙ୍ଗୀର ଜେଲ ଅଧୀକ୍ଷକ, ବିଚାର ବିଭାଗର ହସ୍ତକ୍ଷେପ ପରେ ସମ୍ପୃକ୍ତ ମାନସିକ ରୋଗୀ ଜଣକ ନିଜ ପରିବାରକୁ ଫେରିବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ପୋଲିସର ଦାୟିତ୍ୱହୀନତାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।
ଗତ ଜାନୁୟାରୀ ୫ ତାରିଖରେ ବଲାଙ୍ଗୀର ସହର ସିଭିଲ କୋର୍ଟ ପାଖ ଏକ ଏଟିଏମ୍‌ କାଉଣ୍ଟର ଭିତରେ ଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଯୁବକ ଜଣକ ଏଟିଏମ୍‌ ଲୁଟେରା ବୋଲି ପୋଲିସ ଦର୍ଶାଇଥିଲା। ଯୁବକ ଜଣକ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ନିବାସୀ ଏସ୍‌.ପାଇତି ରାଜୁ (୨୫) ବୋଲି ପରେ ତାଙ୍କୁ ଚିହ୍ନଟ କରାଯାଇଥିଲା। ବଲାଙ୍ଗୀର ଜିଲା କାରାଗାରରେ ସେ ଗତ ଜାନୁୟାରୀରୁ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଡଷ୍ଟବିନ୍‌ ଭିତରେ ପକାଯାଇଥିବା
ଆବର୍ଜନା ଖାଦ୍ୟକୁ ସେ ଖାଉଥିବା ଦେଖି ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁ ତାଙ୍କୁ ମାନସିକ ରୋଗୀ ବୋଲି ସନ୍ଦେହ ପ୍ରକାଶ କରି ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଔଷଧ ଖାଇବା ପରେ ସେ ସାମାନ୍ୟ ଭଲ ହୋଇଥିଲେ। ତେବେ ଜେଲ ଭିତରେ ତାଙ୍କ ଭାଷା କେହି ବୁଝିପାରୁ ନ ଥିବାରୁ ତାଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ ହୋଇ ପାରି ନ ଥିଲା। କିଛିଦିନ ତଳେ ଆସ୍କାର କେତେକ ଅଭିଯୁକ୍ତ ବଲାଙ୍ଗୀର ଜେଲକୁ ଆସିଥିଲେ। ସେମାନେ ତେଲୁଗୁ ଭାଷା କହିପାରୁଥିଲେ ଏବଂ ବୁଝିପାରୁଥିଲେ। ସେମାନଙ୍କ ସହାୟତାରେ ରାଜୁଙ୍କ ଭାଷା ବୁଝିପାରି ସେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍‌ ଜିଲାର ନିବାସୀ ବୋଲି ଜଣାପଡିଥିଲା। ଏହାପରେ ଜେଲ ଅଧୀକ୍ଷକ ସାହୁ ଭାଇଜାକ୍‌ ଜେଲରଙ୍କ ସହ ଯୋଗାଯୋଗ କରି ରାଜୁଙ୍କ ଠିକଣା ଓ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ପରିବାର ଲୋକଙ୍କ ସହ ଯୋଗାଯୋଗ ପରେ ସେ ଜାଣିବାକୁ ପାଇଥିଲେ ଯେ, ରାଜୁଙ୍କ ମୃତ୍ୟୁ ହୋଇଯାଇଛି ଭାବି ତାଙ୍କ ପରିବାର ଲୋକେ ଶୁଦ୍ଧିକ୍ରିୟା ସାରି ଦେଇଥିଲେ। ତେବେ ରାଜୁ ବଲାଙ୍ଗୀର ଜେଲରେ ବନ୍ଦୀ ଥିବା ବିଷୟରେ ଜାଣିବାକୁ ପାଇବା ପରେ ପରିବାର ଲୋକେ ଶନିବାର ବଲାଙ୍ଗୀର ଆସି ଜାମିନରେ ରାଜୁଙ୍କୁ ନେଇ ଘରକୁ ଯାଇଛନ୍ତି।
ପରିବାର ଲୋକେ କହିଛନ୍ତି ଯେ, ରାଜୁ ଜଣେ ମାନସିକ ରୋଗୀ। ୯ ମାସ ତଳେ ତାଙ୍କୁ ଚିକିତ୍ସା ପାଇଁ ଭାଇଜାକ୍‌ ନେଇଥିବାବେଳେ ସେ ସେଠାରୁ ଖସି ପଳାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନ ପାଇବାରୁ ମୃତ ଭାବି ଶୁଦ୍ଧିକ୍ରିୟା କରିଦେଇଥିଲେ। ତେବେ ରାଜୁ କୌଣସି ଏକ ଟ୍ରେନ୍‌ରେ ବଲାଙ୍ଗୀରରେ ପହଞ୍ଚତ୍ଥିଲେ। ଗତ ଜାନୁୟାରୀରେ ସେ ବଲାଙ୍ଗୀରର ଏକ ଏଟିଏମ୍‌ରେ ଥିବାବେଳେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଏହାପରେ ସେ ଜେଲରେ ବିଚାରାଧୀନ କଏଦୀ ଭାବେ ୬ ମାସ ରହିଥିଲେ। ଷ୍ଟେଟ୍‌ ଡିଫେନ୍ସ କାଉନ୍‌ସିଲ ପକ୍ଷରୁ ରାଜୁଙ୍କ ଓକିଲ ନିୟୁକ୍ତ କରାଯାଇଥିଲା। ତୁଷାରକାନ୍ତ ମହାପାତ୍ର ଅଭିଯୁକ୍ତ ରାଜୁଙ୍କ ଓକିଲ ନିଯୁକ୍ତ ହେବା ପରେ ଜାମିନ ଆବେଦନ କରିଥିଲେ। ଶନିବାର ରାଜୁଙ୍କ ଜାମିନ ମଞ୍ଜୁର ପରେ ସେ ପରିବାର ସଦସ୍ୟଙ୍କ ସହ ଘରକୁ ଫେରିଛନ୍ତି। ଏନେଇ ସଦର ଏସ୍‌ଡିପିଓ ତୋଫାନ୍‌ ବାଗଙ୍କୁ ପଚରାଯିବାରୁ ଗତ ଜାନୁୟାରୀରେ ଏଟିଏମ୍‌ ଭଙ୍ଗା ଘଟଣାକୁ ନେଇ ଏକ ମାମଲା (୭/୨୦୨୨) ରୁଜୁ ହୋଇଥିଲା। ଅଭିଯୁକ୍ତ ଜଣକ ଏଟିଏମ୍‌ ଭାଙ୍ଗି ଦେଇଥିଲେ ଓ ତାଙ୍କଠାରୁ ଏଟିଏମ୍‌ ପେପର ରୋଲ ଜବତ ହୋଇଥିଲା। ତାଙ୍କୁ ଏହି ମାମଲାରେ କୋର୍ଟଚାଲାଣ କରାଯାଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ଏ ନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

ଏକତାର ସହର ରାଉରକେଲା

ରାଉରକେଲା ଅଫିସ୍‌୍‌/ସୁନ୍ଦରଗଡ,୨୨।୩ (ଡି.ଏନ୍‌.ଏ):ରାଉରକେଲାରେ ଆର୍‌ଏସ୍‌ପିର ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଉଦ୍‌ବୋଧନ...

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘେରିଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୨୫ା୬- ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ବିବିଏଲଏଲବି ପାଠ୍ୟକ୍ରମ ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ହୋଇଛି ା ୫ ବର୍ଷିଆ ପାଠ୍ୟକ୍ରମରେ ନିୟମିତ ପରୀକ୍ଷା ପରିଚାଳନା...

ପଥରରେ ଛେଚି ଯୁବକଙ୍କୁ ହତ୍ୟା: ଜଣେ ଗିରଫ

କେନ୍ଦୁଝର,୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ଗ୍ରାମ ନିକଟରେ ପଥରରେ ଛେଚି ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ସଦର ଥାନା ବୋଲି ବୁଧବାର...

ଅଚଳାବସ୍ଥା ଜାରି, ୨୨ ଶୁଣାଣି ପରେ ପରିବର୍ତ୍ତନ ଆଶା

ସମ୍ବଲପୁର,୨୧ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଡିସେମ୍ବର ୧୨ରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା। ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ଓ...

ହାଇଦ୍ରାବାଦରେ ମୃତ୍ୟୁ, ହିଞ୍ଜିଳିରେ ହତ୍ୟା ମାମଲା: ସ୍ବାମୀ ଗିରଫ

ହିଞ୍ଜିଳିକାଟୁ,୨୧ା୫(ଡି.ଏନ୍‌.ଏ): ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ହିଞ୍ଜିଳି ଥାନା ପୋଲିସ ମଙ୍ଗଳବାର ଆଙ୍କୋରଡା ଗ୍ରାମର ପ୍ରଶାନ୍ତ ସ୍ବାଇଁଙ୍କୁ ଗିରଫ କରିଛି। ହତ୍ୟାର ଶିକାର ହୋଇଛନ୍ତି...

ଅଧିକ ଯୌତୁକ ଦାବି କରି ହତ୍ୟା ଉଦ୍ୟମ: ଥାନାରେ ପହଞ୍ଚିଲେ ମହିଳା

ବ୍ରହ୍ମପୁର ଅଫିସ,୨୮।୮: ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିଥିଲେ। ଏନେଇ ଗୀତାଞ୍ଜଳି...

୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚନ୍ଦନ କାଠ ଜବତ: ୩ ଗିରଫ

କଟକ ଅଫିସ,୪ା୧୨: କଟକ ଜିଲା ଟାଙ୍ଗୀ ପୋଲିସ ଷ୍ଟେଶନ ଅଧୀନ ଦଳଯୋଡି ଜଙ୍ଗଲରୁ ଶୁକ୍ରବାର ଲକ୍ଷାଧିକ ଟଙ୍କାର ଚୋରା ଚନ୍ଦନ କାଠ ଜବତ ହୋଇଥିବା ଜଣାପଡ଼ିଛି।...

Advertisement
Archives

Model This Week