ଭାଜପା ନେତା ଟଙ୍କା ବାଣ୍ଟୁଥିଲେ: ବିଜେଡି
ଭୁବନେଶ୍ୱର,୬।୧୨(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ନିଶ୍ଚିତ ଜାଣି ଦଳୀୟ ନେତାମାନେ ହତାଶ ହୋଇ ପଡ଼ିଛନ୍ତି। ସୋମବାର ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଭାଜପା ନେତାମାନେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଛନ୍ତି। ପଦ୍ମପୁର, ପାଇକମାଳ ଓ…
ଉତ୍ସାହ ବଢ଼ାଇଲା ମତଦାନ ହାର
ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଶେଷ ହୋଇଛି। ଗଲା ୧୦ଦିନ ଧରି ରାଜ୍ୟ ରାଜନୀତିର ଯେଉଁ ମୁଖ୍ୟ ଆଲୋଚନା ଥିଲା, ପଦ୍ମପୁର ଆସନ କାହା ହାତକୁ ଯିବ, ତାହା ଏବେ ଇଭିଏମ୍ ବାକ୍ସରେ ଆବଦ୍ଧ ହୋଇ ରହିଛି।…
୧୪ ଓଏଏସ୍ ଅଫିସରଙ୍କୁ ପଦୋନ୍ନତି
ଭୁବନେଶ୍ୱର,୬।୧୨(ବ୍ୟୁରୋ):ରାଜ୍ୟ ସରକାର ୧୪ ଜଣ ଓଏଏସ୍ ଅଫିସରଙ୍କୁ ଓଏଏସ୍ (ସୁପରଟାଇମ୍ ସ୍କେଲ) ଲେଭଲ-୧୨କୁ ପଦୋନ୍ନତି ଦେଇଛନ୍ତି। ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେମାନେ ହେଲେ ମାଲକାନଗିରି ଆଇଟିଡିଏ ପିଏ ତ୍ରିନାଥ ମାଝି,…
୧୫ ଦିନ ମଧ୍ୟରେ ଡିଜିପି ଜବାବ ଦେବାକୁ ନିର୍ଦ୍ଦେଶ
କଟକ ଅଫିସ,୬ା୧୨:ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ମହିଳା ହିଂସା ସମ୍ପର୍କିତ ମାମଲାଗୁଡ଼ିକର ପଞ୍ଜୀକରଣ ପାଇଁ ରାଜ୍ୟରେ ଇ-ଏଫ୍ଆଇଆର୍ ବ୍ୟବସ୍ଥା ପ୍ରଚଳନ ପାଇଁ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଏନେଇ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ…
‘ମୋତେ କହିବାକୁ ଦିଆଯାଉ, ସିବିଆଇ ତଦନ୍ତ ହେଉ’
ଭୁବନେଶ୍ୱର,୬।୧୨ (ବ୍ୟୁରୋ):‘ମୋତେ ଆର୍ବିଟାରିଲି ଆରେଷ୍ଟ କରାଯାଇଛି। ମୋ ପରିବାରକୁ ନଜରବନ୍ଦୀ ରଖାଯାଇଥିଲା। ମୋ ସାଥିରେ କ’ଣ ହେଉଥିଲା ୬ଦିନ ପର୍ଯ୍ୟନ୍ତ ଜାଣିପାରି ନ ଥିଲି। ପାଟି, ଆଖି, ମୁହଁ ବନ୍ଦ କରି ମୋତେ କୋର୍ଟ ଫର୍ୱାର୍ଡ କରାଗଲା। ଶ୍ରଦ୍ଧାଞ୍ଜଳି ମୋ ଘର…
ଜି୨୦ ସର୍ବଦଳୀୟ ବୈଠକରେ ନବୀନ
ନୂଆଦିଲ୍ଲୀ,୬।୧୨:ଆସନ୍ତା ବର୍ଷ ହେବାକୁ ଥିବା ଜି୨୦ ସମିଟ୍ ଲାଗି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଣନୀତି ପ୍ରସ୍ତୁତି ସର୍ବଦଳୀୟ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି। ଭାରତ ୨୦ ରାଷ୍ଟ୍ରସମୂହକୁ ନେଇ ଗଠିତ ଜି୨୦ର ଅଧ୍ୟକ୍ଷତା ଗ୍ରହଣ…
ସଚିବାଳୟ ଘେରିଲେ ଆଶାକର୍ମୀ
ଭୁବନେଶ୍ୱର,୬ା୧୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦ ସହ ବିଭିନ୍ନ ଦାବି ନେଇ ଆଶାକର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଶାକର୍ମୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚାର ଆହ୍ବାନକ୍ରମେ ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ଓ ପଶ୍ଚିମ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ହଜାର ହଜାର ଆଶାକର୍ମୀ ସୋମବାର…
‘ହକି ବିଶ୍ୱକପ୍ ସ୍ମରଣୀୟ ହେବ’
ଭୁବନେଶ୍ୱର, ୬ା୧୨ (କ୍ରୀଡ଼ା ପ୍ରତିନିଧି):ହକି ବିଶ୍ୱକପ୍ର ୧୫ତମ ସଂସ୍କରଣ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦୨୩ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଥିବା ଏହି ମେଗା…
ଗୁଜରାଟରେ ଭାଜପା, ହିମାଚଳରେ କଂଗ୍ରେସ
ନୂଆଦିଲ୍ଲୀ,୬ା୧୨:ସଦ୍ୟ ଅନୁଷ୍ଠିତ ଗୁଜରାଟ ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ପୁଣି ଥରେ ବିଜୟୀ ହୋଇପାରେ। ଏଠାରେ ଭାଜପା ୧୩୧ ଆସନ ଦଖଲ କରି ଲଗାତର ସପ୍ତମ ଥର ପାଇଁ ସରକାର ଗଢ଼ିବା ନେଇ ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଭବିଷ୍ୟବାଣୀ…
୪୮ ଘଣ୍ଟାରେ ବାତ୍ୟା ଆଶଙ୍କା
ଭୁବନେଶ୍ୱର,୬ା୧୨(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତ(ଡିପ୍ରେସନ)ରେ ପରିଣତ ହେବ। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍…
କାମକୁ ନୁହେଁ ଆଣ୍ଟି ରାଗିଂ ସେଲ୍
ଭୁବନେଶ୍ୱର, ୬ା୧୨ (ବ୍ୟୁରୋ): ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ବର୍ତ୍ତମାନ ଏକ ଗୁରୁତର ସମସ୍ୟା ହୋଇ ଛିଡ଼ା ହୋଇଛି। ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ କ୍ୟାମ୍ପସ୍ ଧୀରେ ଧୀରେ ଅପରାଧପ୍ରବଣ ହୋଇପଡୁଛି। ରାଗିଂ ରୋକିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ୨୦୦୯ରୁ ସ୍ବତନ୍ତ୍ର…
ଅଖିଳେଶ ପ୍ରସାଦ ବିହାରର ନୂଆ ଅଧ୍ୟକ୍ଷ
ପାଟନା,୫।୧୨: ବିହାରରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଦନ ମୋହନ ଝା ଇସ୍ତଫା ଦେଇଛନ୍ତି। ଏହାପରେ କଂଗ୍ରେସ ଏମ୍ପି ଅଖିଳେଶ ପ୍ରସାଦ ସିଂହଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି। ଅଖିଳେଶଙ୍କୁ ବିହାର କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବfର୍ତ୍ତaମାନ ଅଖିଳେଶ…

