ଲୋଧା ଛାତ୍ରୀଙ୍କ ଉଚ୍ଚଶିକ୍ଷା ଆଶା ମଉଳିଲା

ମୋରଡ଼ା,୧୬ା୯(ଡି.ଏନ.ଏ.):୧୦ ବର୍ଷ ହଷ୍ଟେଲରେ ରହି ପାଠ ପଢ଼ିଲେ। ସଫଳତାର ସହ ମାଟ୍ରିକ୍‌ ବି ପାସ୍‌ କଲେ। ହେଲେ ପାରିପାର୍ଶ୍ୱିକ ପରିସ୍ଥିତି ଏବେ ତାଙ୍କ ଉଚ୍ଚଶିକ୍ଷା ଆଶାକୁ ମଉଳାଇ ଦେଇଛି। ଇଚ୍ଛା ଥାଇ ପାଠରେ ଡୋରି ବାନ୍ଧି ସନ୍ତୁଳି ହେଉଛନ୍ତି ଲୋଧା ସମ୍ପ୍ରଦାୟର ଛାତ୍ରୀ ସାବି ମଲ୍ଲିକ। ମା’ ବାପାଙ୍କ ସହ ପର ପିଣ୍ଡାରେ ଆଶ୍ରୟ ନେଉଥିବା ସାବି ଏବେ ବଣୁଆ ଛତୁ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣରେ ସହାୟତା କରୁଛନ୍ତି।
ସାବିଙ୍କ ବାପା ଅଜିତ ମଲ୍ଲିକ ଓ ମା’ ଦୀର୍ଘ ୨୦ ବର୍ଷ ଧରି ଗଡିଗଁା ପଞ୍ଚାୟତର ଲୋଧା କଲୋନୀରେ ରହି ଆସୁଛନ୍ତି। ସ୍ଥାୟୀ ଭାବରେ ବସବାସ କରି ଆସୁଥିଲେ ସୁଦ୍ଧା ଅଦ୍ୟାବଧି ପ୍ରଶାସନ ପକ୍ଷରୁ ଘରଡିହ ଯୋଗାଇ ଦିଆଯାଇନାହିଁ। ଚିକିଟାମାଟିଆ ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିବା ସାବି ଗତ ମାଟ୍ରିକ ପରୀକ୍ଷାରେ ୨୯୧ ନମ୍ବର ରଖି ପାସ କରିଛନ୍ତି। ହଷ୍ଟେଲରୁ ଘରକୁ ଫେରି ଦେଖନ୍ତି ଯେ, ଘର ଖଣ୍ଡେ ନାହିଁ। ମା’ ବାପା ପର ପିଣ୍ଡାରେ ଆଶ୍ରୟ ନେଇଛନ୍ତି। ସ୍ବଚ୍ଛ ଭାରତ ମିଶନ ଜରିଆରେ ମିଳିଥିବା ପାଇଖାନାରେ ରୋଷେଇ କରୁଛନ୍ତି ତାଙ୍କ ମା’ ବାପା। ରାତି ହେଲେ ସାବି ତାଙ୍କ ମାମୁଙ୍କ ଘର ପିଣ୍ଡାରେ ଶୁଅନ୍ତି। ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନ ଥିବାରୁ ସବୁ କ୍ଷେତ୍ରରେ ଅସୁବିଧା ହେଉଛି ବୋଲି ସାବିଙ୍କ ପରିବାର ଲୋକେ କହିଛନ୍ତି। ମୋରଡ଼ା ତହସିଲଦାର ଅନନ୍ତ କୁମାର ହଁାସଦାଙ୍କୁ ପଚାରିବାରୁ ସାବିଙ୍କ ପରିବାରଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ଯୋଗାଇ ଦିଆଯିବ ବୋଲି କହିଛନ୍ତି। ତେବେ ଲୋଧା ଜନଜାତିଙ୍କ ବିକାଶ ଲାଗି ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ସାବି ମଲ୍ଲିକଙ୍କ ପରିବାର ଭଳି ବହୁ ପରିବାର ବାସହରା ଭାବେ ଦିନ କାଟୁଥିବା ପୂର୍ବତନ ଗଡିଗଁା ସରପଞ୍ଚ ଶତୃଘନ ମଲ୍ଲିକ ଅଭିଯୋଗ କରିଛନ୍ତି। ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସାବିଙ୍କ ପାଠପଢ଼ା ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri