Posted inଜାତୀୟ

ଗୁଜରାଟରେ ଭାଜପା, ହିମାଚଳରେ କଂଗ୍ରେସ

ନୂଆଦିଲ୍ଲୀ,୬ା୧୨:ସଦ୍ୟ ଅନୁଷ୍ଠିତ ଗୁଜରାଟ ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ପୁଣି ଥରେ ବିଜୟୀ ହୋଇପାରେ। ଏଠାରେ ଭାଜପା ୧୩୧ ଆସନ ଦଖଲ କରି ଲଗାତର ସପ୍ତମ ଥର ପାଇଁ ସରକାର ଗଢ଼ିବା ନେଇ ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଭବିଷ୍ୟବାଣୀ କରିଛନ୍ତି। ପୋଲ୍‌ ଅଫ୍‌ ଦି ଏକ୍‌ଜିଟ୍‌ ପୋଲ୍ସ ଅନୁସାରେ, କଂଗ୍ରେସକୁ ୪୧ ଏବଂ ରାଜ୍ୟରେ ନୂଆକରି ଭାଗ୍ୟ ପରୀକ୍ଷା କରୁଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ୭ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିପାରେ। ହିମାଚଳ ପ୍ରଦେଶରେ ଭାଜପାକୁ କଂଗ୍ରେସ କଡ଼ା ଟକ୍କର ଦେଇଛି। ଏହି ରାଜ୍ୟରେ ଶାସକ ଭାଜପା ୩୫ ଓ କଂଗ୍ରେସ ୨୯ ଆସନ ଦଖଲ କରିବା ନେଇ ବିଭିନ୍ନ ସୂତ୍ରରୁ ଆକଳନ କରାଯାଇଛି। ଅନ୍ୟପକ୍ଷେ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନରେ କେନ୍ଦ୍ରଶାସିତ ଅଞ୍ଚଳର ଶାସକ ଏଏପିକୁ ବଡ଼ ସଫଳତା ମିଳିପାରେ। ୧୫ ବର୍ଷ ଧରି ଭାଜପା ଦଖଲରେ ଥିବା ଏମ୍‌ସିଡିର ମୋଟ ୨୫୦ ଆସନ ମଧ୍ୟରୁ ଏଏପି ୧୫୪, ଭାଜପା ୮୪ ଓ କଂଗ୍ରେସ ୬ ଆସନ ଦଖଲ କରିବ ବୋଲି ବୁଥ୍‌ଫେରନ୍ତା ମତଦାତାଙ୍କଠାରୁ ସଂଗୃହୀତ ତଥ୍ୟ ଆଧାରରେ ପୋଲ୍‌ ଅଫ୍‌ ଦି ଏକ୍‌ଜିଟ୍‌ ପୋଲ୍ସରୁ ଜଣାପଡ଼ିଛି। ତେବେ ‘ଏକ୍‌ଜିଟ୍‌ ପୋଲ୍‌’ ସବୁବେଳେ ‘ଏକ୍‌ଜେକ୍ଟ ପୋଲ୍‌’ ସାବ୍ୟସ୍ତ ହୋଇ ନ ଥାଏ। ଏମ୍‌ସିଡି ନିର୍ବାଚନ ଫଳାଫଳ ଆସନ୍ତା ୭ରେ ଏବଂ ଗୁଜରାଟ ଓ ହିମାଚଳ ବିଧାନସଭା ନିର୍ବାଚନର ପରିଣାମ ୮ ତାରିଖରେ ଆସିବା ପରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।
ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାସୀନ ଥିବା ଭାଜପା ଉପରେ ରାଜ୍ୟବାସୀ ପୁନର୍ବାର ଆସ୍ଥା ପ୍ରକଟ କରିଛନ୍ତି। ବିଧାନସଭାର ମୋଟ ଆସନ ସଂଖ୍ୟା ୧୮୨ ହୋଇଥିବାବେଳେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୯୨। ଡିସେମ୍ବର ୧ରେ ୧୯ ଜିଲାର ୮୯ ଆସନରେ ୬୩.୧୪% ଭୋଟ ଗ୍ରହଣ କରାଯାଇଥିଲା। ରବିବାର ୧୪ ଜିଲାର ୯୩ ଆସନରେ ଅନୁଷ୍ଠିତ ନିର୍ବାଚନରେ ୫୮.୬୮% ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭୮୮ ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୩୩ ପ୍ରାର୍ଥୀ ମଇଦାନରେ ଥିଲେ। ଭାଜପା ଏବଂ ଏଏପି ସମସ୍ତ ଆସନରେ ଲଢ଼ିଥିବାବେଳେ କଂଗ୍ରେସ ୯୦ ଓ ଏହାର ସହଯୋଗୀ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ୨ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସୋମବାର ମତଦାନ ଶେଷ ହେବା ପରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ବୁଥ୍‌ବାହୁଡ଼ା ଭୋଟରଙ୍କ ମତ ସଂଗ୍ରହ କରିଥିଲେ। ତଦନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ରାଜ୍ୟରେ ଭାଜପା ୧୧୭-୧୪୦ ଆସନ ଦଖଲ କରି ପୁଣି ସରକାର ଗଢ଼ିବ ବୋଲି ନ୍ୟୁଜ୍‌ ଏକ୍ସ ଆକଳନ କରିଛି। ନ୍ୟୁଜ୍‌ ଏକ୍ସ ମତରେ, ବିରୋଧୀ କଂଗ୍ରେସ ଏବଂ ଏନ୍‌ସିପିକୁ ୩୪ରୁ ୫୧ ଏବଂ ଏଏପିକୁ ୬-୧୩ ଆସନରେ ସଫଳତା ମିଳିପାରେ। ସେହିପରି ଟିଭି୯ ଗୁଜରାଟୀର ଅନୁମାନ ହେଲା ଭାଜପା ୧୨୫-୧୩୦, କଂଗ୍ରେସ+ଏନ୍‌ସିପି ୪୦-୫୦ ଏବଂ ଏଏପି ୩-୫ ଆସନ ଅକ୍ତିଆର କରିବ। ସେହିପର ଜନ୍‌ କୀ ବାତ୍‌ ଭାଜପାକୁ ୧୨୯, କଂଗ୍ରେସକୁ ୪୩ ଏବଂ ଏଏପିକୁ ୧୦ ଆସନ ଦେଇଛି। ଟିଭି୯ର ପୂର୍ବାନୁମାନ ହେଉଛି ଗୁଜରାଟରେ ଭାଜପା ୧୨୮, କଂଗ୍ରେସ ୪୫, ଏଏପି ୪ ଏବଂ ଅନ୍ୟ ଦଳର ପ୍ରାର୍ଥୀ ୫ ଆସନରେ ବିଜୟୀ ହେବେ। ପିଏମ୍‌ଏଆର୍‌କ୍ୟୁ ଅନୁସାରେ ଭାଜପା ୧୩୮, କଂଗ୍ରେସ ୩୬, ଏଏପି ୬ ଏବଂ ଅନ୍ୟମାନେ ୨ଟି ଆସନରେ ଜିତିବେ।
ଭାଜପା ଶାସିତ ହିମାଚଳ ପ୍ରଦେଶରେ ଗୈରିକ ଦଳ ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ଅନୁମାନ କରାଯାଉଛି। ନଭେମ୍ବର ୧୨ରେ ରାଜ୍ୟ ବିଧାନସଭାର ୬୮ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୬୬% ମତଦାନ ହୋଇଥିଲା। ହିମାଚଳରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ହେଉଛି ୩୫। ଏହି ରାଜ୍ୟରେ ଭାଜପା ପୁନର୍ବାର ସରକାର ଗଢ଼ିବାକୁ ସବୁ ପ୍ରକାର ଉଦ୍ୟମ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ହାତରୁ କ୍ଷମତା ଛଡ଼ାଇନେବାକୁ ବିରୋଧୀ କଂଗ୍ରେସ ଅଣ୍ଟା ଭିଡ଼ିଥିଲା। ଏହାସତ୍ତ୍ୱେ କଂଗ୍ରେସର ସରକାର ଗଠନ ସ୍ବପ୍ନ ସାକାର ହୋଇ ନ ପାରେ। ଶାସକ ଦଳ ୩୨-୪୦ ଓ ବିରୋଧୀ କଂଗ୍ରେସ ୨୭-୩୪ ଆସନ ପାଇପାରେ ବୋଲି ନ୍ୟୁଜ୍‌ ଏକ୍ସ ଆକଳନ କରିଛି। ରିପବ୍ଲିକ୍‌ ଟିଭି-ପି ଏମ୍‌ଏଆର୍‌କ୍ୟୁର ଅନୁମାନ ହେଉଛି, ଭାଜପା ୩୪ରୁ ୩୯ ଆସନ ଦଖଲ କରି ପୁଣିଥରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ। କଂଗ୍ରେସ ୨୮ରୁ ୩୩ ଆସନ ମଧ୍ୟରେ ସୀମିତ ରହିପାରେ ଏବଂ ଏଏପି କେବଳ ଖାତା ଖୋଲିପାରେ। ଟାଇମ୍ସ ନାଓ-ଇଟିଜି ମତରେ ଭାଜପା ୩୮ ଓ କଂଗ୍ରେସ ୨୮ ଆସନରେ ସଫଳତା ପାଇବ। ସ୍ବାଧୀନ ଓ ଅନ୍ୟ ଦଳକୁ ୨ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଆକ୍‌ସିସ୍‌-ମାଇଁ ଇଣ୍ଡିଆର ଆକଳନ ଅନୁସାରେ ଭାଜପା ୨୪-୩୪, କଂଗ୍ରେସ ୩୦-୪୦ ଓ ଅନ୍ୟ ଦଳକୁ ୪-୮ ଆସନରେ ସଫଳତା ମିଳିପାରେ। ବିଏଆର୍‌ସିର ହିସାବ ହେଉଛି ହିମାଚଳରେ ଭାଜପା ୩୫ରୁ ୪୦ ଆସନ ଦଖଲ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ପୁଣି ଉଭା ହେବ। କଂଗ୍ରେସ ୨୦-୨୫, ଏଏପି ୦-୩ ଓ ଅନ୍ୟମାନେ ୧ରୁ ୫ ଆସନରେ ସଫଳତା ପାଇପାରନ୍ତି। ଜନ୍‌ କୀ ବାତ୍‌ର ଭବିଷ୍ୟବାଣୀ ହେଲା ଭାଜପା ୩୭, କଂଗ୍ରେସ ୨୯ ଓ ଅନ୍ୟ ଦଳକୁ ୨ ଆସନ ମିଳିପାରେ।
ପ୍ରକାଶ ଯେ, ଓଡ଼ିଶାର ପଦ୍ମପୁର ସମେତ ରାଜସ୍ଥାନର ସର୍ଦ୍ଦାରସହର, ବିହାରର କୁରହାନି, ଉତ୍ତର ପ୍ରଦେଶର ରାମପୁର ଓ ଖଟୌଲି ବିଧାନସଭା ପାଇଁ ସୋମବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିପରି ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ୍‌ ସିଂଙ୍କ ପରଲୋକ ପରେ ୟୁପିର ମୈନପୁରୀ ଲୋକ ସଭା ଆସନରେ ମଧ୍ୟ ମତଦାନ ହୋଇଛି। ଗୁଜରାଟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ଏହି ଉପନିର୍ବାଚନଗୁଡ଼ିକର ଫଳାଫଳ ଆସନ୍ତା ଗୁରୁବାର ଭୋଟ ଗଣତି ପରେ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri