ଫ୍ୟୁଜନ୍‌ ମାନିଆ

ଫ୍ୟାଶନ ଦୁନିଆରେ ନିଜକୁ ଅପ୍‌ଡେଟ୍‌ ରଖିବା ଏବଂ ଏଥିରେ ନୂଆ ଏକ୍ସପେରିମେଣ୍ଟ କରିବାରେ ଏବେ ମହିଳାଙ୍କଠାରେ ବଢୁଛି କ୍ରେଜ୍‌। ବିଭିନ୍ନ ଓ୍ବେଷ୍ଟର୍ନ ସହ ଇଣ୍ଡିଆନ୍‌ ପୋଷାକର ଫ୍ୟୁଜନ୍‌ ପାଲଟିଛି ଅନେକଙ୍କ ଲାଗି ଲାଟେଷ୍ଟ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ…

ଟ୍ରାଡିଶନାଲ ପୋଷାକର ଡିମାଣ୍ଡ ସବୁବେଳେ ରହି ଆସିଛି। ହେଲେ ବିଭିନ୍ନ ଓ୍ବେଷ୍ଟର୍ନ ଓ୍ବେର୍‌ଗୁଡ଼ିକର ଆଟ୍ରାକ୍ଟିଭ୍‌ ଡିଜାଇନ ଅଧିକାଂଶଙ୍କୁ ବେଶି ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି। ତେଣୁ ଏହା ଭିତରେ ଯେପରି ଟ୍ରାଡିଶନାଲ ଓ୍ବେର୍‌ର ଚାହିଦା କମି ନ ଯାଉ ସେଥିପାଇଁ ବର୍ତ୍ତମାନ କେବଳ ଭାରତ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିବା ରିତୁ କୁମାର, ମନୀଷ ମାଲହୋତ୍ରା, ସନ୍ଦୀପ୍‌ ଖୋସ୍‌ଲାଙ୍କ ଭଳି ବଡ଼ ବଡ଼ ଫ୍ୟାଶନ ଡିଜାଇନର ମଧ୍ୟ ଏହାକୁ ବିଭିନ୍ନ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଫ୍ୟୁଜନ୍‌ କରି ନୂଆ ନୂଆ ଡିଜାଇନ ପ୍ରସ୍ତୁତ କରୁଛନ୍ତି। ଆମ ଦେଶ ସମେତ ବାହାର ଦେଶଗୁଡ଼ିକରେ ମଧ୍ୟ ଇଣ୍ଡିଆନ୍‌ ଟେକ୍ସଟାଇଲର ଡିମାଣ୍ଡ ବେଶ୍‌ ବଢ଼ିବାରେ ଲାଗିଛି। ବିଶେଷକରି ଚିକେନ୍‌କରି, ଇକତ୍‌, ବ୍ଲକ ପ୍ରିଣ୍ଟ, ଖଦି ଭଳି ଅନ୍ୟାନ୍ୟ ଇଣ୍ଡିଆନ୍‌ ଫେବ୍ରିକ୍‌ରେ ପ୍ରସ୍ତୁତ ଓ୍ବେଷ୍ଟର୍ନ ଡ୍ରେସ୍‌ ଅଧିକାଂଶଙ୍କୁ ବେଶି ଆକୃଷ୍ଟ କରୁଛି। ଓଡ଼ିଶାର ବିଭିନ୍ନ ପାରମ୍ପରିକ ପାଟ କପଡ଼ାକୁ ବ୍ୟବହାରକରି ଭଳିକି ଭଳି ଆକର୍ଷଣୀୟ ଡିଜାଇନ୍‌ର ପୋଷାକ ପ୍ରସ୍ତୁତ କରାଯାଉଛି। ଓ୍ବେଷ୍ଟର୍ନ ଡ୍ରେସ୍‌ ସହ ଟ୍ରାଡିସନାଲ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌କୁ ମିକ୍ସ ମ୍ୟାଚ୍‌ କରି ଦିଆଯାଉଥିବା ଭିନ୍ନ ରୂପ ଅଧିକ ଆଇ କ୍ୟାଚି ମଧ୍ୟ ଲାଗୁଛି। ଏହାକୁ ଲୋକଲୋଚନକୁ ଆଣିବା ପାଇଁ ବଡ଼ ବଡ଼ ଫ୍ୟାଶନ ଶୋ’ ମଧ୍ୟ ଆୟୋଜନ କରାଯାଉଛି। ବର୍ତ୍ତମାନ ଏଭଳି ଫ୍ୟୁଜନ୍‌ ଆଉଟଫିଟ୍‌ ଛୋଟ ବଡ଼ ଶୋ’ ରୁମ୍‌ରୁ ଆରମ୍ଭକରି ଅନ୍‌ଲାଇନ ଶପିଂ ସାଇଟ୍‌ଗୁଡ଼ିକରେ ବି ଉପଲବ୍ଧ ହେଉଛି। ଦିନକୁ ଦିନ ଫ୍ୟାଶନ ପ୍ରିୟ ମହିଳାମାନଙ୍କ ଠାରେ ଏଭଳି ଆଉଟ୍‌ଫିଟ୍‌ର କ୍ରେଜ୍‌ ବଢ଼ିବାରେ ଲାଗିଛି…
ମିକ୍ସ ମ୍ୟାଚ୍‌ ଫ୍ୟୁଜନ୍‌ର ଡିମାଣ୍ଡ ବେଶି: ଇଣ୍ଡିଆନ୍‌ ଡ୍ରେସ୍‌ ସହ ଓ୍ବେଷ୍ଟର୍ନ ଆସେସରିଜ୍‌ ଯେପରି ଶାଢ଼ି ସାଙ୍ଗକୁ ଜିନ୍ସ କିମ୍ବା ଅନ୍ୟ ପ୍ୟାଣ୍ଟ, ଶାଢ଼ି ସହ ଲଙ୍ଗ୍‌ କୋଟ୍‌ କିମ୍ବା ଧୋତିପ୍ୟାଣ୍ଟ, ଚୁଡିଦାର କୁର୍ତ୍ତା ସାଙ୍ଗକୁ ଡିଜାଇନର ଜ୍ୟାକେଟ୍‌, ଷ୍ଟାଇଲିଶ୍‌ ଫୁଟ୍‌ଓ୍ବେର ଆଦି ମିକ୍ସ ମ୍ୟାଚ୍‌ କରି ପିନ୍ଧିବା ବି ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ସେହିପରି ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ପସନ୍ଦ କରୁଥିବା ମହିଳାମାନେ ଏହାକୁ ଭାରତୀୟ ଝଲକ ଦେବା ଲାଗି କେହ୍ଲାପୁରୀ ଜୁତି କିମ୍ବା ଅନ୍ୟ ଏଥିନିକ୍‌ ଫୁଟ୍‌ଓ୍ବେର, ଷ୍ଟୋଲ୍‌, ସ୍କାର୍ଫ, ଏବଂ ଟ୍ରାଡିଶନାଲ୍‌ ଜୁଏଲେରି ଭଳି ଟ୍ରାଡିଶନାଲ ଆସେସରିଜ୍‌ ବ୍ୟବହାର କରୁଛନ୍ତି।
ହସ୍ତତନ୍ତ ମେଳା ସାଜିଛି ମୁଖ୍ୟ: ବର୍ତ୍ତମାନ ଏହି ଫ୍ୟାଶନ ଫ୍ୟୁଜନ୍‌ର ଡିମାଣ୍ଡ ଏତେ ମାତ୍ରାରେ ବଢୁଛି ଯେ, ଦେଶର ପ୍ରତିଟି ବଡ଼ ବଡ଼ ସହରରେ ହ୍ୟାଣ୍ଡଲୁମ୍‌ ଏକ୍‌ଜିବିଶନ୍‌ ବା ହସ୍ତତନ୍ତ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି। ଏଥିରେ ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ପୋଷାକ ଉପଲବ୍ଧ ହେଉଛି। ତା’ ସହ ଏହାକୁ ବ୍ୟବହାରକରି ଫ୍ୟାଶନ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଇଣ୍ଡୋ-ଓ୍ବେଷ୍ଟର୍ନ ଫ୍ୟୁଜନ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଛି। ବହୁ ସଂଖ୍ୟାରେ ଫ୍ୟାଶନପ୍ରିୟ ମହିଳା ଏଭଳି ଆଉଟ୍‌ଫିଟ୍‌ କିଣିବା ଲାଗି ଗହଳି ଜମାଉଥିବା ଦେଖିବାକୁ ମିଳୁଛି।
ବଢୁଛି ଖଦିର ଡିମାଣ୍ଡ: ଖଦିରେ କେବଳ କୁର୍ତ୍ତୀ, ପାଇଜାମା, ଶାଢ଼ି ଆଦି ପ୍ରସ୍ତୁତ ହେଉଥିଲା। ହେଲେ ବର୍ତ୍ତମାନ ଖଦିରେ ବିଭିନ୍ନ ପ୍ରକାର ଷ୍ଟାଇଲିଶ୍‌ ଜ୍ୟାକେଟ୍‌, ଓ୍ବେଷ୍ଟ କୋଟ୍‌, ଡିଜାଇନର୍‌ ଟପ୍ସ, ସ୍କଟ୍‌, ପଲାଜୋ, ସେପାରେଟର୍ସ ଏବଂ ନୂଆ ଡିଜାଇନର ଶାଢ଼ି ପ୍ରସ୍ତୁତ କରାଯାଉଛି, ଯାହା କେବଳ ଦେଖିବାକୁ ଆକର୍ଷଣୀୟ ଲାଗୁନାହିଁ ପିନ୍ଧିବାକୁ ମଧ୍ୟ ବେଶ୍‌ ଆରାମଦାୟକ ଲାଗୁଛି।
ବଦଳୁଛି ସିଲ୍କର ଅନ୍ଦାଜ: କେବଳ ପର୍ବପର୍ବାଣି, ବିବାହ କିମ୍ବା କୌଣସି ଉତ୍ସବରେ ନୁହେଁ, ଏବେ ବଡ଼ ବଡ଼ ଫ୍ୟାଶନ ଶୋ’ରେ ବି ମଡେଲମାନେ ସିଲ୍କ ପୋଷାକରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବାର ଦେଖିବାକୁ ମିଳୁଛି। ସିଲ୍କ କେବଳ ଶାଢ଼ିରେ ସୀମିତ ନାହିଁ ଏହାକୁ ବ୍ୟବହାର କରି ଲେହେଙ୍ଗା, ଜ୍ୟାକେଟ୍‌, ବିଭିନ୍ନ ପ୍ରକାର ଡ୍ରେସ୍‌ ଏବଂ ଆସେସରିଜ୍‌ ପ୍ରସ୍ତୁତ କରାଯାଉଛି, ଯାହାକି ଅପେକ୍ଷାକୃତ ଟ୍ରେଣ୍ଡି ଲୁକ୍‌ ଦେଉଥିବାରୁ ଯୁବତୀ ଓ ମହିଳାମାନେ ଏହାକୁ ବେଶି ପସନ୍ଦ କରୁଛନ୍ତି। ନୀତା ଲୁଲା, ରିତୁ କୁମାର ଏବଂ ଅନ୍ୟ ନାମୀ ଫ୍ୟାଶନ ଡିଜାଇନରମାନେ ଏଭଳି ସିଲ୍କ ଫ୍ୟାବ୍ରିକ୍‌କୁ ନେଇ ନୂଆ ନୂଆ ଏକ୍ସପେରିମେଣ୍ଟ କରୁଛନ୍ତି, ଯାହାକି ବେଶ୍‌ ଲୋକାଦୃତ ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri