Posted inଜାତୀୟ

ଗୁଜରାଟରେ ଭାଜପା, ହିମାଚଳରେ କଂଗ୍ରେସ

ନୂଆଦିଲ୍ଲୀ,୬ା୧୨:ସଦ୍ୟ ଅନୁଷ୍ଠିତ ଗୁଜରାଟ ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ପୁଣି ଥରେ ବିଜୟୀ ହୋଇପାରେ। ଏଠାରେ ଭାଜପା ୧୩୧ ଆସନ ଦଖଲ କରି ଲଗାତର ସପ୍ତମ ଥର ପାଇଁ ସରକାର ଗଢ଼ିବା ନେଇ ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଭବିଷ୍ୟବାଣୀ କରିଛନ୍ତି। ପୋଲ୍‌ ଅଫ୍‌ ଦି ଏକ୍‌ଜିଟ୍‌ ପୋଲ୍ସ ଅନୁସାରେ, କଂଗ୍ରେସକୁ ୪୧ ଏବଂ ରାଜ୍ୟରେ ନୂଆକରି ଭାଗ୍ୟ ପରୀକ୍ଷା କରୁଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ୭ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିପାରେ। ହିମାଚଳ ପ୍ରଦେଶରେ ଭାଜପାକୁ କଂଗ୍ରେସ କଡ଼ା ଟକ୍କର ଦେଇଛି। ଏହି ରାଜ୍ୟରେ ଶାସକ ଭାଜପା ୩୫ ଓ କଂଗ୍ରେସ ୨୯ ଆସନ ଦଖଲ କରିବା ନେଇ ବିଭିନ୍ନ ସୂତ୍ରରୁ ଆକଳନ କରାଯାଇଛି। ଅନ୍ୟପକ୍ଷେ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନରେ କେନ୍ଦ୍ରଶାସିତ ଅଞ୍ଚଳର ଶାସକ ଏଏପିକୁ ବଡ଼ ସଫଳତା ମିଳିପାରେ। ୧୫ ବର୍ଷ ଧରି ଭାଜପା ଦଖଲରେ ଥିବା ଏମ୍‌ସିଡିର ମୋଟ ୨୫୦ ଆସନ ମଧ୍ୟରୁ ଏଏପି ୧୫୪, ଭାଜପା ୮୪ ଓ କଂଗ୍ରେସ ୬ ଆସନ ଦଖଲ କରିବ ବୋଲି ବୁଥ୍‌ଫେରନ୍ତା ମତଦାତାଙ୍କଠାରୁ ସଂଗୃହୀତ ତଥ୍ୟ ଆଧାରରେ ପୋଲ୍‌ ଅଫ୍‌ ଦି ଏକ୍‌ଜିଟ୍‌ ପୋଲ୍ସରୁ ଜଣାପଡ଼ିଛି। ତେବେ ‘ଏକ୍‌ଜିଟ୍‌ ପୋଲ୍‌’ ସବୁବେଳେ ‘ଏକ୍‌ଜେକ୍ଟ ପୋଲ୍‌’ ସାବ୍ୟସ୍ତ ହୋଇ ନ ଥାଏ। ଏମ୍‌ସିଡି ନିର୍ବାଚନ ଫଳାଫଳ ଆସନ୍ତା ୭ରେ ଏବଂ ଗୁଜରାଟ ଓ ହିମାଚଳ ବିଧାନସଭା ନିର୍ବାଚନର ପରିଣାମ ୮ ତାରିଖରେ ଆସିବା ପରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।
ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାସୀନ ଥିବା ଭାଜପା ଉପରେ ରାଜ୍ୟବାସୀ ପୁନର୍ବାର ଆସ୍ଥା ପ୍ରକଟ କରିଛନ୍ତି। ବିଧାନସଭାର ମୋଟ ଆସନ ସଂଖ୍ୟା ୧୮୨ ହୋଇଥିବାବେଳେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୯୨। ଡିସେମ୍ବର ୧ରେ ୧୯ ଜିଲାର ୮୯ ଆସନରେ ୬୩.୧୪% ଭୋଟ ଗ୍ରହଣ କରାଯାଇଥିଲା। ରବିବାର ୧୪ ଜିଲାର ୯୩ ଆସନରେ ଅନୁଷ୍ଠିତ ନିର୍ବାଚନରେ ୫୮.୬୮% ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭୮୮ ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୩୩ ପ୍ରାର୍ଥୀ ମଇଦାନରେ ଥିଲେ। ଭାଜପା ଏବଂ ଏଏପି ସମସ୍ତ ଆସନରେ ଲଢ଼ିଥିବାବେଳେ କଂଗ୍ରେସ ୯୦ ଓ ଏହାର ସହଯୋଗୀ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ୨ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସୋମବାର ମତଦାନ ଶେଷ ହେବା ପରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ବୁଥ୍‌ବାହୁଡ଼ା ଭୋଟରଙ୍କ ମତ ସଂଗ୍ରହ କରିଥିଲେ। ତଦନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ରାଜ୍ୟରେ ଭାଜପା ୧୧୭-୧୪୦ ଆସନ ଦଖଲ କରି ପୁଣି ସରକାର ଗଢ଼ିବ ବୋଲି ନ୍ୟୁଜ୍‌ ଏକ୍ସ ଆକଳନ କରିଛି। ନ୍ୟୁଜ୍‌ ଏକ୍ସ ମତରେ, ବିରୋଧୀ କଂଗ୍ରେସ ଏବଂ ଏନ୍‌ସିପିକୁ ୩୪ରୁ ୫୧ ଏବଂ ଏଏପିକୁ ୬-୧୩ ଆସନରେ ସଫଳତା ମିଳିପାରେ। ସେହିପରି ଟିଭି୯ ଗୁଜରାଟୀର ଅନୁମାନ ହେଲା ଭାଜପା ୧୨୫-୧୩୦, କଂଗ୍ରେସ+ଏନ୍‌ସିପି ୪୦-୫୦ ଏବଂ ଏଏପି ୩-୫ ଆସନ ଅକ୍ତିଆର କରିବ। ସେହିପର ଜନ୍‌ କୀ ବାତ୍‌ ଭାଜପାକୁ ୧୨୯, କଂଗ୍ରେସକୁ ୪୩ ଏବଂ ଏଏପିକୁ ୧୦ ଆସନ ଦେଇଛି। ଟିଭି୯ର ପୂର୍ବାନୁମାନ ହେଉଛି ଗୁଜରାଟରେ ଭାଜପା ୧୨୮, କଂଗ୍ରେସ ୪୫, ଏଏପି ୪ ଏବଂ ଅନ୍ୟ ଦଳର ପ୍ରାର୍ଥୀ ୫ ଆସନରେ ବିଜୟୀ ହେବେ। ପିଏମ୍‌ଏଆର୍‌କ୍ୟୁ ଅନୁସାରେ ଭାଜପା ୧୩୮, କଂଗ୍ରେସ ୩୬, ଏଏପି ୬ ଏବଂ ଅନ୍ୟମାନେ ୨ଟି ଆସନରେ ଜିତିବେ।
ଭାଜପା ଶାସିତ ହିମାଚଳ ପ୍ରଦେଶରେ ଗୈରିକ ଦଳ ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ଅନୁମାନ କରାଯାଉଛି। ନଭେମ୍ବର ୧୨ରେ ରାଜ୍ୟ ବିଧାନସଭାର ୬୮ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୬୬% ମତଦାନ ହୋଇଥିଲା। ହିମାଚଳରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ହେଉଛି ୩୫। ଏହି ରାଜ୍ୟରେ ଭାଜପା ପୁନର୍ବାର ସରକାର ଗଢ଼ିବାକୁ ସବୁ ପ୍ରକାର ଉଦ୍ୟମ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ହାତରୁ କ୍ଷମତା ଛଡ଼ାଇନେବାକୁ ବିରୋଧୀ କଂଗ୍ରେସ ଅଣ୍ଟା ଭିଡ଼ିଥିଲା। ଏହାସତ୍ତ୍ୱେ କଂଗ୍ରେସର ସରକାର ଗଠନ ସ୍ବପ୍ନ ସାକାର ହୋଇ ନ ପାରେ। ଶାସକ ଦଳ ୩୨-୪୦ ଓ ବିରୋଧୀ କଂଗ୍ରେସ ୨୭-୩୪ ଆସନ ପାଇପାରେ ବୋଲି ନ୍ୟୁଜ୍‌ ଏକ୍ସ ଆକଳନ କରିଛି। ରିପବ୍ଲିକ୍‌ ଟିଭି-ପି ଏମ୍‌ଏଆର୍‌କ୍ୟୁର ଅନୁମାନ ହେଉଛି, ଭାଜପା ୩୪ରୁ ୩୯ ଆସନ ଦଖଲ କରି ପୁଣିଥରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ। କଂଗ୍ରେସ ୨୮ରୁ ୩୩ ଆସନ ମଧ୍ୟରେ ସୀମିତ ରହିପାରେ ଏବଂ ଏଏପି କେବଳ ଖାତା ଖୋଲିପାରେ। ଟାଇମ୍ସ ନାଓ-ଇଟିଜି ମତରେ ଭାଜପା ୩୮ ଓ କଂଗ୍ରେସ ୨୮ ଆସନରେ ସଫଳତା ପାଇବ। ସ୍ବାଧୀନ ଓ ଅନ୍ୟ ଦଳକୁ ୨ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଆକ୍‌ସିସ୍‌-ମାଇଁ ଇଣ୍ଡିଆର ଆକଳନ ଅନୁସାରେ ଭାଜପା ୨୪-୩୪, କଂଗ୍ରେସ ୩୦-୪୦ ଓ ଅନ୍ୟ ଦଳକୁ ୪-୮ ଆସନରେ ସଫଳତା ମିଳିପାରେ। ବିଏଆର୍‌ସିର ହିସାବ ହେଉଛି ହିମାଚଳରେ ଭାଜପା ୩୫ରୁ ୪୦ ଆସନ ଦଖଲ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ପୁଣି ଉଭା ହେବ। କଂଗ୍ରେସ ୨୦-୨୫, ଏଏପି ୦-୩ ଓ ଅନ୍ୟମାନେ ୧ରୁ ୫ ଆସନରେ ସଫଳତା ପାଇପାରନ୍ତି। ଜନ୍‌ କୀ ବାତ୍‌ର ଭବିଷ୍ୟବାଣୀ ହେଲା ଭାଜପା ୩୭, କଂଗ୍ରେସ ୨୯ ଓ ଅନ୍ୟ ଦଳକୁ ୨ ଆସନ ମିଳିପାରେ।
ପ୍ରକାଶ ଯେ, ଓଡ଼ିଶାର ପଦ୍ମପୁର ସମେତ ରାଜସ୍ଥାନର ସର୍ଦ୍ଦାରସହର, ବିହାରର କୁରହାନି, ଉତ୍ତର ପ୍ରଦେଶର ରାମପୁର ଓ ଖଟୌଲି ବିଧାନସଭା ପାଇଁ ସୋମବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିପରି ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ୍‌ ସିଂଙ୍କ ପରଲୋକ ପରେ ୟୁପିର ମୈନପୁରୀ ଲୋକ ସଭା ଆସନରେ ମଧ୍ୟ ମତଦାନ ହୋଇଛି। ଗୁଜରାଟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ଏହି ଉପନିର୍ବାଚନଗୁଡ଼ିକର ଫଳାଫଳ ଆସନ୍ତା ଗୁରୁବାର ଭୋଟ ଗଣତି ପରେ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri