Home

ନାସାର ମୁଖ୍ୟ ପ୍ରଯୁକ୍ତିବିତ୍‌ ହେଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,୧୧ା୧: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡମିନିଷ୍ଟ୍ରେଶନ (ନାସା) ଭାରତୀୟ-ଆମେରିକୀୟ ଏ.ସି. ଚରଣିଆଙ୍କୁ ଏହାର ମୁଖ୍ୟ ପ୍ରଯୁକ୍ତିବିତ୍‌ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ମହାକାଶ ସଂସ୍ଥାର ପ୍ରଶାସକ ବିଲ୍‌ ନେଲ୍‌ସନଙ୍କୁ ବୈଷୟିକ ନୀତି ଓ କାର୍ଯ୍ୟକ୍ରମ ଉପରେ ପରାମର୍ଶ ଦେବେ।…

ଶେହଲାଙ୍କ ନାଁରେ ମାମଲା ଲାଗି ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମତି

ନୂଆଦିଲ୍ଲୀ,୧୧ା୧(ପି.ଟି.): ଭାରତୀୟ ସେନା ବିରୋଧରେ ଟୁଇଟ୍‌ କରିଥିବା ଜେଏନ୍‌ୟୁ ଛାତ୍ର ସଂଗଠନର ପୂର୍ବତନ ଉପ ସଭାନେତ୍ରୀ ଶେହଲା ରଶିଦଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଇନଜୀବୀ ଅଲଖ…

ଇଣ୍ଡୋନେସିଆ ଭୂକମ୍ପ: ବହୁ ଘର କ୍ଷତିଗ୍ରସ୍ତ

ଜାକର୍ତ୍ତା,୧୧ା୧: ପୂର୍ବ ଇଣ୍ଡୋନେସିଆ ଅନ୍ତର୍ଗତ ସମୁଦ୍ର ଗର୍ଭରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୬ ଥିଲା। ଭୂକମ୍ପ ଯୋଗୁ ପୂର୍ବ ଇଣ୍ଡୋନେସିଆ ଅନ୍ତର୍ଗତ ଦ୍ୱୀପପୁଞ୍ଜର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।…

୪,୨୭୬ କୋଟି ଟଙ୍କାର ମିଶାଇଲ୍‌, ଏୟାର ଡିଫେନ୍ସ ଅସ୍ତ୍ର କିଣାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୧(ପି.ଟି.): ହେଲିକପ୍ଟରରୁ ନିକ୍ଷେପ କରାଯାଇପାରୁଥିବା ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ୍‌ ମିଶାଇଲ, ଏୟାର ଡିଫେନ୍ସ ଅସ୍ତ୍ର ସମେତ ୪,୨୭୬ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଡିଫେନ୍ସ ଆକ୍ୟୁଜିଶନ କାଉନ୍‌ସିଲ୍‌ (ଡିଏସି) ମଞ୍ଜୁରୀ ପ୍ରଦାନ କରିଛି। ସ୍ଥଳସେନା ଓ ନୌସେନା ପକ୍ଷରୁ ଏହି…

ରାଜ୍ୟପାଳଙ୍କୁ ନେଇ ପୋଷ୍ଟର ଯୁଦ୍ଧ

ଚେନ୍ନାଇ,୧୧ା୧: ତାମିଲନାଡୁ ବିଧାନସଭାରେ ଅଭିଭାଷଣକୁ ନେଇ ଶାସକ ଦଳ ଡିଏମ୍‌କେ ଏବଂ ରାଜ୍ୟପାଳ ଆର୍‌.ଏନ୍‌. ରବିଙ୍କ ମଧ୍ୟରେ ବିବାଦର ଦିନକ ପରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ‘ରବି ବାହାରିଯାଅ’ ପୋଷ୍ଟର ଲଗାଯାଇଛି। ଉକ୍ତ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଫଟୋ ରହିଛି।…

ଇମ୍ରାନ ଖାନ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା

ଇସ୍‌ଲାମାବାଦ,୧୧ା୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବଂ ତାଙ୍କ ଦଳର ୪ ଜଣ ଶୀର୍ଷ ନେତାଙ୍କ ବିରୋଧରେ ସେଠାର ନିର୍ବାଚନ କମିଶନ ମଙ୍ଗଳବାର ଜାମିନଯୋଗ୍ୟ ଗିରଫ ପରଓ୍ବାନା ଜାରି କରିଛନ୍ତି। ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ର ଏହି ନେତାମାନେ ପାକିସ୍ତାନ ନିବାଚନ କମିଶନ…

ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅଙ୍କୁ ୫ ବର୍ଷ ଜେଲ

ତେହେରାନ,୧୧ା୧: ଇରାନର ପୂର୍ବତନ ରାଷ୍ଟ୍ରପତି ଆକବର ହାସେମି ରଫ୍‌ସାନ୍‌ଜାନିଙ୍କ ଝିଅ ଫାଏଜେ ହାସେମିଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଛି। ତେବେ କେଉଁ ଅପରାଧରେ ତାଙ୍କୁ ଦଣ୍ଡିତ କରାଯାଇଛି, ତାହା ଜଣାପଡ଼ିନାହିଁ। ତାଙ୍କ ବିରୋଧରେ ସରକାର ବିରୋଧୀ ପ୍ରଚାର ଅଭିଯୋଗ ଅଣାଯାଇଥିବା ତେହରାନର…

ହାଇକୋର୍ଟ ବିଚାରପତି ଲାଗି ୯ ଜଣଙ୍କ ନାଁ ସୁପାରିସ

ନୂଆଦିଲ୍ଲୀ,୧୧ା୧: ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ୯ ଜଣଙ୍କ ନାଁ ସୁପାରିସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ନ୍ୟାୟିକ ଅଧିକାରୀ ଥିବାବେଳେ ୨ ଜଣ ଆଇନଜୀବୀ।…

ବର୍ଷକୁ ୨.୫ ଇଞ୍ଚ ଦବୁଛି ଜୋଷୀମଠ

ନୂଆଦିଲ୍ଲୀ,୧୧ା୧: ଜୋଷୀମଠ ଓ ଏହାର ଆଖପାଖ ଅଞ୍ଚଳର ଭୂମି ପ୍ରତି ବର୍ଷ ୬.୫ ସେଣ୍ଟିମିଟର ବା ୨.୫ ଇଞ୍ଚ ଦବୁଥିବା ବିଶେଷଜ୍ଞମାନେ କହିଛନ୍ତି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ରିମୋଟ ସେନ୍ସିଂ ପକ୍ଷରୁ ହୋଇଥିବା ୨ ବର୍ଷର ଅଧ୍ୟୟନରୁ ଏହା ଜଣାପଡ଼ିଛି। ଡେରାଡୁନ୍‌ର…

ରାଜୌରୀ ଆକ୍ରମଣ ଘଟଣାରେ ୫୦ ଅଟକ

ଜମ୍ମୁ,୧୧ା୧: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଜାନୁୟାରୀ ୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ରାଜ୍ୟ ପୋଲିସ ୫୦ ଜଣଙ୍କୁ ଅଟକ ରଖି ଜେରା କରୁଛିି। ରାଜୌରୀର ଧାଙ୍ଗ୍ରି ଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ…

ବାଇଡେନ୍‌ଙ୍କ ଘରୋଇ ଅଫିସ୍‌ରେ ଗୋଇନ୍ଦା ଦସ୍ତାବିଜ୍‌

ଓ୍ବାଶିଂଟନ,୧୧ା୧: ଜୋ ବାଇଡେନ୍‌ ଆମେରିକାର ଉପରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଘରୋଇ କାର୍ଯ୍ୟାଳୟରୁ ଅନେକ ଗୋଇନ୍ଦା ଦସ୍ତାବିଜ୍‌ ମିଳିଛି। ସେଥିରେ ୟୁକ୍ରେନ୍‌, ଇରାନ ଏବଂ ବ୍ରିଟେନ୍‌ର ଗୋପନ ତଥ୍ୟ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଗତବର୍ଷ ବାଇଡେନ୍‌ଙ୍କ ଘରୋଇ କାର୍ଯ୍ୟାଳୟରୁ ୧୦ଟି…

ମାଡ଼ିିଲାଣି ମାନ୍ଦାବସ୍ଥା

ଓ୍ବାଶିଂଟନ,୧୧ା୧: ୨୦୨୩ ବିଶ୍ୱ ଅର୍ଥନୀତି ପାଇଁ ଏକ ବିପଜ୍ଜନକ ବର୍ଷ ହେବାକୁ ଯାଉଛି। କାରଣ ଯେଉଁ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା କରୁଥିଲେ ତାହା ଆସିସାରିଛି। ଆମେରିକା, ୟୁରୋପ ଓ ଚାଇନା ଭଳି ବୃହତ୍‌ ଅର୍ଥନୀତିରେ ଦୁର୍ବଳ ଅଭିବୃଦ୍ଧି ଯୋଗୁ ବୈଶ୍ୱିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri