ରାଉରକେଲା ଅଫିସ,୧୬।୯: ରାଉରକେଲା ବନଖଣ୍ଡ ଅଧୀନ ବାଙ୍କି ଅଞ୍ଚଳରେ ଏକ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନାଗ ଟିଗା(୩୯), କରମ ଟିଗା(୫୮), ବିଶ୍ରା ଓରାମ(୪୧), ଅଜୟ ଓରାମ(୨୮), ସଲନ ଓରାମ(୩୦) ଏବଂ ବିଶି ଓରାମ(୩୨)। ସେମାନଙ୍କଠାରୁ ୪ଟି ତେଣ୍ଟା ଓ ୨ଟି ହାତୀଦାନ୍ତ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ଧାନ ଫସଲ ନଷ୍ଟ କରିବାରୁ ଅଭିଯୁକ୍ତମାନେ ଉକ୍ତ ହାତୀକୁ ମାରି ଦେଇଥିବା ଜଣାପଡିଛି। ଗୁରୁବାର ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବନ ଅଧିକାରୀ ଯଶୋବନ୍ତ ସେଠୀ ଏ ନେଇ ସୂଚନା ଦେଇଛନ୍ତି।
ବନ ଅଧିକାରୀ ସେଠୀଙ୍କ ସୂଚବା ଅନୁସାରେ, ଗତ ୯ ତାରିଖ ରାତି ୧୧ଟାରେ ଏକ ଦନ୍ତା ହାତୀ ବାଙ୍କି ଗ୍ରାମକୁ ପଶି ଆସିବାରୁ ଗ୍ରାମବାସୀ ତାକୁ ଘଉଡ଼ାଇଥିଲେ। ମାତ୍ର ହାତୀଟି ଗ୍ରାମର କିଛି ଦୂରକୁ ଯାଇ ପୁଣି ରାତି ୨ଟାରେ ଆସି ଉକ୍ତ ଗ୍ରାମର କରମ ଟିଗାଙ୍କ ଧାନକ୍ଷେତରେ ପଶିଥିଲା। ଏହି ସମୟରେ ପୂର୍ବରୁ ସେଠାରେ ଜଗି ରହିଥିବା ଅଭିଯୁକ୍ତମାନେ ହାତୀକୁ ତେଣ୍ଟାରେ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ହାତୀଟି ସେଠାରୁ କିଛି ବାଟ ଯାଇ ତଳେ ପଡିଥିଲା। ହାତୀ ଦେହରୁ ପ୍ରଚୁର ରକ୍ତସ୍ତ୍ରାବ ହେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ହାତୀ ମୃତ୍ୟୁ ହୋଇଥିବା ଜାଣି ଅଭିଯୁକ୍ତମାନେ ହାତୀ ଦେହରୁ ୪ଟି ତେଣ୍ଟାକୁ ବାହାର କରି ଧାନକ୍ଷେତ ନିକଟ ଏକ ପୋଖରୀରେ ଫିଙ୍କି ଦେଇଥିଲେ। ପରଦିନ ଅର୍ଥାତ୍ ୧୦ ତାରିଖ ସକାଳେ ଖବର ପାଇ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ରେଞ୍ଜ୍ ଅଫିସର ଅଜୟ ଖେସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏ ନେଇ ବନ ବିଭାଗ ପକ୍ଷରୁ ଏକ ମାମଲା (ନଂ.୭୦।୨୨) ରୁଜୁ କରି ତଦନ୍ତ କରି ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ, ବର୍ଷେ ତଳେ ଅଭିଯୁକ୍ତ କରମ ଏକ ହାତୀକୁ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି।
ଆସିଲା ୨୦୩୫ ପର୍ଯ୍ୟନ୍ତ ପ୍ରମୁଖ ଇଭେଣ୍ଟର କାର୍ଯ୍ୟସୂଚୀ: ଜାଣନ୍ତୁ ଭାରତରେ ହେବ କେଉଁ ସବୁ ବଡ଼ ଇଭେଣ୍ଟ
ନୂଆଦିଲ୍ଲୀ,୧୫।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୨୦୩୫ ପର୍ଯ୍ୟନ୍ତ ଏହାର ପ୍ରମୁଖ ପୁରୁଷ ଇଭେଣ୍ଟ କାର୍ଯ୍ୟସୂଚୀକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିସହିତ ପରବର୍ତ୍ତୀ ୩ ବୃହତ୍ ଇଭେଣ୍ଟ ଯଥା…
୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଥିବା ପାଞ୍ଚ ଜଣ ଖେଳାଳିଙ୍କୁ ଦଳରୁ ମୁକ୍ତ କରାଯାଇପାରେ; ଆସନ୍ତାକାଲି ଆସିବ ଆଇପିଏଲ (IPL) ୨୦୨୭ ପାଇଁ ରିଟେନସନ ତାଲିକା
ନୂଆଦିଲ୍ଲୀ,୧୬।୧୧: IPL 2027 ପାଇଁ ସମସ୍ତ ଦଳର ରିଟେନସନ ତାଲିକା ନଭେମ୍ବର ୧୭ରେ ପ୍ରକାଶ ପାଇବ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ ପନ୍ତଙ୍କ ପରି ପ୍ରମୁଖ ଖେଳାଳିମାନେ…
ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଝୁରୁଛି ଗାଁ ମାଟି: ଶିକ୍ଷକତା ପରେ କାହଁକି ନେଲେ ଏଭଳି ଚରମ ନିଷ୍ପତ୍ତି
ବରୀ, ୧୬।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଶିକ୍ଷାମଣ୍ଡଳ ଅନ୍ତର୍ଗତ ଅରଙ୍ଗାବାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ପାରିବାରିକ କଳହକୁ…
୧୩ ଛକା, ୮ଚୌକା ଇତିହାସ ରଚିଲେ ରଜତ ପାଟିଦାର, ୧୩୫ ରନ କରି କଲେ ବଡ଼ ରେକର୍ଡ
ନୂଆଦିଲ୍ଲୀ,୧୬।୧୧: ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରଜତ ପାଟିଦାର, ଗତ କିଛି ବର୍ଷ ମଧ୍ୟରେ ଆଇପିଏଲ (IPL) ରେ ନିଜକୁ ଅନ୍ୟତମ ବିପଜ୍ଜନକ ମଧ୍ୟକ୍ରମ ବ୍ୟାଟର…
କିୱି ମାଟିରେ ଭାରତର କଡ଼ା ପରୀକ୍ଷା, ୧୫ ମିମି ଘାସ…
ନୂଆଦିଲ୍ଲୀ,୧୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ ତାରିଖରୁ ୱେଲିଂଟନ୍ର ଐତିହାସିକ ବେସିନ୍ ରିଜର୍ଭ ଷ୍ଟାଡିୟମ୍ରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ ମ୍ୟାଚ୍ । ଏହି…
କାର୍ତ୍ତିକ ମାସର ତୃତୀୟ ସୋମବାରରେ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ: ପାଣି ପାଇଁ ଡହଳବିକଳ ହେଲେ….
ଗଞ୍ଜାମ,୧୬/୧୧ (ବିଦ୍ୟାଧର ସାହୁ): ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ…
ନିର୍ବାଚନ ମଇଦାନକୁ ଓହ୍ଲାଇବ CJP? ଅଭିଜିତ ଦୀପକେ ଗଠନ କଲେ ଟିମ୍
ନୂଆଦିଲ୍ଲୀ,୧୬।୧୧: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ, ଯେତେବେଳେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ସେହି ସମୟରେ ଅଭିଜିତ ଦୀପକେଙ୍କ ଦ୍ୱାରା…
କିଡ୍ନୀ ଖରାପ ହେଲେ ଶରୀରରେ ଦେଖାଦିଏ ଏସବୁ ସମସ୍ୟା, କରନ୍ତୁ ନାହିଁ ଅଣଦେଖା
କିଡ୍ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଜଣାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

