ପ୍ରାଚୀନ ନୌବାଣିଜ୍ୟ ମୂକସାକ୍ଷୀ ଜରାଜୀର୍ଣ୍ଣ

ମହାକାଳପଡ଼ା, ୧୬ା୯ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀ କୂଳରେ ଜମ୍ବୁ ଦ୍ୱୀପ ଅଞ୍ଚଳର ପ୍ରାଚୀନ ଐତିହ୍ୟ ଲାଲ୍‌ କୋଠା ପ୍ରାଚୀନ ନୌବାଣିଜ୍ୟର ମୂକ ସାକ୍ଷୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଦିନ ଥିଲା ଏହି ଜମ୍ବୁ ଦ୍ୱୀପରେ ବିଶାଳ ବାଲୁକା ସ୍ତୂପରେ ଜାମୁ ଗଛଗୁଡିକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଏହି ସ୍ଥାନରେ ଜଣେ ବୃଦ୍ଧା ଜମ୍ବୁଆଣୀ ବୋଲି ଅବସ୍ଥାନ କରୁଥିଲେ। ଏହି ସ୍ଥାନକୁ ସୁରକ୍ଷିତ ମଣି ପ୍ରଥମେ ଇଷ୍ଟଇଣ୍ଡିଆ କମ୍ପାନୀ ଉପନିବେଶ ସ୍ଥାପନ କରିଥିଲା। ସେହି ସମୟରେ ଓଡ଼ିଶାରେ ଖାଦ୍ୟାଭାବ ଉତ୍କଟ ରୂପ ନେଉଥିଲା। ଓଡ଼ିଶାରୁ କମ୍ପାନୀ ବିପୁଳ ପରିମାଣରେ ମୂଲ୍ୟବାନ ସମ୍ପତ୍ତି ହାତେଇବାକୁ ଲକ୍ଷ୍ୟ ରଖି ଖାଦ୍ୟ ବଦଳରେ ଲୋକଙ୍କ ଲୁଟିବା ଆରମ୍ଭ କରିଥିଲା। କମ୍ପାନୀ ବିଦେଶରୁ ଖାଦ୍ୟ ସାମଗ୍ରୀ ଆମଦାନୀ କରି ଜମ୍ବୁ ଲାଲ୍‌ କୋଠା ଗୋଦାମ ଘରେ ଗଚ୍ଛିତ ରଖୁଥିଲା। ସଡ଼କ ପଥରେ ପରିବହନ ଗମନା ଗମନ ସୁବିଧା ନ ଥିବାରୁ ଜଳପଥରେ ପଣ୍ୟଦ୍ରବ୍ୟ କାରବାର ହେଉଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ କଟକର ଯୋବ୍ରା, ଚୌଦ୍ୱାର, ଚାନ୍ଦବାଲି, ବାଲେଶ୍ୱର, ଧାମରା, ଅସ୍ତରଙ୍ଗ, ପୁରୀ ଆଦି ଅଞ୍ଚଳକୁ ଷ୍ଟିମର ଯୋଗେ ଖାଦ୍ୟ ସାମଗ୍ରୀ ପରିବହନ କରାଯାଉଥିଲା।
କୁହାଯାଏ ଜମ୍ବୁ ଲାଲ୍‌ କୋଠାଟି ବଡ଼ ବଡ଼ ନାଲି ଇଟା, ଲାଖ, ଗୁଡ଼ ଓ ଚୂନରେ ନିର୍ମିତ ହୋଇଥିଲା। ଏହି ଦ୍ୱିତଳ ବିଶିଷ୍ଟ ଗୃହଗୁଡ଼ିକ ଖୁବ୍‌ ଉଚ୍ଚ ଓ ଓସାର ରହିଛି। ଛାତଗୁଡ଼ିକ ବିଶାଳ ଲୁହା ବିମ୍‌, ଶାଗୁଆନ କାଠ ଓ ସ୍ଲାବରେ ବଡ଼ ବଡ଼ କୋଠରି ନିର୍ମିତ ହୋଇଥିଲା। ଏହି ଗୃହର ଉପର ମହଲାରେ ବିଶ୍ରାମ କକ୍ଷ ଓ ତଳ ମହଲାରେ ଗୋଦାମ ଗୃହ ଥିଲା। ୧୮୩୬ରେ ବତିଘର ଫଲ୍‌ସ ପଏଣ୍ଟ ଓ ହୁକିଟୋଲା ଗୃହ ନିର୍ମାଣର ବହୁ ପୂର୍ବରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଜମ୍ବୁଠାରେ ଉକ୍ତ ଲାଲ୍‌ କୋଠା ନିର୍ମାଣ କରିଥିଲା। ଅଦ୍ୟାବଧି ଏହି ଗୃହ ଜରାଜୀର୍ଣ୍ଣ ହୋଇପଡ଼ିଛି। ଛାତ, କାନ୍ଥଗୁଡ଼ିକରେ ଗଛ ଲତା ମାଡ଼ି ରହିଛି। ବଡ଼ ବଡ଼ ସାମୁଦ୍ରିକ ଝଡ଼ ତୋଫାନରେ ଏହି ଗୃହର କିଛି ଅଂଶ ଫାଟିବା ସହ ଦୁର୍ବଳ ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଗୃହର ପୁନରୁଦ୍ଧାର ପାଇଁ ନାର୍ବାଡ ସହାୟତାରେ ୨୦୧୪/୧୫ ମସିହାରେ ଉଦ୍ୟମ କରିଥିଲା। ହେଲେ ଗୃହ ଅସୁରକ୍ଷିତ ଥିବାରୁ ଏହାର କାମ ବନ୍ଦ କରାଯାଇଥିଲା। ଗୃହଟି ଜରାଜୀର୍ଣ୍ଣ ହେବା ପରେ ସ୍ଥାନୀୟ ଅଞ୍ଚଳର କେତେଜଣ ଦୁର୍ବୃତ୍ତ ଝରକା, କବାଟ, ଲୁହା କଡି ଓ ଅନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ଏହି ବିଶାଳ ଗୃହକୁ ଲାଗି ରହିଛି ନିକଟ ଜମ୍ବୁ ସରକାରୀ ଉଚ୍ଚ ବିଦ୍ୟାଳୟ। କିଛିବର୍ଷ ପୂର୍ବେ ଏହି ଗୃହରେ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଖେଳୁଥିବା ବେଳେ କୋଠାର କିଛି ଅଂଶର କଂକ୍ରିଟ ସ୍ଲାବ ଭୁଶୁଡ଼ି ପଡ଼ିଥିଲା। ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ପ୍ରାଚୀନ ନୌବାଣିଜ୍ୟ ଲାଲ୍‌ କୋଠା ନିର୍ମିତ ସମ୍ପର୍କରେ ସ୍ଥାନୀୟ ଜମ୍ବୁ ପଞ୍ଚାୟତ ସରପଞ୍ଚ ତଥା ପ୍ରାକ୍ତନ ସେନା ଅଧିକାରୀ ବିଶ୍ୱଜିତ ବସୁ କୁହନ୍ତି, ଜମ୍ବୁ ଦ୍ୱୀପ ଇତିହାସ ସମ୍ପର୍କରେ ଅଜାଙ୍କଠାରୁ ଶୁଣିଛି। ଏହି ଅଞ୍ଚଳଟି ଖୁବ୍‌ ଘଞ୍ଚ ଜଙ୍ଗଲ ଥିବାରୁ ଦିନରେ ବାହାରକୁ ବାହାରି ହେଉ ନ ଥିଲା। ଏହି ସ୍ଥାନରେ ଜମ୍ବୁଆଣୀ ନାମକ ବୟସ୍କା ବୃଦ୍ଧା ବାସ କରୁଥିଲେ। ତାହାର ପରିଚୟ ଏବେ ବି ଅସ୍ପଷ୍ଟ ରହିଛି। ତାଙ୍କ ନାମ ଅନୁସାରେ ଜମ୍ବୁ ଦ୍ୱୀପର ନାମକରଣ ହୋଇଛି ବୋଲି କୁହାଯାଏ। ସ୍ଥାନୀୟ ଲୋକମାନେ ଏହି କୋଠାଟି ଅସୁରକ୍ଷିତ ମଣୁଛନ୍ତି। ଏହି କୋଠା ନିକଟରେ ସର୍ବସାଧାରଣ ରାସ୍ତା ଥିବାରୁ ଲୋକମାନେ ଯାତାୟାତବେଳେ ଦୁର୍ଘଟଣାର ଆଶଙ୍କା ରହିଛି। ତୁରନ୍ତ ଏହାକୁ ଉଚ୍ଛେଦ କରିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?