ନବୀନଙ୍କ ରାଜନୈତିକ ତୀର୍ଥଯାତ୍ରା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ନେଇ ଏବେ ଚାରିଆଡ଼େ ଆଲୋଚନା। ସୋମବାର ସେ ନୂଆଦିଲ୍ଲୀରୁ ଇଟାଲି ଅଭିମୁଖେ ଯାତ୍ରାକରି ଭାଟିକାନ୍‌ ସିଟିରେ କ୍ୟାଥଲିକ୍‌ଙ୍କ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି)ର ନିମନ୍ତ୍ରଣକ୍ରମେ ରୋମ୍‌ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶାର ଖାଦ୍ୟ ନିରାପତ୍ତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବେ ବୋଲି କୁହାଯାଉଛି। ଏହା ପରେ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତରେ ଯାଇ ‘ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌’ରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୨ରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଲଣ୍ଡନ ଯାଇଥିଲେ। ତେବେ ତତ୍କାଳୀନ ଘନିଷ୍ଠ ସହଯୋଗୀ ପ୍ୟାରୀମୋହନ ମହାପାତ୍ରଙ୍କ ମିଲିଟାରୀ କୁ’ ଭଳି ମିଡ୍‌ନାଇଟ୍‌ କୁ’ ବିଷୟରେ ଜାଣିବାକୁ ପାଇଥିଲେ। ଲଣ୍ଡନରେ ବସି ଟେଲିଫୋନ୍‌ ଯୋଗେ ସମର୍ଥକମାନଙ୍କୁ କାର୍ଯ୍ୟରେ ଲଗାଇ ପ୍ୟାରୀଙ୍କ ଷଡ଼ଯନ୍ତ୍ରକୁ ବିଫଳ କରାଇ ଦେଇଥିଲେ। ଏଥିସହିତ ଗସ୍ତ କାର୍ଯ୍ୟକ୍ରମକୁ କାଟ୍‌ଛାଣ୍ଟ କରି ଓଡ଼ିଶା ଫେରିଆସିଥିଲେ। ତା’ପରେ ପ୍ୟାରୀଙ୍କୁ ଦଳରୁ ବିତାଡ଼ିତ କରାଯାଇଥିଲା। ଅନେକେ ଭାବୁଥିଲେ ପ୍ୟାରୀଙ୍କ ଅନୁପସ୍ଥିତିରେ ବିଜୁ ଜନତା ଦଳ ନିର୍ବାଚନରେ ଆଶାନୁରୂପ ସଫଳତା ପାଇବ ନାହିଁ। କିନ୍ତୁ ୨୦୧୪ ନିର୍ବାଚନରେ ବିଜେଡି ଅଧିକ ଶକ୍ତିଶାଳୀ ହୋଇଥିଲା।
ଏବର ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ପଛରେ କ’ଣ ଉଦ୍ଦେଶ୍ୟ ରହିଛି ସମସ୍ତେ ଜାଣିବା ଲାଗି ଇଚ୍ଛୁକ। ବିଶ୍ୱ ବର୍ତ୍ତମାନ ପ୍ରବଳ ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏଥିସହିତ ଆଭ୍ୟନ୍ତରୀଣ ସାମାଜିକ ବିଭେଦ ଏବଂ ଅଶାନ୍ତ ବାତାବରଣ ଯୋଗୁ ଭାରତ ଅନ୍ତର୍ଜାତୀୟ ପୁଞ୍ଜିନିବେଶକଙ୍କ ପାଇଁ ଆକର୍ଷଣୀୟ ସ୍ଥଳ ହୋଇ ରହିନାହିଁ। ଏଭଳି ପ୍ରଚ୍ଛଦପଟରେ ନବୀନଙ୍କ ଦୁବାଇ ଗସ୍ତରେ ପୁଞ୍ଜିନିବେଶକଙ୍କୁ ଓଡ଼ିଶା ଆଣିବାର ଉଦ୍ଦେଶ୍ୟ କେତେଦୂର ସଫଳ ହେବ, ସେ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଦୁବାଇରୁ ଭାରତକୁ ପୁଞ୍ଜି ଆଣିବା ଅସମ୍ଭବ। ଅନ୍ୟପଟେ ଭାରତରୁ ଦୁବାଇକୁ ଭାରତୀୟ ପୁଞ୍ଜି ଏବଂ ଧନୀ ଭାରତୀୟଙ୍କ ସ୍ରୋତ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଲୋଚନା ହେଉଛି ଯେ, ପୁଞ୍ଜିନିବେଶ ପରିବର୍ତ୍ତେ ନବୀନଙ୍କ ଦୁବାଇ ଗସ୍ତ ପଛରେ ରାଜନୈତିକ ନିବେଶ ରହିଛି। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଭାଜପା ନେତାଙ୍କ ଅରୁଚିକର ମନ୍ତବ୍ୟ ପରେ ଆରବୀୟ ଦେଶ ସମେତ ବିଶ୍ୱର ମୁସଲିମ୍‌ ରାଷ୍ଟ୍ରଗୁଡ଼ିକ ଭାରତ ବିରୋଧୀ ପାଲଟିଯାଇଛନ୍ତି। ଏଥିସହିତ ୟୁଏଇର ସଦସ୍ୟ ଏମିରେଟ୍‌ କାତାର ପ୍ରଥମେ ଭାରତ ସରକାରଙ୍କୁ ସମାଲୋଚନା କରିବା ଫଳରେ ବିରୋଧ ବଢ଼ିଥିଲା। ମୋଦି ସରକାରଙ୍କ ବିରୋଧରେ ଏହି ଦେଶଗୁଡ଼ିକ ଖୋଲାଖୋଲି ମତବ୍ୟକ୍ତ କରୁଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏହି ବଦନାମରୁ ବଞ୍ଚତ୍ବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି। ଭାଜପାକୁ ସମର୍ଥନ କରୁଥିବା କେତେକ ସଙ୍ଗଠନ ପକ୍ଷରୁ ଆରବ ଦେଶଗୁଡ଼ିକରେ ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ବିକ୍ଷୋଭ କରିବାର ଡାକରା ଦିଆଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ଦିନ ଓ ସମୟରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ହେତୁ ବୁଝାପଡୁଛି ଯେ, ସରକାରୀସ୍ତରରେ ଏହିଭଳି ଉଗ୍ର ପ୍ରତିକ୍ରିୟାକୁ ନାପସନ୍ଦ କରାଯାଉଛି। ଅତ୍ୟଧିକ ଅନ୍ତର୍ଜାତୀୟ ଚାପରେ ମୋଦି ସରକାର ମଧ୍ୟ ଆଗେଇବାକୁ ଚାହୁଁନାହାନ୍ତି। ଏଭଳି ସନ୍ଧିକ୍ଷଣରେ ନବୀନଙ୍କ ଦ୍ୱାରା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ମୁଖ୍ୟ ଦେଶକୁ ଗସ୍ତ କେବଳ ପୁଞ୍ଜି ଲଗାଣରେ ସୀମିତ ରହିବ ନାହିଁ ବୋଲି ବିଶ୍ୱାସ କରାଯାଉଛି।
ଏଠାରେ ମନେପଡ଼େ ୨୦୦୮ ମସିହା କଥା। କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରାଯିବା ପରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଥିଲା। ସେତେବେଳେ ରାଜ୍ୟରେ ବିଜେଡି ଓ ଭାଜପା ମିଳିତ ସରକାର ଚାଲିଥିଲା। ଭାଜପା ପକ୍ଷରୁ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ନବୀନ ଦେଇଥିବା ମନ୍ତବ୍ୟ ସେହି ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ସେ କହିଥିଲେ- ତାଙ୍କ ଶରୀରର ପ୍ରତ୍ୟେକ ହାଡ଼ ଧର୍ମନିରପେକ୍ଷ। ଏଭଳି ମନ୍ତବ୍ୟ ପରେ ଓଡ଼ିଶାର ମିଳିତ ସରକାରର ଭବିଷ୍ୟତ ନେଇ ରାଜନୈତିକ ପଣ୍ଡିତମାନେ ଆଶଙ୍କା ବ୍ୟକ୍ତ କରିଥିଲେ। ହେଲେ ଖେଳ ଓଲଟା ହେଲା। ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ଭାଜପାର ହାତ ଛାଡ଼ି ଏକାକୀ ଲଢ଼ି ବର୍ଦ୍ଧିତ ସଂଖ୍ୟା ନେଇ ସରକାର ଗଢ଼ିଲେ।
ଏପଟେ କ୍ୟାଥଲିକ୍‌ ଖ୍ରୀଷ୍ଟିଆନ୍‌ଙ୍କ ଶୀର୍ଷସ୍ଥାନ ଭାଟିକାନ୍‌ ସିଟି ଗସ୍ତ ଓ ସେପଟେ ମୁସ୍‌ଲିମ୍‌ ଦେଶ ଦୁବାଇ ଗସ୍ତ କରି ନବୀନ ଆସନ୍ତା ଦିନରେ ରାଜନୀତିର ମୋଡ ଦର୍ଶାଇ ଥାଇପାରନ୍ତି। ଭାରତର ଅଧିକାଂଶ ଗଣମାଧ୍ୟମରେ ପ୍ରକାଶିତ ମନ୍ତବ୍ୟରେ କୁହାଯାଉଛି ଯେ, ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ନବୀନଙ୍କ ବିଜୁ ଜନତା ଦଳ ସମର୍ଥନ କରିବ। ତାହାଦ୍ୱାରା ନବୀନଙ୍କ ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ଆଞ୍ଚ ଆସିବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ। ହୁଏତ ସେଥିପାଇଁ ଉଭୟ ଖ୍ରୀଷ୍ଟିଆନ ଏବଂ ମୁସଲ୍‌ମାନ ଦେଶକୁ ତୀର୍ଥ କରି ନବୀନ ତାଙ୍କର ଭବିଷ୍ୟତ ରାଜନୈତିକ ପଥକୁ ସୁଦୃଢ଼ କରୁଥାଇପାରନ୍ତି। ଏପଟେ ନିଜ ରାଜ୍ୟରେ ସବୁ ଗୁରୁତ୍ୱପୂର୍ଣ୍ଣ ଓ ପ୍ରାଚୀନ ହିନ୍ଦୁ ମନ୍ଦିରର ଉନ୍ନତୀକରଣ ଦ୍ୱାରା ଭାଜପାର ହିନ୍ଦୁତ୍ୱକୁ ମଧ୍ୟ ସୀମିତ କରି ରଖିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri