Posted inଜାତୀୟ

ଅର୍ଥନୀତିରେ ବିପର୍ଯ୍ୟୟ ଆଣିପାରେ ଦୁର୍ବଳ ମୌସୁମୀ

ନୂଆଦିଲ୍ଲୀ,୨୦।୬(ପି.ଟି.): ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମଲହର ପରେ ମୌସୁମୀ ଆସିଥିଲେ ହେଁ ଏହା ଅତ୍ୟନ୍ତ ଧିମା ଗତିରେ ଅଗ୍ରସର ହେଉଛି। ମୌସୁମୀ ଦୁର୍ବଳ ରହିଲେ ଭାରତର କୃଷିଭିତ୍ତିକ ଅର୍ଥନୀତିରେ ବିପର୍ଯ୍ୟୟ ଆସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ହେଲେ ଭଲ ମୌସୁମୀ ବର୍ଷା ଜରୁରୀ। ଦେଶର ବାର୍ଷିକ ବୃଷ୍ଟିପାତର ୭୦ ପ୍ରତିଶତ ମୌସୁମୀରୁ ମିଳିଥାଏ। ଏହା ମୋଟ କୃଷିଜମିର ୬୦ ପ୍ରତିଶତକୁ ଜଳ ଯୋଗାଇଥାଏ। ଦେଶ ଜନସଂଖ୍ୟାରୁ ୫୦ ପ୍ରତିଶତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। ମୌସୁମୀ ଦୁର୍ବଳ ହେଲେ କୃଷି ଉତ୍ପାଦନ ହ୍ରାସ ପାଇବ ଓ ମୁଦ୍ରାସ୍ଫୀତି ବଢ଼ିବ।
ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ରବି ଫସଲ ଉତ୍ପାଦନ ଗୁରୁତର ବାଧାପ୍ରାପ୍ତ ହୋଇଛି। ଫଳରେ ସରକାର ଗହମ ରପ୍ତାନି ବନ୍ଦ କରିବା ସହ ଉତ୍ପାଦନ ପୂର୍ବାନୁମାନକୁ ୧୧.୩ ନିୟୁତ ଟନ୍‌ରୁ ୧୦୬.୪ ନିୟୁତ ଟନ୍‌କୁ ହ୍ରାସ କରିଛନ୍ତି। ତେଣୁ ମୌସୁମୀରେ ଅନିଶ୍ଚିତତା ଦେଖାଦେଲେ ଦେଶର ଖାଦ୍ୟ ସୁରକ୍ଷା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଜୁନ୍‌ ମାସ ତୃତୀୟ ସପ୍ତାହରେ ମଧ୍ୟ ଏହା ଅଗ୍ରଗତି କରିପାରି ନାହିଁ। ତେଣୁ ଧାନ ବୁଣା ବିଳମ୍ବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଜୁନ୍‌ ୧୧ରେ ବୃଷ୍ଟିପାତ ୪୩ ପ୍ରତିଶତ କମ୍‌ ରହିଥିବାବେଳେ ଜୁନ୍‌ ୧୭ରେ ସେଥିରେ ଉନ୍ନତି ଘଟିଛି। ଏବେ ବର୍ଷା ପରିମାଣ ୧୮ ପ୍ରତିଶତ କମ୍‌ ରହିଥିବା ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜୁନ୍‌ ୨୩ ପରେ ଉତ୍ତରପଶ୍ଚିମ ଭାରତରେ ବୃଷ୍ଟିପାତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ବର୍ଷା ସବୁଆଡ଼େ ସମାନ ହୋଇ ନ ଥାଏ। କେତେକ ଅଞ୍ଚଳରେ କମ୍‌ ଓ କେଉଁଠି ବେଶି ବର୍ଷା ହୁଏ। ପରିମାଣ ଦୃଷ୍ଟିରୁ ଦେଖିଲେ ଏହା ସ୍ବାଭାବିକ ରହିଥିବା ଆଇଏମ୍‌ଡି ଡିଜି କହିଛନ୍ତି। ମୌସୁମୀ ପାଇଁ ଲା-ନିନା ସ୍ଥିତି ଭଲ ରହିଛି ଓ ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ଏହା ରହିବ। ତେବେ ଭାରତ ମହାସାଗରରେ ନକାରାତ୍ମକ ଦ୍ୱିଧ୍ରୁବୀୟ (ଆଇଓଡି) ଯୋଗୁ ମୌସୁମୀ ଅଗ୍ରଗତିରେ ବାଧା ସୃଷ୍ଟି ହେବ। ତେବେ ମୋଟାମୋଟି ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ସ୍କାଏମେଟ୍‌ ଓ୍ବେଦର ଅଧ୍ୟକ୍ଷ ଜି.ପି. ଶର୍ମା କହିଛନ୍ତି, କମ୍‌ ବୃଷ୍ଟିପାତ ଯୋଗୁ କୃଷିକୁ ନେଇ ଚିନ୍ତା ବଢ଼ିଛି। ତେବେ ଆଗାମୀ ୩/୪ ଦିନ ମଧ୍ୟରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଓ ବାଂଲାଦେଶ ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଗାଙ୍ଗେୟ ସମତଳ ଭୂମିରେ ବୃଷ୍ଟିପାତ ବଢ଼ିବ ବୋଲି ସେ କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଭେଟିଲେ ନୀତୀଶ: ୫୦ମିନିଟ୍‌ ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୫।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ନୀତୀଶ କୁମାର କଂଗ୍ରେସ ନେତା ରାହୁଲ...

ଆର୍‌ଟିଆଇ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୨୬।୭(ପି.ଟି.):ସୂଚନା ଅଧିକାର ଆଇନ (ସଂଶୋଧନ) ବିଲ୍‌ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ୨୨ ତାରିଖରେ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ଗୁରୁବାର ରାଜ୍ୟ ସଭାରେ...

ବିଜୟନଙ୍କ ସରକାର ପକେଟମାରଙ୍କଠାରୁ ବି ହୀନ: ବିରୋଧୀ ଦଳ ନେତା…

ଥିରୁଭାନନ୍ତପୁରମ୍‌,୧୪।୨ : କେରଳ ବିଧାନସଭାରେ ବିରୋଧୀଦଳର ନେତା ଭି ଡି ସାତିଶନ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାରଙ୍କ ଇନ୍ଧନ ବନ୍ଦ କରିବା...

ଜୋତା କାରଖାନାରେ ଅଗ୍ନିକାଣ୍ଡ

ଭୋପାଳ,୨୪ା୯: ଶନିବାର ମଧ୍ୟପ୍ରଦେଶର ଗ୍ବାଲିଅରର ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ...

ମେଡ଼ିକାଲ ଶିକ୍ଷାରେ ଆତଙ୍କବାଦ ପୀଡ଼ିତଙ୍କୁ ମିଳିବ ସଂରକ୍ଷଣ…

ନୂଆଦିଲ୍ଲୀ,୮।୧୧ : ଜମ୍ମୁ-କଶ୍ମୀରରେ ଆତଙ୍କବାଦରେ ପୀଡିତଙ୍କ ପରିବାରଙ୍କ ସୁବିଧା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦ ଦ୍ୱାରା ପ୍ରଭାବିତ ପରିବାରର ପିଲାମାନଙ୍କୁ...

ଗୁଜରାଟରେ ନିର୍ବାଚନ ନ ଲଢ଼ିଲେ ମନ୍ତ୍ରୀଙ୍କୁ ଛାଡ଼ିଦେବାକୁ କହିଛି ଭାଜପା: କେଜ୍ରିଓ୍ବାଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୫।୧୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଭାଜପା ସରକାରଙ୍କ ପୁଣି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ...

୫୦ ଅଣ୍ଡା ଖାଇବାକୁ ଲାଗିଥିଲା ସର୍ତ୍ତ: ୪୨ଖାଇବା ପରେ ମୃତ୍ୟୁ

ଜୋନପୁର,୪।୧୧: ବେଳେବେଳେ ଥଟ୍ଟାରେ ଲାଗିଥିବା ସର୍ତ୍ତ ମୃତ୍ୟୁର କାରଣ ହୋଇଥାଏ। ଅଣ୍ଡା ଓ ମଦରେ ସର୍ତ୍ତ ଲଗାଇ ଜଣେ ବ୍ୟକ୍ତି ମୃତ୍ୟୁମୁଖକୁ ଠେଲି ହୋଇଯାଇଥିବା ଜଣାପଡ଼ିଛି।...

ମନି ଲଣ୍ଡରିଂ ମାମଲା: ସମନ ସତ୍ତ୍ୱେ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେନି ଅନୀଲ

ମୁମ୍ବାଇ,୨୬।୬: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀଙ୍କ ମୁମ୍ବାଇ ଓ ନାଗପୁର ସ୍ଥିତ ବାସଭବନରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିଲା। ଏହି ଚଢ଼ାଉ...

Advertisement
Archives

Model This Week