ବିବାହ କରିବାକୁ ରାଜି: ବିଜୟ ଶଙ୍କର

ଜଗତ୍‌ସିଂହପୁର ଅଫିସ, ୨୦ା୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଓ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୋମାଲିକା (୨୯)ଙ୍କ ବିବାହ ପ୍ରସଙ୍ଗ ଦିନକୁ ଦିନ ଜଟିଳ ରୂପ ନେଉଛି। ଶନିବାର ସୋମାଲିକା ଜଗତ୍‌ସିଂହପୁର ଥାନାରେ ବିଧାୟକ ଦାସଙ୍କ ସମେତ ୮ରୁ ଅଧିକ ଲୋକଙ୍କ ନାଁରେ ଅଭିଯୋଗ କରିଥିଲେ। ଏଥିରେ ବିଧାୟକ ଦାସ ସେକ୍ସ ରାକେଟ୍‌ ଚଳାଇବା ସହ ତାଙ୍କୁ ଠକିଥିବା ନେଇ ଉଲ୍ଲେଖ କରାଯାଇଥିଲା। ପୋଲିସ ଅଭିଯୋଗ ଗ୍ରହଣ କରିବା ପରେ ମାମଲା (ନଂ.୩୭୯/୨୨) ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତିି। ରବିବାର ଏହି ପ୍ରସଙ୍ଗରେ ବିଧାୟକ ଦାସ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମା’ଙ୍କ ଦେହ ଖରାପ ଯୋଗୁ ସେ ଚିନ୍ତିତ ରହୁଛନ୍ତି। ବିବାହ କରିବାକୁ ସେ କେବେ ମନା କରିନାହାନ୍ତି। ଏନେଇ ଆଉ ୨ ମାସ ସମୟ ଥିବାବେଳେ ସୋମାଲିକା ଓ ତାଙ୍କ ସମ୍ପର୍କୀୟମାନେ କାହିଁକି ବ୍ୟସ୍ତ ହେଉଛନ୍ତି ଜଣାପଡୁନାହିଁ। କୌଣସି ଭଲ ଦିନ ଦେଖି ବିବାହ କରିବା ପାଇଁ ସେ ଚିନ୍ତା କରୁଛନ୍ତି। ସେ ସେକ୍ସ ରାକେଟ୍‌ ଚଳାଇଥିବା ଭଳି ଅଭିଯୋଗ ଦୁର୍ଭାଗ୍ୟଜନକ। ତାଙ୍କ ନାମରେ ହୋଇଥିବା ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି। ଯୁବ ବିଧାୟକଙ୍କ ଏହି ବିବାଦକୁ ନେଇ ଏବେ ରାଜନୀତି ଜୋର ଧରିଛି। ବିରୋଧୀ ଏହାକୁ ମୌସୁମୀ ଅଧିବେଶନରେ ପ୍ରସଙ୍ଗ କରିବେ ବୋଲି କହୁଥିବା ବେଳେ ବିଜେଡି ଏହାକୁ ବିଧାୟକଙ୍କ ବ୍ୟକ୍ତିଗତ ସମସ୍ୟା ବୋଲି କହିଛି।
ସୂଚନାଯୋଗ୍ୟ, ବିଧାୟକ ଦାସ ଓ ସୋମାଲିକା ବିବାହ କରିବାକୁ ନିଷ୍ପତ୍ତି ନେଇ ମେ’୧୭ରେ ଜଗତ୍‌ସିଂହପୁର ଜିଲା ସବ୍‌-ରେଜିଷ୍ଟ୍ରାର(ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଆବେଦନ କରିଥିଲେ। ଆଇନ ଅନୁଯାୟୀ କାହାର କୌଣସି ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ୩୦ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଅଭିଯୋଗ ନ ଥିଲେ ୩୧ରୁ ୯୦ ଦିନ ମଧ୍ୟରେ ବିବାହ କରାଯାଇପାରିବ ବୋଲି ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଆବେଦନର ୩୧ ଦିନ ଅର୍ଥାତ୍‌ ଗତ ୧୭ ତାରିଖରେ ସୋମାଲିକା ବିବାହ ପାଇଁ ସମ୍ପର୍କୀୟମାନଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ମାତ୍ର ବିଧାୟକ ଦାସଙ୍କୁ ଅପେକ୍ଷା କରି ନିରାଶ ହୋଇ ଫେରିଥିଲେ। ପୂର୍ବରୁ ସେ ବିଧାୟକ ଦାସଙ୍କ ନାଁରେ ଜଗତ୍‌ସିଂହପୁର ଥାନା ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଉଭୟ ପରିବାର ସଦସ୍ୟଙ୍କ ମଧ୍ୟରେ ଆପୋସ ବୁଝାମଣାରେ ବିବାହ ପାଇଁ ସହମତି ପ୍ରକାଶ ପାଇଥିଲା। ଏବେ ବିଧାୟକ ବିବାହ ପାଇଁ ନ ଆସିବାରୁ ସୋମାଲିକା ଜଗତ୍‌ସିଂହପୁର ଥାନାରେ ବ୍ୟକ୍ତିଗତ ଭାବେ ବିଧାୟକ ଦାସଙ୍କ ସମେତ ମାନସ ଦାସ, ଦିଲିପ କୁମାର ଦାସ, ସୁଜିତ କୁମାର ଦାସ, ତୁଷାର ବିଶ୍ୱାଳ, ସରୋଜ ସ୍ବାଇଁ, ବସନ୍ତ ମହାପାତ୍ର, ମନୋଜ ଭୋଇ ଓ ଅନ୍ୟମାନଙ୍କ ନାଁରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri