ପୋଲିସକୁ ଚକ୍‌ମା ଦେଇ ନାବାଳକଙ୍କ ଫେରାର ଉଦ୍ୟମ

କେନ୍ଦୁଝର,୨୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋର୍ଟ ଥାନା ଅଞ୍ଚଳରେ ରଜ ପୋଷାକ ପାଇଁ ମା’ଙ୍କୁ ହତ୍ୟା କରିଥିବା ନାବାଳକ ପୁଅଙ୍କୁ ରବିବାର ରାଉରକେଲାସ୍ଥିତ ବାଳାଶ୍ରମକୁ ନିଆଯାଉଥିବା ବେଳେ ଲହୁଣୀପଡ଼ା ନିକଟରେ ସେ ଚମ୍ପଟ ମାରିଥିଲେ। କିଛି ସମୟରେ ପରେ ତାଙ୍କୁ ପୁଣି କାବୁ କରାଯାଇଥିବା ସୂଚନା ମିଳିଛି। ଏସ୍‌ଡିପିଓ ପି. ଜେ. ଟପ୍ପୋ କହିଛନ୍ତି, ନାବାଳକଙ୍କୁ ନୟାକୋର୍ଟ ଥାନାରୁ ଅଣାଯାଇ ରବିବାର କେନ୍ଦୁଝର ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବା ପରେ ରାଉରକେଲାସ୍ଥିତ ବାଳାଶ୍ରମକୁ ନିଆଯାଉଥିଲା। ଲହୁଣୀପଡା ନିକଟରେ ସମସ୍ତେ ଖାଇବା ଲାଗି ଏକ ଢ଼ାବା ନିକଟରେ ଅଟକିଥିଲେ। ଉକ୍ତ ନାବାଳକ ପରିସ୍ରା ଯିବା ବାହାନାରେ ପୋଲିସକୁ ଚକ୍‌ମା ଦେଇ ଫେରାର ଉଦ୍ୟମ କରିଥିଲେ। ତାଙ୍କୁ ଧରାଯାଇ ସୁରକ୍ଷିତ ଭାବେ ବାଳାଶ୍ରମକୁ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ବାଂଶପାଳ ବ୍ଲକ ଉପରବରଡା ଗ୍ରାମର ମୁଗ ସାଆନ୍ତ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ପୁଅ ସହିତ ରହୁଥିଲେ। ବଡ଼ ପୁଅ ପଞ୍ଚମ ଶ୍ରେଣୀରେ ଓ ସାନ ପୁଅ ତୃତୀୟ ଶ୍ରେଣୀରେ ପଢୁଥିଲେ। ରଜରେ ସମସ୍ତେ ନୂଆ ପୋଷାକ ପିନ୍ଧିଥିବାରୁ ବଡପୁଅ ମା’ ସହ ଝଗଡା କରିଥିଲେ। ଗରିବ ମା’ ତାର ଇଛା ପୂରଣ କରିବାକୁ ଅସାମର୍ଥ୍ୟ ପ୍ରକାଶ କରିବାରୁ ମା’ ଓ ପୁଅ ମଧ୍ୟରେ ବଚସା ଉଗ୍ରରୂପ ଧାରଣ କରିଥିଲା। ଶେଷରେ ଉତ୍‌କ୍ଷିପ୍ତ ହୋଇ ବଡପୁଅ ଏକ ଟାଙ୍ଗିଆରେ ହାଣି ମା’ଙ୍କୁ ହତ୍ୟା କରିଥିଲେ। ଏନେଇ ଏକ ହତ୍ୟା ମାମଲା(ନଂ.୪୮/ ୨୦୨୨) ରୁଜୁ କରାଯାଇ ତଦନ୍ତ ଚାଲୁରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିତରକନିକାରେ ବାର୍ଡଫ୍ଲୁ ଆଶଙ୍କା ନେଇ ସାମ୍ପୁଲ ସଂଗ୍ରହ

ରାଜନଗର, ୫ା୧୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ଭିତରକନିକା ଜାତୀୟ ଉଦ୍ୟାନ ସୀମା ସରହଦରେ ଥିବା ସାତଭାୟାର ବିସ୍ତୀର୍ଣ୍ଣ ଜଳରାଶି ସହ ବଙ୍ଗୋପସାଗର ତଟବର୍ତ୍ତୀ ରାଇପାଟିଆ ସମେତ ବିଭିନ୍ନ ଆର୍ଦ୍ରଭୂମି...

ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବିଭାଗର ଠିକା କର୍ମଚାରୀ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମାବଳୀ ବିରୋଧରେ ଠିକା କର୍ମଚାରୀ ସଂଘର ବଡ଼ ଧରଣର ଆନ୍ଦୋଳନ। ରବିବାର ପ୍ରାୟ ୧୦ ହଜାର ଠିକା କର୍ମଚାରୀ ଲୋୟର...

ଓଡ଼ିଶା ଫେରାଇ ଆଣିବାକୁ ତାମିଲନାଡୁରୁ ପ୍ରବାସୀଙ୍କ ନିବେଦନ

ବାମରା,୯।୫,(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ନୂଆଡ଼ିହି ଗ୍ରାମର ଲିଲିମା କୁଜୁର ଓ ଜମନକିରା ବ୍ଲକ ଟିକଲିପଡା ପଞ୍ଚାୟତ ବରହାମୁଣ୍ଡି ଗ୍ରାମର ଶୁକ୍ରା...

କଳାହାଣ୍ଡିରେ ମା’ ଝିଅ କରୋନା ପଜିଟିଭ୍‌ : ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଲା

ଜୁନାଗଡ଼,୨୪ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ର ଏକ ଦେୟଯୁକ୍ତ ଟିଏମ୍‌ସିରେ ଥିବା ୨ ଜଣ ମହିଳାଙ୍କ ସ୍ବାବ୍‌ ନମୁନା କରୋନା ପଜିଟିଭ୍‌ ଆସିଛି। ସେମାନେ ଉଭୟ ମା’...

ଜି. ଉଦୟଗିରିରେ ମା’ଙ୍କ ମହାସପ୍ତମୀ ପୂଜା

ଜି.ଉଦୟଗିରି,୫।୧୦(ଡି.ଏନ୍‌.ଏ.):  କନ୍ଧମାଳ ଜିଲା ଜି. ଉଦୟଗିରି ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଶନିବାର ଅନୁଷ୍ଠିତ ହେଉଛି। ଶୁକ୍ରବାର ରାତିରେ...

ମୁଖ୍ୟ ଡାକଘରେ ଦ୍ୱିତୀୟ କାଉଣ୍ଟର ଖୋଲାଯାଉ

ବ୍ରହ୍ମପୁର ଅଫିସ,୨୦ା୪-ଦକ୍ଷିଣ ଓଡ଼ିଶାର ବଡ଼ ସହର ବ୍ରହ୍ମପୁର ମୁଖ୍ୟ ଡାକଘର ଏବେ ଅବ୍ୟବସ୍ଥା ମଧ୍ୟରେ ରହିଛି । ସେଠାରେ ଥିବା ଦୁଇ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଓ...

କଳା ସଂଘର୍ଷ ନୁହେଁ, ଜୀବନ

ଧାମନଗର,୪।୧୦(ଡି.ଏନ.ଏ.)-ଆଞ୍ଚଳିକ ଲୋକକଳା ଆଜିି ବି ଗ୍ରାମାଞ୍ଚଳରେ ଜିଇ ରହିଛି। ଅନେକ ଗ୍ରାମୀଣ ପ୍ରତିଭା ରହିଛନ୍ତି। ବିଭିନ୍ନ ଲୋକକଳାକୁ ଲୋକଲୋଚନକୁ ଆଣିବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଦର...

କାଳବୈଶାଖୀ: ଉଡ଼ିଲା ଆଜବେଷ୍ଟସ୍‌, ଭାଙ୍ଗିଲା ଗଛ

ପାଟଣା,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ଗୁରୁବାର ସକାଳୁ କାଳବୈଶାଖୀ ପ୍ରଭାବରେ ଘଡ଼ଘଡି ସହ ପ୍ରବଳ ବର୍ଷା ପବନରେ ବଡ଼ ବଡ଼ ଗଛ ଭାଙ୍ଗି...

Advertisement
Archives

Model This Week