ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସକ୍ସେନା ଆମ ଆଦମୀ ପାର୍ଟିଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ଆଦମୀ ପାର୍ଟି ସରକାରୀ ବିଜ୍ଞାପନ ନାମରେ ଦଳୀୟ ବିଜ୍ଞାପନ ଛପାଇଥିବା ଅଭିଯୋଗ ହୋଇଛି।
୨୦୧୫ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୨୦୧୬ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ୨୦୧୬ ସିସିଆରଜିଏ ଆଦେଶ ପରେ ଲେଫ୍ଟନାଣ୍ଟ ଗଭର୍ନରଙ୍କ ନିର୍ଦ୍ଦେଶ ଆସିଛି। ଅଭିଯୋଗ ହୋଇଛି ଯେ, ଏଏପି ସରକାର କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛନ୍ତି। ନିୟମ ବିରୋଧରେ ଯାଇ ଦଳୀୟ ବିଜ୍ଞାପନକୁ ସରକାରୀ ବିଜ୍ଞାପନ କହି କେଜ୍ରିଓ୍ବାଲ ସରକାର ୯୭ କୋଟି ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଥିଲା।
Posted inଜାତୀୟ