Posted inଜାତୀୟ

ଖାର୍ଗେଙ୍କ ବିବାଦୀୟଙ୍କ ବୟାନକୁ ନେଇ ସଂସଦରେ ଭାଜପାର ହଟ୍ଟଗୋଳ

ନୂଆଦିଲ୍ଲୀ,୨୦।୧୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ସଂସଦରେ ଜୋରଦାର ହଟ୍ଟଗୋଳ ହୋଇଛି। ମଙ୍ଗଳବାର ରାଜ୍ୟ ସଭାରେ ଖାର୍ଗେ କ୍ଷମା ମାଗନ୍ତୁ ବୋଲି ଭାଜପା ଦାବି କରିଛି। ଖାର୍ଗେ ଅଶ୍ଳୀଳ ଭାଷା ବ୍ୟବହାର କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପୀୟୁଷ ଗୋୟଲ କହିଛନ୍ତି। ତାଙ୍କ ଅଶ୍ଳୀଳ ଭାଷଣକୁ ପୀୟୁଷ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଏଥିସହ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ କହିଛନ୍ତି, ଏ ହେଉଛି ନକଲି କଂଗ୍ରେସ। ଏହା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କିମ୍ବା ମହାତ୍ମା ଗାନ୍ଧୀଙ୍କର କଂଗ୍ରେସ ନୁହେଁ। ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଏହାକୁ ଦୃଢ଼ ନିନ୍ଦା କରିବା ସହ କହିଛନ୍ତି, ମୁଁ ବିଶ୍ୱାସ କରିପାରୁ ନାହିଁ ଯେ, କଂଗ୍ରେସ ଅଧ୍ୟକ୍ଷ ଏତେ ନିମ୍ନସ୍ତରକୁ ଖସିପାରନ୍ତି। ଆଉ ଏଭଳି ଆପତ୍ତିଜନକ ମନ୍ତବ୍ୟ ଦେଇପାରନ୍ତି। ସେ ଜଣେ ରାଜନୈତିକ ଦଳର ନେତା ଭାବେ ନିଜର ଦାୟିତ୍ୱ ବୁଝିବା ଦରକାର। ଆମେ ଶତ୍ରୁ ନୁହଁ, ପ୍ରତିଦ୍ୱନ୍ଦ୍ୱୀ ବୋଲି ରିଜିଜୁ କହିଛନ୍ତି। ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ନିଜ ଶବ୍ଦରେ ଅଟଳ ରହିିଛନ୍ତି। ସୂଚନା ମୁତାବକ, ମଲ୍ଲିକାର୍ଜୁନ ଖାଗେର୍ର୍ ଭାଜପାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଅନେକ କଂଗ୍ରେସ ନେତା ସ୍ବାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଛନ୍ତି, କିନ୍ତୁ ଭାଜପା ଲୋକଙ୍କ ଘରୁ ସ୍ବାଧୀନତା ସଂଗ୍ରାମରେ ‘କୁକୁର’ ମଧ୍ୟ ମରିନାହାଁନ୍ତି। ଆମେ ଦେଶକୁ ସ୍ବାଧୀନତା ଦେଇଛୁ ଏବଂ ଇନ୍ଦିରା ଓ ରାଜୀବ ଗାନ୍ଧୀ ଦେଶର ଏକତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, କିନ୍ତୁ ତୁମେ କ’ଣ କରିଛ ବୋଲି ଖାର୍ଗେ ଭାଜପାକୁ କହିଥିଲେ। ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀତିଶଙ୍କ ଉପରକୁ ପିଆଜ ମାଡ ଘଟଣାକୁ ନିନ୍ଦା କଲେ ତେଜସ୍ବୀ

ପାଟନା,୪।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଏବେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଚାଲିଛି। ମଙ୍ଗଳବାର...

ସକ୍ରିୟ ମାମଲା ୫ ହଜାର ତଳେ…

ନୂଆଦିଲ୍ଲୀ, ୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର...

ଦେଶରୁ ଶେଷ ହେଉଛି ବଂଶବାଦ ରାଜନୀତି: ମୋଦି

ପୁଡୁଚେରୀ,୨୫।୨: ଦେଶରୁ କଂଗ୍ରେସର ସାମନ୍ତବାଦୀ, ବଂଶବାଦ ତଥା ସଂରକ୍ଷଣ ରାଜନୀତି ଶେଷ ହେବାରେ ଲାଗିଛି। ସମ୍ପ୍ରତି ଇତିହାସରେ ପ୍ରଥମଥର ପାଇଁ ଲୋକ ସଭାରେ କଂଗ୍ରେସ ସଦସ୍ୟଙ୍କ...

ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ମାୟାବତୀ

ମେରଠ,୫।୬: ଉତ୍ତର ପ୍ରଦେଶରେ ଏସ୍‌ପି-ବିଏସ୍‌ପି ଦୀର୍ଘ ବର୍ଷର ଶତ୍ରୁତାକୁ ଭୁଲି ଗତ ଲୋକ ସଭା ନିର୍ବାଚନରେ ଏକାଠି ହୋଇଥିଲେ। ଚଳିତବର୍ଷ ଜାନୁୟାରୀରେ ହିଁ ଦୁଇ ଦଳର...

ପାକ୍‌ ଉଚ୍ଚାୟୁକ୍ତଙ୍କୁ ସମନ

ନୂଆଦିଲ୍ଲୀ,୧୮ା୧(ଆଇଏଏନ୍‌ଏସ୍‌): ପାକିସ୍ତାନର ୩ ହିନ୍ଦୁ ଝିଅଙ୍କୁ ଅପହରଣ ମାମଲାରେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସମନ୍‌ ଜାରି କରାଯାଇଛି। ସିନ୍ଧ୍‌...

ସମୟ ପୂର୍ବରୁ ଅପରାଧୀଙ୍କୁ ଖଲାସ କରିବା ସରକାରଙ୍କ କାମ: ସୁପ୍ରିମ୍‌ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତଙ୍କ ମୁକ୍ତି ନେଇ…

ନୂଆଦିଲ୍ଲୀ,୨୪।୧ : ଅପରାଧୀଙ୍କୁ ସମୟ ପୂର୍ବରୁ ଖଲାସ କରିବା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି, ଜଣେ ଦୋଷୀଙ୍କୁ ସମୟ ପୂର୍ବରୁ...

ଏମ୍‌ପିଙ୍କର ହେବ କୋଭିଡ୍‌ ପରୀକ୍ଷା

ନୂଆଦିଲ୍ଲୀ, ୨୯।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଅନୂ୍ୟନ ୭୨ ଘଣ୍ଟା ପୂର୍ବରୁ ଏମ୍‌ପିମାନେ ନିଜର କୋଭିଡ୍‌ ପରୀକ୍ଷା କରାଇନେବାକୁ ସେମାନଙ୍କୁ ଅନୁରୋଧ କରାଯିବ...

ବଞ୍ଚିବା ପାଇଁ ବିକି ଦେଉଛନ୍ତି

କାବୁଲ, ୧୪ା୯: ପୂର୍ବ କଷ୍ଟୋପାର୍ଜିତ ଅର୍ଥ ବ୍ୟାଙ୍କରେ ପଡ଼ିଛି। ତାଲିବାନ୍‌ ମୁହଁକୁ ଦେଖି ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ଆଫଗାନିସ୍ତାନକୁ ପାଣ୍ଠି ଦେବାକୁ ମନା କରିଦେବା ପରେ ଲୋକଙ୍କ...

Advertisement
Archives

Model This Week