‘ଶିଳ୍ପ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆମ ଲକ୍ଷ୍ୟ’

ଭୁବନେଶ୍ୱର,୮।୨: ଦେଶର ପ୍ରମୁଖ ଆଲୁମିନିୟମ ଶିଳ୍ପ ସଂଘ ‘ଆଲୁମିନିୟମ ଆସୋସିଏସନ ଅଫ୍‌ ଇଣ୍ଡିଆ ଓ ବେଦାନ୍ତ ଆଲୁମିନିୟମର ମିଳିତ ସହଯୋଗରେ ଏକ ୨ଦିନିଆ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ-୨୦୨୩ (ଆଇଏସି-୨୩)ର ପ୍ରଥମ ସଂସ୍କରଣ ଝାରସୁଗୁଡ଼ାଠାରେ ହେବାକୁ ଯାଉଛି। ବିଶେଷକରି ମେକିଂ ଇଣ୍ଡିଆକୁ ଆଲୁମିନିୟମ କ୍ୟାପିଟାଲ ଅଫ୍‌ ୱାର୍ଲଡରେ ପରିଣତ କରିବା ଲକ୍ଷ୍ୟରେ ଏଭଳି ଏକ ଜାତୀୟସ୍ତରର ସମ୍ମିଳନୀ ଚଳିତ ବର୍ଷ ଫେବୃୟାରୀ ୯ ଓ ୧୦ରେ ବେଦାନ୍ତ ଆଲୁମିନିୟମ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ସେହିଭଳି ଉକ୍ତ ସମ୍ମିଳନୀରେ ଧାରଣା ଓ ସର୍ବୋତ୍ତମ ଅଭ୍ୟାସ ଆଦାନ ପ୍ରଦାନ କ୍ଷେତ୍ରରେ ନୂଆ ଉଦ୍ଭାବନ ଓ ବିକାଶ ପ୍ରଦର୍ଶନ ସହ ଶିଳ୍ପ କ୍ଷେତ୍ରରେ ସ୍ଥିରତାକୁ ପ୍ରୋତ୍ସାହନ ପାଇଁ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରିବ। ଏଠାରେ ପ୍ରାଥମିକ ଧାତୁ ଉପତ୍ାଦକ, ଯନ୍ତ୍ରପାତି ଯୋଗାଣକାରୀ, ଉପତ୍ାଦ ବିକାଶ ଦଳ, ଶିକ୍ଷାନୁଷ୍ଠାନ, ଅନୁସନ୍ଧାନ କେନ୍ଦ୍ର ଓ ବିଶିଷ୍ଟ ଆନ୍ତର୍ଜାତିକ ବିଶେଷଜ୍ଞ ସମେତ ବିଭିନ୍ନ ଅଂଶଗ୍ରହଣକାରୀଙ୍କ ବୈଷୟିକ ଉପସ୍ଥାପନା ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଆଲୁମିନିୟମ ଆସୋସିଏସନ ଅଫ୍‌ ଇଣ୍ଡିଆର ସଭାପତି ତଥା ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ, ଶକ୍ତି ଓ ବନ୍ଦର ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଆମେ ଆଲୁମିନିୟମ ଶିଳ୍ପର ଅସୀମ ସମ୍ଭାବନାକୁ ବିଶ୍ୱାସକରୁ ଏବଂ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀର ପ୍ରଥମ ସଂସ୍କରଣ ଆୟୋଜନ କରି ବେଶ୍‌ ଗର୍ବିତ ଅନୁଭବ କରୁଛୁ। ଏପରିକି ଭାରତରେ ଆଲୁମିନିୟମର ବିପ୍ଳବ ପାଇଁ ଧାରଣା ସୃଷ୍ଟି କରାଇବା ଆଇଏସି-୨୦୨୩ ଆଲୁମିନିୟମ ଶିଳ୍ପ ଲାଗି ଏକତ୍ରିତ ହେବା ଓ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବା ଲାଗି ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri