ଭଦ୍ରକ ଅଫିସ, ୧୬ା୯:ଦୁଇବର୍ଷ ପରେ ଏଥର ଧୁମ୍ଧାମ୍ରେ ଶାରଦୀୟ ଦୁର୍ଗାପୂଜା ପାଳନ କକରାଯିବ। ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପୂଜା କମିଟି ପକ୍ଷରୁ ଜୋର୍ସୋରରେ ପ୍ରସ୍ତୁତି ସାଙ୍ଗକୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଚାଲିଛି। ଚଳିତବର୍ଷ ଆଡ଼ମ୍ବରରେ ମା’ଙ୍କ ଆବାହନ ପାଇଁ ଭଦ୍ରକର ଆରଡ଼ିଛକ ନିକଟସ୍ଥ ପ୍ରାଚୀନଗର ଦୁର୍ଗାପୂଜା କମିଟି ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛି। ୧୯ ବର୍ଷ ଧରି ଏଠାରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ଗତ ଦୁଇବର୍ଷ କୋଭିଡ୍ କଟକଣା ଯୋଗୁ ନିରାଡ଼ମ୍ବରରେ ପୂଜାର୍ଚ୍ଚନା କରାଯାଇଥିଲା। ଚଳିତବର୍ଷ ଆଡ଼ମ୍ବରରରେ ପୂଜା କରିବାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖାଦେଇଛି। ଆରଡ଼ି ଛକଠାରୁ ପ୍ରାଚୀନଗର ପର୍ଯ୍ୟନ୍ତ ଦେଢ଼ କିଲୋମିଟର ରାସ୍ତାର ଉଭୟପାର୍ଶ୍ୱ ରଙ୍ଗୀନ ଆଲୋକମାଳାରେ ଝଲସିବ। ଏଥିସହ ୩ଟି ତୋରଣ ମଣ୍ଡପ, ଆରଡ଼ି ଛକ ଓ ପ୍ରାଚୀନଗରରେ ନିର୍ମାଣ କରାଯିବ। କାରିଗରମାନେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ପାର୍ଶ୍ୱମୂର୍ତ୍ତି ଗଢ଼ିବାରେ ଲାଗିପଡ଼ିଛନ୍ତି। ମା’ଙ୍କ ପ୍ରତିମାର ଉଚ୍ଚତା ୧୫ ଫୁଟ୍ ରଖାଯାଇଛି। ସପ୍ତମୀ, ଅଷ୍ଟମୀ ଓ ନବମୀ ସନ୍ଧ୍ୟାରେ ପାଲା, ପ୍ରବଚନ ଓ ଭଜନସନ୍ଧ୍ୟା କାର୍ଯ୍ୟକ୍ରମ ରହିଛି। ଷଷ୍ଠୀଠାରୁ ପାଞ୍ଚଦିନ ଦିନ ଧରି ମୀନାବଜାର ପଡ଼ିବ। ଚଳିତବର୍ଷ ୭ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବଜେଟ୍ ରଖାଯାଇଛି। ପ୍ରାଚୀନଗରରେ ଦେଢ଼ଶହ ପରିବାରକୁ ନେଇ ୨୦୦୪ରେ ଏକ ବୈଠକ କରାଯାଇ ପୂଜା ଆରମ୍ଭ ହୋଇଥିଲା। ପୂଜା କମିଟିକୁ ଜିଲାପାଳଙ୍କ ଅଫିସରେ ପଞ୍ଜୀକୃତ ମଧ୍ୟ କରାଯାଇଛି। କମିଟିରେ ୧୦ ଜଣଙ୍କୁ ଉପଦେଷ୍ଟା ଭାବେ ରଖାଯାଇଛି। ୨୦୦୭ରେ ୫ ଡିସିମିଲ ଜାଗା କମିଟି ନଁାରେ କିଣାଯାଇ ମଣ୍ଡପ ମୁଖଶାଳା, ପୂଜକଙ୍କ ରହିବା ଘର, ରୋଷେଇ ଘର ଆଦି ନିର୍ମାଣ କରାଯାଇଛି।
Posted inHome, Home Left, ଆମ ଜିଲା ଖବର, ଭଦ୍ରକ View All
ୟୁକ୍ରେନ୍-ରୁଷିଆ ଯୁଦ୍ଧ: ୟୁକ୍ରେନ୍ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର
ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍ ଉପରେ ଜୋର୍ଦାର ଏୟାରଷ୍ଟ୍ରାଇକ୍ କରିଥିବା ବେଳେ କିଭ୍ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍ ଓଜନଦାର ଡ୍ରୋନ୍ ଯୋଗେ…
ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍ଦାର ଶତକ, ଭାରତ ୪୬୦/୯
ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍ରେ ଭାରତୀୟ ବ୍ୟାଟର ଦମ୍ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…
କେନାଲରେ ଫସି ରହିଥିଲା ବାର୍ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…
Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର
ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…
ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ
ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…
UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!
ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…
ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…
ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…
ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍ ଚାମ୍ପିୟନ
ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…
Archives

