Home

ଆଇଆଇସି ଗିରଫ: ମାମଲାରୁ ନାଁ କାଟିବାକୁ ନେଉଥିଲେ ୨୫ହଜାର ଟଙ୍କା

ବଲାଙ୍ଗୀର ଅଫିସ, ୫ା୧୨:ଏକ ମାମଲାରୁ ନଁା କାଟିଦେବାକୁ ଲାଞ୍ଚ ନେବାବେଳେ ରବିବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଆଇଆଇସି ଆଲୋକ କୁମାର ବେହେରା। ଅଫିସ୍‌ ଚାମ୍ବରରେ ଅଜିତ ଘଡେଇ ନାମକ ବ୍ୟକ୍ତିଙ୍କଠାରୁ ସେ ଉକ୍ତ ଟଙ୍କା ନେଉଥିବାବେଳେ…

ଆସନ୍ତା ବର୍ଷରୁ ପେପରଲେସ୍‌ ହେବ ଏମ୍ସ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ):ଆସନ୍ତା ବର୍ଷରୁ ଭୁବନେଶ୍ୱର ଏମ୍ସରେ ଇ-ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଅର୍ଥାତ୍‌ ଏହି ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ସମ୍ପୂର୍ଣ୍ଣ ପେପରଲେସ୍‌ ହେବ। ଫଳରେ ଚିକିତ୍ସା ସମ୍ପର୍କିତ ସମସ୍ତ ପଞ୍ଜୀକରଣ ବ୍ୟବସ୍ଥାରେ ସୁଧାର ଆସିପାରିବ। ଏମ୍ସରେ ପ୍ରତିଦିନ ୧୦ ହଜାରରୁ ଅଧିକ ରୋଗୀଙ୍କ…

ସ୍ତ୍ରୀଙ୍କ କଟୁରି ମାଡ଼ରେ ସ୍ବାମୀ ମୃତ

ବାଲେଶ୍ୱର ଅଫିସ,୫।୧୨:ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ଚାରିଗୋଛିଆ ଗ୍ରାମରେ ଘରୋଇ କଳହକୁ ନେଇ ସ୍ତ୍ରୀଙ୍କ କଟୁରି ମାଡ଼ରେ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋବିନ୍ଦ ମାରାଣ୍ଡି (୫୮)। ହତ୍ୟାକାରୀ ସ୍ତ୍ରୀ ଜବା(୪୫)ଙ୍କୁ ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ…

ସରିଲା ନିବେଶ ମହାକୁମ୍ଭ

ଭୁବନେଶ୍ୱର,୫।୧୨(ବ୍ୟୁରୋ):ଚଳିତ ବର୍ଷ ନଭେମ୍ବର ୩୦ରୁ ଆରମ୍ଭ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ (ଏମ୍‌ଆଇଓସି)-୨୨ ରବିବାର ଆନୁଷ୍ଠାନିକ ଭାବେ ଶେଷ ହୋଇଛି। ଗତ ୫ ଦିନ ହେବ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ନିବେଶ ମହାକୁମ୍ଭକୁ ବୁଧବାର ମୁଖ୍ୟମନ୍ତ୍ରୀ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର, ୫।୧୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗସ୍ତରେ ସୋମବାର ସକାଳେ ନୂଆଦିଲ୍ଲୀ ଯିବା କାଯର୍ର୍‌ୟକ୍ରମ ରହିଛି। ଭାରତର ଜି-୨୦ ଅଧ୍ୟକ୍ଷତାକୁ ନେଇ ସୋମବାର ହେବାକୁ ଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ଉକ୍ତ ବୈଠକ ଅନୁଷ୍ଠିତ…

ପଦ୍ମପୁର ଉପନିର୍ବାଚନ, ଆଜି ମତଦାନ

ବରଗଡ଼ ଅଫିସ୍‌/ପଦ୍ମପୁର,୫।୧୨(ଡି.ଏନ.ଏ):ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ଏହାପୂର୍ବରୁ ସକାଳ ସାଢେ ୫ଟାରେ ମକ୍‌ ପୋଲ୍‌ ଆରମ୍ଭ କରାଯିବ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟର…

ଗୁଜରାଟ ବିଧାନସଭା ପାଇଁ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ, ଅହମଦାବାଦରେ ଭୋଟେ ଦେବେ ମୋଦି-ଶାହା

ଅହମଦାବାଦ,୫ ।୧୨: ଗୁଜରାଟ ବିଧାନସଭା ନିର୍ବାଚନର ସୋମବାର ହେଉଛି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ପର୍ଯ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅହମଦାବାଦରୁ ଭୋଟ ଦେବେ ବୋଲି ଜଣାପଡିଛି । ନିଜ…

ମୁଖ୍ୟମନ୍ତ୍ରୀଙ୍କ ସହ ନାଚିଲେ ରାହୁଲ ଗାନ୍ଧୀ

ଜୟପୁର,୪।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରବିବାର ମଧ୍ୟପ୍ରଦେଶରୁ ରାଜସ୍ଥାନର ଝାଲାୱାରରେ ପ୍ରବେଶ କରିଛି। ଏଠାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଜୋରଦାର ସ୍ବାଗତ କରାଯାଇଛି। କେବଳ ଏତିକି ନୁହେଁ, ରାହୁଲ ଗୋଟିଏ ମଞ୍ଚରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ,…

ଅଶାନ୍ତ ଭାରତ-ନେପାଳ ସୀମା: ଭାରତୀୟ ଶ୍ରମିକଙ୍କ ଉପରେ ପଥରମାଡ

ଡେରାଡୁନ,୪।୧୨: ଉତ୍ତରାଖଣ୍ଡର ପିଥୋରାଗଡରେ ଥିବା ଭାରତ-ନେପାଳ ସୀମାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ସାରେ ନେପାଳ ପାର୍ଶ୍ୱରୁ ଭାରତୀୟ ଶ୍ରମିକଙ୍କ ଉପରକୁ ପଥର ମାଡ କରାଯାଇଥିଲା। ଏଥିରେ ଅନେକ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଏହି ଘଟଣା ଧର୍ଚୁଲା ଅଞ୍ଚଳରେ…

ସରିଲା ଏମ୍‌ସିଡି ନିର୍ବାଚନ: ୭ରେ ଫଳାଫଳ

ନୂଆଦିଲ୍ଲୀ,୪।୧୨ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି) ନିର୍ବାଚନ ରବିବାର ଶେଷ ହୋଇଛି। ରବିବାର ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ପ୍ରାୟ ୫୦ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ୭ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ…

ଦିଲ୍ଲୀରେ ପୁଣି ବଢୁଛି ବାୟୁ ପ୍ରଦୂଷଣ : ସାନି କଟକଣା ଜାରି

ନୂଆଦିଲ୍ଲୀ,୪।୧୨ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ବୃଦ୍ଧି ପାଇଛି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ଦିଲ୍ଲୀ କର୍ତ୍ତୃପକ୍ଷ ସାନି କଟକଣା ଜାରି କରିଛନ୍ତି। ରାଜଧାନୀରେ ସମସ୍ତ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଅତି ଜରୁରୀ ନ ଥିବା ନିର୍ମାଣ…

ମୋ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଭାଜପା କରୁଛି କୋଟି କୋଟି ଟଙ୍କା ଖର୍ଚ୍ଚ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ଏକ ଭିଡିଓ ପୋଷ୍ଟ କରିଛି। ରାହୁଲ ଗାନ୍ଧୀ ଭିଡିଓରେ କହିଛନ୍ତି, ଯେତେବେଳେ ମୁଁ ରାଜନୀତିରେ ପ୍ରବେଶ କଲି, ୨୦୦୮-୦୯ ପର୍ଯ୍ୟନ୍ତ, ଦେଶର ସମସ୍ତ ଗଣମାଧ୍ୟମ ମୋତେ ୨୪ ଘଣ୍ଟା ‘ବାଃ-ବାଃ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?