ଉତ୍ସାହ ବଢ଼ାଇଲା ମତଦାନ ହାର

ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଶେଷ ହୋଇଛି। ଗଲା ୧୦ଦିନ ଧରି ରାଜ୍ୟ ରାଜନୀତିର ଯେଉଁ ମୁଖ୍ୟ ଆଲୋଚନା ଥିଲା, ପଦ୍ମପୁର ଆସନ କାହା ହାତକୁ ଯିବ, ତାହା ଏବେ ଇଭିଏମ୍‌ ବାକ୍ସରେ ଆବଦ୍ଧ ହୋଇ ରହିଛି। ଏଥିରେ ୮୦ରୁ ଊର୍ଦ୍ଧ୍ୱ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଭୋଟ ହାରକୁ ଦେଖିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ଏହା ଉତ୍ସାହିତ କରିଛି। ଏହାସତ୍ତ୍ବେ ନା ଶାସକ ବିଜେଡି ନା ଭାଜପା କେତେ ଭୋଟ୍‌ ବ୍ୟବଧାନରେ ବିଜୟୀ ହେବେ, ସେ କଥା କହିବାକୁ ସାହସ ଜୁଟାଇ ପାରୁନାହାନ୍ତି। ତେବେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ହେବ ବୋଲି ଚର୍ଚ୍ଚା ହେଉଛି। ସ୍ଥାନୀୟ ଭୋଟର କେଉଁଠାରେ ମଧ୍ୟ ଏକପାଖିଆ ସମର୍ଥନ ଦେଲା ଭଳି ଇଙ୍ଗିତ ଦେଇନାହାନ୍ତି। ଭୋଟରଙ୍କ ମୁହଁରେ ଗୋଟିଏ କଥା, ଭଲ ପ୍ରାର୍ଥୀ ଦେଖି ମତସାବ୍ୟସ୍ତ କରିଛନ୍ତି। ଭୋଟରଙ୍କ ଏହି କଥାକୁ ଯେଉଁମାନେ ପରଖୁଛନ୍ତି ସେମାନଙ୍କ କହିବା କଥା, ସେମାନଙ୍କ ଏଭଳି ଇଙ୍ଗିତ ବୋଧହୁଏ ବିରୋଧୀ ପ୍ରାର୍ଥୀଙ୍କୁ ସୁହାଇପାରେ। ହେଲେ ଶାସକଦଳ ନେତା ଏଠାରେ ଯେଉଁଭଳି ନିର୍ବାଚନ ପରିଚାଳନା କରିଛନ୍ତି ଏବଂ ଯେତିକି ଭାବେ କଳ ଓ ବଳ ଲଗାଇଛନ୍ତି, ଯଦି ତାହା ଭୋଟ୍‌ରେ ରୂପାନ୍ତର ହୁଏ, ତେବେ ତାହା ଅନ୍ୟ ଦିଗ ଆଡ଼କୁ ନେଇଯିବ।
ତେବେ ଭୋଟ୍‌ ପ୍ରତିଶତକୁ ଦେଖିଲେ ଭୋଟରମାନେ ଯେ କେବଳ ଉତ୍ସାହିତ ତାହା ନୁହେଁ, ସେମାନେ କେତେ ସଚେତନ ସେ କଥା ମଧ୍ୟ ସ୍ପଷ୍ଟ ସୂଚନା ଦେଉଛି। ତେଣୁ ଏଠାକାର ଭୋଟର କାହାକୁ ଏହି ଆସନ ପାଇଁ ହକ୍‌ଦାର କରିବେ, ସେମାନେ ଭଲ ଭାବେ ନିଷ୍ପତ୍ତି ନେଇଛନ୍ତି। ତଥାପି ପଦ୍ମପୁରର ବିଭିନ୍ନ ସ୍ଥାନରେ ଭୋଟିଂ କିଭଳି ଚାଲିଛି, ତାର ଖବର ସଂଗ୍ରହ ଲାଗି ଧରିତ୍ରୀ ପକ୍ଷରୁ ଆମେ ଚର୍ଦାପାଲି ପଞ୍ଚାୟତଠାରେ ପହଞ୍ଚତ୍ଥିଲୁ। ଏହି ପଞ୍ଚାୟତ ଅନ୍ତର୍ଗତ ୧୫୨ ନମ୍ବର ବୁଥ୍‌ ଦାୟିତ୍ୱରେ ଥିବା ବିଏଲଓଙ୍କଠାରୁ ଯାହା ଶୁଣିବାକୁ ପାଇଲୁ, ତାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିବ। ଏହି ପଞ୍ଚାୟତ ଛତିଶଗଡ଼ ସୀମାକୁ ଲାଗିଛି ଏବଂ ଏହା ଏକ ସମ୍ବେଦନଶୀଳ ବୁଥ୍‌। ତେଣୁ ଏଠାରେ ଭୋଟିଂ ଲାଗି ଆସୁଥିବା ମତଦାତାମାନଙ୍କୁ କିଭଳି ଅଣାଯାଉଛି ବୋଲି ପଚାରିବାରୁ ସେ କହିଥିଲେ ଯେ, ସବ୍‌କଲେକ୍ଟର ଏବଂ ବିଡ଼ିଓଙ୍କ ଜରିଆରେ ଗାଡ଼ି ବ୍ୟବସ୍ଥା କରାଯାଇଛି। ଉକ୍ତ ଗାଡ଼ି ଜରିଆରେ ମତଦାତାମାନଙ୍କୁ ଆଣିବାର ବ୍ୟବସ୍ଥା ହୋଇଛି, ଯାହାକି ସ୍ଥାନୀୟ ସରପଞ୍ଚଙ୍କ ଦାୟିତ୍ୱରେ ଛଡ଼ାଯାଇଥିବା ସେ କହିଥିଲେ। ତେବେ ସରକାରଙ୍କ ଦାୟିତ୍ୱ କିଭଳି ଜଣେ ଜନପ୍ରତିନିଧିଙ୍କ ହାତରେ ଛାଡ଼ି ଦିଆଯାଇଛି, ସେ କଥାକୁ ଗୁରୁତ୍ୱର ସହ ବିଚାରକୁ ନେବା ଲାଗି ନିକଟରେ ଛିଡା ହୋଇଥିବା ଜଣେ ଯୁବକ ଧୀରେ କହିଥିଲେ, ଏହି ଚର୍ଦାପାଲି ପଞ୍ଚାୟତ ପାଇକମାଳ ବ୍ଲକ ଅନ୍ତର୍ଗତ ୩ ନମ୍ବର ଜିଲା ପରିଷଦ ଜୋନ ଅଧୀନରେ ଆସୁଛି। ଏହି ଜୋନ୍‌ ଦାୟିତ୍ୱରେ ଶାସକ ଦଳର ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ରହିଥିବାବେଳେ ଚର୍ଦାପାଲି ପଞ୍ଚାୟତ ଦାୟିତ୍ୱରେ ବିଜେଡ଼ି ନେତା ଜନ୍ମେଜୟ ଲେଙ୍କା ଥିଲେ। ନିର୍ବାଚନ ସମୟରେ ଏହି ନେତାମାନଙ୍କ ନେତୃତ୍ୱରେ ଚର୍ଦାପାଲି ସରପଞ୍ଚ, ସମିତିସଭ୍ୟ ଏବଂ ନାଏବ ସରପଞ୍ଚ ବିଜେଡିରେ ସାମିଲ ହୋଇଥିଲେ ବୋଲି ଜଣାପଡ଼ିଛି।
ଅନ୍ୟପଟେ ୨ଦିନ ଧରି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବୁଲିବାବେଳେ କିଛି ନୂଆ ଘଟଣା ଦେଖିବାକୁ ମିଳିଥିଲା। ପଦ୍ମପୁରକୁ ଜିଲା ଘୋଷଣା ଦାବି ନେଇ ଭେଉଁରିଆ ଛକଠାରେ ବସିଥିବା ଆନ୍ଦୋଳନକାରୀ ସେଠାରେ ଆଉ ନ ଥିଲେ। ସେହିପରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ଭିତରେ ବିଭିନ୍ନ ଚାଷୀ ସଙ୍ଗଠନ ଯେଉଁ ଧାରଣା ଦେଇଥିଲେ, ସେମାନଙ୍କ ପ୍ରତିନିଧିମାନଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳି ନ ଥିଲା। ତେବେ ଲୋକମାନଙ୍କ ନିକଟରେ ୫ଦିନ ପୂର୍ବରୁ ଯେଉଁସବୁ ପ୍ରସଙ୍ଗକୁ ନେଇ ରାଜନୀତି ଚାଲିଥିଲା, ତାହା ମଧ୍ୟ ବସ୍ତୁତଃ ଆଉ ପ୍ରସଙ୍ଗ ହୋଇ ରହି ନଥିବା ଜଣାପଡ଼ୁଥିଲା। ସ୍ଥାନୀୟ କିଛି ଜଣାଶୁଣା ଲୋକଙ୍କ କହିବା କଥା, ବିଜେଡ଼ିର ପ୍ରତିନିଧିମାନେ ସରକାରଙ୍କ ବିରୋଧରେ ଚାଲିଥିବା ଏହିସବୁ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କୁ ବୁଝାଇବାରେ ବୋଧହୁଏ ସକ୍ଷମ ହୋଇଛନ୍ତି। ନଚେତ୍‌ ଏସବୁ ଆନ୍ଦୋଳନର ମଙ୍ଗ ଧରିଥିବା ନେତାମାନଙ୍କ ସହ ଭିତିରି ବୁଝାମଣା ସଫଳ ହୋଇଥିବା କୁହାଯାଇପାରେ। ତେବେ ଏସବୁ ବାଦ୍‌ ସମସ୍ତ ଭୋଟର ଭଲ ପ୍ରାର୍ଥୀ ଦେଖି ଯିଏବି ତାଙ୍କ ସୁଖଦୁଃଖରେ ଠିଆ ହେବ, ତାଙ୍କୁ ଭୋଟ୍‌ ଦେବେ ବୋଲି କହିଥିଲେ। ତେଣୁ ଏଠାରେ ପ୍ରସଙ୍ଗ ନା ଅର୍ଥ କେଉଁଟି କାମ କରିବ, ତାହା ଆସନ୍ତା ୮ତାରିଖରେ ହେବାକୁ ଥିବା ଗଣତିରୁ ଜଣାପଡ଼ିବ।

ଭୋଟରଙ୍କ ମୁହଁରୁ ବାହାରୁଥିବା ଏଭଳି କଥା ବିରୋଧୀ ପ୍ରାର୍ଥୀଙ୍କୁ ଭିତିରି ସମର୍ଥନ କରୁଛନ୍ତି ବୋଲି ବୁଝାଯାଇପାରେ। ଅର୍ଥାତ୍‌ ଯେଉଁ ଆନ୍ଦୋଳନକାରୀଙ୍କ ସହ ବୁଝାମଣା ସରିଛି ବୋଲି କୁହାଯାଉଛି, ବୋଧହୁଏ ସାଧାରଣ ଭୋଟର ସେମାନଙ୍କ ସହିତ ନ ଥାଇପାରନ୍ତି ବୋଲି ଭୋଟରଙ୍କ ମୁହଁରୁ ବାହାରୁଥିବା କଥା ଇଙ୍ଗିତ କରୁଛି। ଏଭଳି କେତେକ ଘଟଣା ସତ୍ତ୍ବେ ସବୁ ଶ୍ରେଣୀର ଭୋଟର ବିପୁଳ ମାତ୍ରାରେ ମତଦାନ ସାବ୍ୟସ୍ତ କରିଛନ୍ତି। ପୂର୍ବରୁ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଧାମନଗର ଉପନିର୍ବାଚନ ଭୋଟିଂ ସମୟରେ ଯେପରି ଅଧିକାଂଶ ସ୍ଥାନରୁ ହିଂସା, ବୁଥ୍‌ ରିଗିଂ ଏବଂ ଟଙ୍କାବଣ୍ଟାର ଅଭିଯୋଗ ଆସୁଥିଲା, ସେଭଳି ଦୃଶ୍ୟ ପଦ୍ମପୁରରେ ସେତିକି ଦେଖିବାକୁ ମିଳିନି। ତେବେ ବିଜେଡ଼ିର ଯେଉଁ ନେତାମାନେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦାୟିତ୍ୱରେ ରହିଥିଲେ, ସେମାନଙ୍କ ପ୍ରାର୍ଥୀ ବିଜୟୀ ହେବା ନେଇ ଏବେଠାରୁ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। କିଛି ଦାୟିତ୍ୱରେ ଥିବା ନେତାଙ୍କ ହିସାବ କହୁଛି, ବରିହା ସମାଜର ପୋଲିଂ ହୋଇଥିବା ୫୦ହଜାର ଭୋଟ୍‌ରୁ ପ୍ରାୟ ୪୦ହଜାର ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ଯିବ। ସେହିପରି କୁଲତା ସମାଜର ଅଧିକାଂଶ ଭୋଟ୍‌ ଭାଜପା ସପକ୍ଷରେ ଯିବ। ଏହି ୨ ସମାଜର ଭୋଟ୍‌ ବ୍ୟବଧାନ ଦେଖିଲେ ବର୍ଷା ସିଂ ବରିହା ୨୦ହଜାର ଭୋଟ୍‌ରେ ତାଙ୍କର ଲିଡ୍‌ ଆରମ୍ଭ କରିବେ ବୋଲି ବିଜେଡି ନେତାମାନେ ଆକଳନ କରୁଛନ୍ତି। ହେଲେ କେଉଁ ସମାଜ ବା ଜାତିର ଭୋଟ୍‌ କାହା ସପକ୍ଷରେ କେତେ ପଡିଛି, ତାର ଆକଳନ ଲଗାଇ ପାରିନାହାନ୍ତି।

ପଦ୍ମପୁରରୁ ସୁନିତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?