୨ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି ଜିମ୍ନାସିୟମ

ଜଗତ୍‌ସିଂହପୁର ଅଫିସ, ୧୬ା୯:ଜଗତ୍‌ସିଂହପୁର ସହରରେ ଜିମ୍ନାସିୟମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ବର୍ଷ ତଳୁ ତିଆରି ପାଇଁ ଚିନ୍ତା କରାଯାଇଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ଜଗତ୍‌ସିଂହପୁର ପୌର ପରିଷଦ ମାର୍କେଟ୍‌ କମ୍ପ୍ଲେକ୍ସ ବିଲ୍ଡିଂ ଉପରେ ଏହା କରାଯିବା ପାଇଁ ସ୍ଥିର ହୋଇଥିଲା । ଏନେଇ ଆଇଓସିଏଲ୍‌(ଭାରତୀୟ ତୈଳ ନିଗମ)ର ସହାୟତା ଲୋଡା ଯାଇଥିଲା। ଆଇଓସିଏଲ୍‌ ୭୫୦ ବର୍ଗ ଫୁଟ ବିଶିଷ୍ଟ ହଲ୍‌ ନିିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲା । ୩୧ା୮ା୨୦୨୦ରେ ତତ୍କାଳୀନ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏନେଇ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତତ୍କାଳୀନ ଜିଲାପାଳ ତଥା ଜଗତ୍‌ସିଂହପୁର ପୌର ପ୍ରଶାସକ ସଂଗ୍ରାମ କେଶରୀ ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ଏହି ହଲ୍‌ ନିର୍ମାଣ କାମ ସରିବାରେ ଯଥେଷ୍ଟ ବିଳମ୍ବ ହୋଇଛି। ଏବେ ଚଟାଣରେ ମାର୍ବଲ ପଡୁଥିବା ବେଳେ ଜିମ୍‌ ଉପକରଣ କିଣାଯାଇନାହିଁ। ଆଉ କୌଣସି ସଂସ୍ଥା ଏଥିପାଇଁ ସହାୟତା ଯୋଗାଇବା ଆଶାରେ ପୌର ପ୍ରଶାସନ ଅନାଇ ବସିଥିବା ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଆଇଓସିଏଲ୍‌ ଅନୁଦାନ ପୂର୍ଣ୍ଣ ଭାବେ ବିନିଯୋଗ ହୋଇସାରିଛି । କିନ୍ତୁ ଜିମ୍‌ ସାମଗ୍ରୀ କିଣାଯାଇ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଉପକରଣ କିଣିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ପରିଷଦ ଅର୍ଥ ଖର୍ଚ୍ଚ କଲେ ଉପକରଣ କିଣାଯିବ ଏବଂ ତା’ପରେ ଜିମ୍ନାସିୟମ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। କେବଳ ଏତିକି ନୁହେଁ, ଓପନ୍‌ ଜିମ୍‌ ପାଇଁ ଜମି ଚିହ୍ନଟ ନ ହେବା ଆଲୋଚନାର ବିଷୟ ହୋଇଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ପ୍ରତି ୱାର୍ଡରେ ଓପନ ଜିମ୍‌ ହେବ। ୧୦ା୧୧ା୨୦୨୧ରେ ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ଯୁଗ୍ମ ସଚିବ ଜିମ୍‌ ଉପକରଣ ସ୍ଥାପନ ପାଇଁ ମାନୁଫାକ୍ଚରର୍‌/ଅଥରାଇଜଡ୍‌ ଡିଷ୍ଟ୍ରିବ୍ୟୁଟର/ଅଥରାଇଜଡ୍‌ ସପ୍ଲାୟର ଚୟନ ପାଇଁ ବିଜ୍ଞାପନ କରିବାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି କରିଥିଲେ। ଏଥିରେ ଜିମ୍‌ ନିମନ୍ତେ ବିଭିନ୍ନ ଉପକରଣ କିଣିବା ପାଇଁ ଉଲ୍ଲେଖ ଥିଲା। ସେଗୁଡ଼ିକ ମଧ୍ୟରେ ଏୟାର ୱାକର/ଏରିଅଲ ଷ୍ଟ୍ରୋଲର, ଏବିବି କ୍ରଞ୍ଚ କିମ୍ବା ସିଟ୍‌-ଅପ ବେଞ୍ଚ, ଏୟାର ସ୍ବିଙ୍ଗ, ଟ୍ବିଷ୍ଟର, ଗ୍ଲାଇଡର, ନି/ହିପ ରେଜ୍‌ ଅନ ପାରାଲାଲ ବାର୍‌ସ, ବିଗ ସୋଲଜର୍‌ ହୁଇଲ୍‌, ସ୍ପିନର, ବେଞ୍ଚ ଉଇଥ ଫିକ୍ସଡ୍‌ ଡମ୍ବବେଲ୍‌, ବେଞ୍ଚ ଉଇଥ ଫିକ୍ସଡ୍‌ ୱେଟ୍‌ ଲିଫ୍ଟ, ପୋଲ୍‌ସ ଉଇଥ ଫିକ୍ସଡ୍‌ ୱେଟ୍‌, ଚେଷ୍ଟ ପ୍ରେସ୍‌, ୱାଲକର୍‌, ପୁସ୍‌ ଅପ ବାର୍‌, ସୋଲ୍‌ଜର ଏକ୍ସରସାଇଜର, ଲେଗ୍‌ ରୋଲର (ସ୍ପେଶିଆଲି ଆବ୍ଲେଡ୍‌) ଓ ସୋଲଜର୍‌ ବିଲ୍ଡର (ସ୍ପେଶିଆଲି ଆବ୍ଲେଡ୍‌) ଆଦି ପ୍ରମୁଖ ରହିଛି।
ଜଗତ୍‌ସିଂହପୁର ପୌରାଞ୍ଚଳର ୨୧ରୁ ୧୦ଟି ୱାର୍ଡରେ ଓପନ ଜିମ୍‌ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆନ୍ତରିକତାର ଅଭାବରୁ ଏ ପର୍ଯ୍ୟନ୍ତ ଗୋଟିଏ ବି ଓପନ୍‌ ଜିମ୍‌ ସ୍ଥାପନ ହୋଇପାରି ନାହିଁ । ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ଓପନ ଜିମ୍‌ ପାଇଁ ଜମି ସମସ୍ୟା ରହିଛି । ଜମି ଚିହ୍ନଟ ପରେ ଓପନ ଜିମ୍‌ ସ୍ଥାପନ ହେବ । ଗୋଟିଏ ସଂସ୍ଥା ଏଥିପାଇଁ ଉପକରଣ ଯୋଗାଇ ଦେବ ବୋଲି ସ୍ଥିର ହୋଇଛି। ପରିଷଦ ମାର୍କେଟ କମ୍ପ୍ଲେକ୍ସ ଉପରେ ଜିମ୍ନାସିୟମ ହେବା ନିଷ୍ପତ୍ତି ସମ୍ପର୍କରେ ସିଂହ କହିଛନ୍ତି, ଏଥିପାଇଁ ହଲ୍‌ ନିର୍ମାଣ ସରିଥିଲେ ସୁଦ୍ଧା ଉପକରଣ କିଣାଯାଇପାରୁନାହିଁ। ତେଣୁ ଓପନ୍‌ ଜିମ୍‌ ପାଇଁ ଯେଉଁ ଉପକରଣ ଆସିଛି ସେଥିରୁ କିଛି ଏହି ଜିମ୍‌ରେ ସ୍ଥାପନ କରାଯିବା ପାଇଁ ଚିନ୍ତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡା ବ୍ଲକ୍‌ର ରିଷିଡ଼ାରେ ଜଳ ସଙ୍କଟ: ୧୨ ଦିନ ହେଲା ପାଇପ୍‌ ଯୋଗେ ପାଣି ଯୋଗାଣ ବନ୍ଦ

ରିଷିଡ଼ା, ୧୬/୧୧ (ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ୍‌ର ଜନବହୁଳ ରିଷିଡ଼ା ଗ୍ରାମରେ ଗତ ୧୨ ଦିନ ହେଲା ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ତେଲ…

ସଲିମ ସେଖରଙ୍କୁ ବିଜେଡିର ଗୁରୁଦାୟିତ୍ବ, କୃତଜ୍ଞତା ଜଣାଇ….

ରିଷିଡା,୧୬।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ରିଷିଡା ପଂଚାୟତର ଯୁବନେତା ସଲିମ…

ଆମର ଏହି ବସୁନ୍ଧରା

ଦିନକର କଥା। ସୂର୍ଯ୍ୟଠାରୁ ସେଦିନ ଖଣ୍ଡେ ବାହାରି ଆସିଲା। ସେହି ସୂଯର୍ର୍‌ୟାଂଶ ହିଁ ହେଲା ଆମ ପୃଥିବୀ। ତାକୁ ସୂର୍ଯ୍ୟ ଖଣ୍ଡ ନ କହି ସୂର୍ଯ୍ୟକନ୍ୟା କହିବାଟା…

ସଚିନ ତେନ୍ଦୁଲକରଙ୍କ ସହ କ୍ରିକେଟ୍‌ ଖେଳିଲେ ପ୍ରିନ୍ସ ୱିଲିୟମ୍‌, ଚା’ ପିଇବା ପରେ କହିଲେ….

ମୁମ୍ବାଇ,୧୬।୧୧: ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌ ଓ ପ୍ରିନ୍ସେସ୍‌ କେଟ୍‌ ମିଡଲଟନ୍‌ ମୁମ୍ବାଇର ବଲାର୍ଡ ଇଷ୍ଟେଟ୍‌ ଗସ୍ତ ସମୟରେ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହ ଏକ ସ୍ମରଣୀୟ…

ଆସିଲା ୨୦୩୫ ପର୍ଯ୍ୟନ୍ତ ପ୍ରମୁଖ ଇଭେଣ୍ଟର କାର୍ଯ୍ୟସୂଚୀ: ଜାଣନ୍ତୁ ଭାରତରେ ହେବ କେଉଁ ସବୁ ବଡ଼ ଇଭେଣ୍ଟ

ନୂଆଦିଲ୍ଲୀ,୧୫।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୨୦୩୫ ପର୍ଯ୍ୟନ୍ତ ଏହାର ପ୍ରମୁଖ ପୁରୁଷ ଇଭେଣ୍ଟ କାର୍ଯ୍ୟସୂଚୀକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିସହିତ ପରବର୍ତ୍ତୀ ୩ ବୃହତ୍‌ ଇଭେଣ୍ଟ ଯଥା…

୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଥିବା ପାଞ୍ଚ ଜଣ ଖେଳାଳିଙ୍କୁ ଦଳରୁ ମୁକ୍ତ କରାଯାଇପାରେ; ଆସନ୍ତାକାଲି ଆସିବ ଆଇପିଏଲ (IPL) ୨୦୨୭ ପାଇଁ ରିଟେନସନ ତାଲିକା

ନୂଆଦିଲ୍ଲୀ,୧୬।୧୧: IPL 2027 ପାଇଁ ସମସ୍ତ ଦଳର ରିଟେନସନ ତାଲିକା ନଭେମ୍ବର ୧୭ରେ ପ୍ରକାଶ ପାଇବ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ ପନ୍ତଙ୍କ ପରି ପ୍ରମୁଖ ଖେଳାଳିମାନେ…

ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଝୁରୁଛି ଗାଁ ମାଟି: ଶିକ୍ଷକତା ପରେ କାହଁକି ନେଲେ ଏଭଳି ଚରମ ନିଷ୍ପତ୍ତି

ବରୀ, ୧୬।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଶିକ୍ଷାମଣ୍ଡଳ ଅନ୍ତର୍ଗତ ଅରଙ୍ଗାବାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ…

୧୩ ଛକା, ୮ଚୌକା ଇତିହାସ ରଚିଲେ ରଜତ ପାଟିଦାର, ୧୩୫ ରନ କରି କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୧୬।୧୧: ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରଜତ ପାଟିଦାର, ଗତ କିଛି ବର୍ଷ ମଧ୍ୟରେ ଆଇପିଏଲ (IPL) ରେ ନିଜକୁ ଅନ୍ୟତମ ବିପଜ୍ଜନକ ମଧ୍ୟକ୍ରମ ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?