କୋରେଇ ଟ୍ରେନ୍ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ସୋମବାର ଯାଜପୁର କୋରେଇ ଷ୍ଟେଶନରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହୁଥିବା ବେଳେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କୁହାଯାଇଛି। ଅନେକ ଆହତ ହୋଇଛନ୍ତି।…
ନିଶା ନିବାରଣ କେନ୍ଦ୍ର ନାଁରେ ହରିଲୁଟ୍
ଯାଜପୁର ଅଫିସ,୨୧ା୧୧: ନିଶା ନିବାରଣ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ଥିବା ଏକ ନିଶା ନିବାରଣ କେନ୍ଦ୍ର ବା ଇଣ୍ଟିଗ୍ରେଟେଡ୍ ରିହାବିଲିଟେଶନ ସେଣ୍ଟର ଫର୍ ଏଡିକ୍ସ (ଆଇଆର୍ସିଏ) ନିମନ୍ତେ ଅନୁଦାନ ଯୋଗାଇ ଦିଆଯାଇଛି।…
ଧାନବିଲ ଜଗିଥିବା ସମୟରେ ଚାଷୀଙ୍କୁ ମାରିଦେଲା ହାତୀ
ମାଧପୁର,୨୧ା୧୧(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଆଠମଲ୍ଲିକ ବନାଞ୍ଚଳ ପୁରୁଣା ମାଣତ୍ରି ପଞ୍ଚାୟତ ଅଧୀନ ରାଜିଙ୍ଗ ଗ୍ରାମରେ ଅଘଟଣ ଘଟିଛି। ଧାନବିଲ ଜଗିଥିବା ସମୟରେ ରବିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ହାବୁଡ଼ରେ ପଡ଼ି ଗ୍ରାମର ରମେଶ ସାହୁ…
ସୋନିଆଙ୍କୁ ରାହୁଲ ପଚାରିଲେ ମୁଁ ସୁନ୍ଦର କି, ଜବାବ ମିଳିଲା ଏମିତି
ନୂଆଦିଲ୍ଲୀ,୨୧।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ନିଜ ବ୍ୟକ୍ତିଗତ ଜୀବନକୁ ଅନେକ ଖୁଲାସା କରିଛନ୍ତି। ନିକଟରେ ଏହି ଯାତ୍ରା ସମୟର ଏକ ଫଟୋ ଭାରାଲ ହୋଇଥିଲା। ଫଟୋରେ ସେ ତାଙ୍କ ମା’ଙ୍କ ଜୋତାର ଫିତା ବାନ୍ଧୁଥିବାର ନଜର…
ବାଲୁଚିସ୍ତାନରେ ବିଦ୍ରୋହୀଙ୍କ ବିରୋଧରେ ପାକିସ୍ତାନ ବ୍ୟବହାର କରୁଛି ଚାଇନା ଡ୍ରୋନ…
ଇସଲାମାବାଦ,୨୧।୧୧ : ପାକିସ୍ତାନୀ ସେନା ବର୍ତ୍ତମାନ ଚାଇନାର ଡ୍ରୋନ ସିଏଚ-୪ବି ବ୍ୟବହାର କରି ବାଲୁଚିସ୍ତାନରେ ବିଦ୍ରୋହୀଙ୍କୁ ଦମନ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ସାହାଯ୍ୟରେ ବାଲୁଚ ଉପରେ ଆକ୍ରମଣ କରିଆସୁଛନ୍ତି, କିନ୍ତୁ ବର୍ତ୍ତମାନ ଡ୍ରୋନ ଦ୍ୱାରା…
ବିକାଶଧାରାକୁ କେହି ରୋକିପାରିବେନି
ପଦ୍ମପୁର,୨୧।୧୧(ଡି.ଏନ.ଏ.): ପଦ୍ମପୁର ନିର୍ବାଚନ ମଣ୍ଡଳୀର ପଲସାପାଲିଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ସମେତ ପୂର୍ବତନ ଏମ୍ପି ପ୍ରଦୀପ ମାଝୀ, ମନ୍ତ୍ରୀ ରୀତା ସାହୁ ଉପସ୍ଥିତ ଥିଲେ। ଏଥିରେ ପଲସାପାଲି ସରପଞ୍ଚ ଭାସ୍କର…
ପକେଟ୍ ଭୋଟକୁ କଂଗ୍ରେସର ଭରସା
ପଦ୍ମପୁର,୨୧।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡ଼ି ଓ ଭାଜପା ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ପଛରେ ପଡିଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନ ସ୍ଥିତିରେ ଏଠାରେ କଂଗ୍ରେସର ସଙ୍ଗଠନ ଦୁର୍ବଳ ହୋଇପଡିଥିବାରୁ ବିଗତ ୩ଟି…
ଗ୍ରୀସ୍ରେ ଭୂକମ୍ପ, ସୁନାମି ସତର୍କ ସୂଚନା ଜାରି…
ଏଥେନ୍ସ,୨୧।୧୧ : ସୋମବାର ଗ୍ରୀସ୍ରେ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ବିଳମ୍ବିତ ରାତି ୧ଟା ୨୫ରେ ସ୍ଥାନୀୟ କ୍ରିଟରେ ଅନୁଭୁତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ଥିଲା। ଏହା ଯୋଗୁ ସୁନାମି ହେବା ଆଶଙ୍କା ନେଇ ସତର୍କ ସୂଚନା…
୪ ବର୍ଷ ହେଲା ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଉଛି କେନ୍ଦ୍ର: ବିଜେଡି
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଥିବାବେଳେ ଏହି ଅଞ୍ଚଳ ପାଇଁ ରେଳଲାଇନ୍ ଦାବି କରି ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ବିଜେଡି ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ଗତ ୪ ବର୍ଷ ହେଲା ରେଳଲାଇନ୍ କଥା…
ଇରାକ-ସିରିଆର ୮୯ ସ୍ଥାନରେ ଏୟାର ଷ୍ଟ୍ରାଇକ୍ କଲା ତୁର୍କୀ…
ବାଗଦାଦ/ଇସ୍ତାନବୁଲ,୨୧।୧୧ : ଗତ ସପ୍ତାହରେ ହୋଇଥିବା ଇସ୍ତାନବୁଲ ବିସ୍ଫୋରଣର ପ୍ରତିଶୋଧ ନେଇ ତୁର୍କୀ ଉତ୍ତର ସିରିଆ ଏବଂ ଇରାକର ୮୯ ସ୍ଥାନରେ ଏୟାର ଷ୍ଟ୍ରାଇକ ଆରମ୍ଭ କରି ଇସ୍ତାନବୁଲ ବିସ୍ଫୋରଣରେ ଦାୟୀ କୁର୍ଦ୍ଦ ଗୋଷ୍ଠୀଙ୍କୁ ଟାର୍ଗେଟ କରିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ…
କିଡ୍ନୀ ରୋଗୀଙ୍କୁ ମନ ପସନ୍ଦର ଔଷଧ ଦେବା ସମ୍ଭବ ନୁହେଁ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଉନ୍ନତମାନର ଔଷଧ ଯୋଗାଣ ଦାବିକରି ୭ମାସ ହେବ ଆନ୍ଦୋଳନ ଚଳାଇଛନ୍ତି କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ ରୋଗୀ। ୧୨ଦିନ ହେବ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବା ପରେ ସେମାନେ ଶନିବାରଠାରୁ ରାସ୍ତାକୁ ଓହ୍ଲାଇଛନ୍ତି। ଏଜି ଛକରୁ ରାଜଭବନ ରାସ୍ତାକୁ ଦୁଇ ପାର୍ଶ୍ୱରୁ…
ପୁରୀରେ ହେବ ଟ୍ରାନ୍ସଜେଣ୍ଡର ଶେଲ୍ଟର ହୋମ୍
ପୁରୀ ଅଫିସ,୨୧ା୧୧: ଏବେ ବି ସମାଜରେ ଟ୍ରାନ୍ସଜେଣ୍ଡରମାନେ ଅବହେଳିତ ଓ ତାଡ଼ନାଗ୍ରସ୍ତ। ଫଳରେ ଅଧିକାଂଶ ଟ୍ରାନ୍ସଜେଣ୍ଡର ସମାଜଠାରୁ ନିଜକୁ ଦୂରେଇ ରଖିବା ସହ ଗୁଜୁରାଣ ମେଣ୍ଟାଇବା ପାଇଁ କେତେବେଳେ ଭିକ୍ଷା ବୃତ୍ତି ତ ଆଉ କେବେ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ…
Archives


