Posted inଜାତୀୟ

ଦ୍ୱନ୍ଦ୍ୱ ଦୂର ପ୍ରୟାସ ସହ ଧମକ

ନୂଆଦିଲ୍ଲୀ,୨୦।୬: ସୈନ୍ୟବାହିନୀରେ ଠିକା ନିଯୁକ୍ତି ଯୋଜନା ଅଗ୍ନିପଥକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେବା ପରେ ଏହାକୁ ପ୍ରଶମିତ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଏଥିସହିତ ଯେଉଁମାନେ ଆନ୍ଦୋଳନରେ ସାମିଲ ହେବେ ସେମାନଙ୍କୁ ସେନାରେ ନିଯୁକ୍ତି ସୁଯୋଗ ମିଳିବ ନାହିଁ ବୋଲି ଏକପ୍ରକାର ଧମକ ମଧ୍ୟ ଦିଆଯାଇଛି।
ଅଗ୍ନିପଥ ଯୋଜନାରେ ବ୍ୟାପକ ନିଯୁକ୍ତି ସମ୍ପର୍କରେ ରବିବାର ତିନି ବାହିନୀର ଶୀର୍ଷ ଅଧିକାରୀ ଗଣମାଧ୍ୟମକୁ ଜଣାଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେମାନେ କହିଛନ୍ତି, ସଶସ୍ତ୍ର ବଳର ବୟସସୀମା କମାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଅଗ୍ନିପଥ ଯୋଜନାରୁ ସରକାର ଓହରିବେ ନାହିଁ। ତେଣୁ ଯୁବଗୋଷ୍ଠୀ ଆନ୍ଦୋଳନ ବନ୍ଦ କରିବା ଲାଗି ସାମରିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲ୍ୟୁଟନାଣ୍ଟ ଜେନେରାଲ ଅରୁଣ ପୁରୀ କହିଛନ୍ତି। ୩ ବାହିନୀରେ ବୟସ ପ୍ରୋଫାଇଲ କମାଇବା ନେଇ ଦୀର୍ଘଦିନରୁ ବିଚାର କରାଯାଉଥିଲା। କାର୍ଗିଲ ସମୀକ୍ଷା କମିଟି ମଧ୍ୟ ଏନେଇ ଟିପ୍ପଣୀ ଦେଇଥିଲେ। ଏହା ଦୀର୍ଘଦିନରୁ ପଡ଼ିରହିଥିବା ସଂସ୍କାର, ଯେଉଁଥିରେ ସେନାକୁ ଅଧିକ ଯୁବ ଓ ଅଭିଜ୍ଞ କରିବା ଲକ୍ଷ୍ୟ ରହିଛି। ପ୍ରତିବର୍ଷ ୩ ବାହିନୀରୁ ୧୭,୬୦୦ ସୈନ୍ୟ ସମୟ ପୂର୍ବରୁ ଅବସର ନେଉଛନ୍ତି। ଅବସର ପରେ ସେମାନେ କ’ଣ କରିବେ ସେ ନେଇ ତ କେହି ପ୍ରଶ୍ନ କରୁ ନ ଥିବା ପୁରୀ କହିଛନ୍ତି।
ସିଆଚେନ ଓ ଅନ୍ୟାନ୍ୟ ଅଞ୍ଚଳରେ ନିୟମିତ ଯବାନମାନଙ୍କୁ ଯେଉଁ ଭତ୍ତା ସୁବିଧା ମିଳୁଛି, ଅଗ୍ନିବୀରମାନଙ୍କୁ ସେହିସବୁ ସୁବିଧା ମିଳିବ। ଏଥିସହିତ ଦେଶସେବା ବେଳେ ଯଦି ଜୀବନ ଯାଏ, ତେବେ ଅଗ୍ନିବୀରଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଆଯିବ। ଚଳିତ ମାସ ଶେଷ ସୁଦ୍ଧା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୪୬,୦୦୦ଙ୍କୁ ନିଯୁକ୍ତି ମିଳିବ। ପରବର୍ତ୍ତୀ ୪-୫ ବର୍ଷରେ ୫୦ ହଜାରରୁ ୬୦ ହଜାର ଅଗ୍ନିବୀର ନିଯୁକ୍ତ ହେବେ ଓ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୯୦,୦୦୦ରୁ ଲକ୍ଷେକୁ ବୃଦ୍ଧି ପାଇବ ବୋଲି ପୁରୀ ସୂଚନା ଦେଇଛନ୍ତି। ଅଗ୍ନିବୀରରେ ୪ ବର୍ଷ ନିଯୁକ୍ତି ପରେ ଯେଉଁମାନେ ବାହାରିବେ, ସେମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ଲାଗି ସଂରକ୍ଷଣ ଘୋଷଣା କରାଯାଇଛି। ଏଭଳି ସଂରକ୍ଷଣ ଆନ୍ଦୋଳନ ଯୋଗୁ ହୋଇନାହିଁ, ଏହା ପୂର୍ବରୁ ଯୋଜନା ହୋଇଥିଲା ବୋଲି ସାମରିକ ବ୍ୟାପାର ଅତିରିକ୍ତ ସଚିବ ପୁରୀ କହିଛନ୍ତି।
ଅଗ୍ନିପଥ ବିରୋଧରେ ବିକ୍ଷୋଭକୁ ନେଇ ପୁରୀ କହିଛନ୍ତି, ସେନାରେ ଶୃଙ୍ଖଳା ହେଉଛି ମୂଳ। ପୋଡ଼ାଜଳା, ଭଙ୍ଗାରୁଜା କରୁଥିବା ଯୁବଗୋଷ୍ଠୀଙ୍କର ସେନାରେ ସ୍ଥାନ ନାହିଁ। ଅଗ୍ନିବୀର ପାଇଁ ଆବେଦନ ବେଳେ ପ୍ରାର୍ଥୀମାନେ ପୂର୍ବରୁ କୌଣସି ବିକ୍ଷୋଭ କିମ୍ବା ଭଙ୍ଗାରୁଜାରେ ସାମିଲ ନ ଥିଲେ ବୋଲି ଫର୍ମରେ ଉଲ୍ଲେଖ କରିବେ। ଏହାର ପୋଲିସ ଯାଞ୍ଚ ବାଧ୍ୟତାମୂଳକ। ଏହା ବିନା ସେନାରେ ନିଯୁକ୍ତି ଲାଗି ସୁଯୋଗ ମିଳିବ ନାହିଁ ବୋଲି ପୁରୀ ସ୍ପଷ୍ଟ କରିଛନ୍ତି।
ଜୁନ୍‌ ୨୪ରୁ ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ ହେବ ଏବଂ ଅନ୍‌ଲାଇନ ପରୀକ୍ଷା ଜୁଲାଇ ୨୪ରୁ ହେବ ବୋଲି ଏୟାର ମାର୍ଶାଲ ଏସ୍‌.କେ. ଝା କହିଛନ୍ତି। ଡିସେମ୍ବରରେ ପ୍ରଥମ ବ୍ୟାଚ୍‌ ନିଯୁକ୍ତି ଶେଷ ହେବ ଓ ସେହିମାସ ୩୦ରୁ ପ୍ରଶିକ୍ଷଣ ଆରମ୍ଭ ହେବ ବୋଲି ଝା ସୂଚନା ଦେଇଛନ୍ତି। ନଭେମ୍ବର ୨୧ରୁ ଓଡ଼ିଶାର ଆଇଏନ୍‌ଏସ୍‌ ଚିଲିକାରେ ନାଭାଲ ଅଗ୍ନିବୀରଙ୍କ ପ୍ରଶିକ୍ଷଶ ଆରମ୍ଭ ହେବ ବୋଲି ଭାଇସ ଆଡମିରାଲ ଦିନେଶ ତ୍ରିପାଠୀ କହିଛନ୍ତି। ଉଭୟ ପୁରୁଷ ଓ ମହିଳାଙ୍କୁ ନୌସେନା ଅଗ୍ନିବୀର ଭାବେ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri