ପିଏଫ୍‌ଏଲ୍‌ର ବ୍ୟବସାୟିକ ଅଭିବୃଦ୍ଧି ୨୬%

ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ତଥା ପତଞ୍ଜଳି ଗ୍ରୁପ୍‌ର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌ (ପିଏଫ୍‌ଏଲ୍‌) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ (ଅକ୍ଟୋବରରୁ ଡିସେମ୍ବର) ଅବଧିର ଶେଷ ସୁଦ୍ଧା କମ୍ପାନୀର ବ୍ୟବସାୟିକ ଅଭିବୃଦ୍ଧି ୨୬.୩୮% ହୋଇଥିବା ପିଏଫ୍‌ଏଲ୍‌ ପକ୍ଷରୁ କୁହାଯାଇଛି। ବିଶେଷକରି କମ୍ପାନୀ ୩ୟ ତ୍ରୈମାସ ମଧ୍ୟରେ ମୋଟ ୭୯୬୩.୭୫ କୋଟି ଟଙ୍କା ଆୟ କରିଥିବା ବେଳେ ଗତ ଆର୍ଥିକ ବର୍ଷର ସମାନ ଅବଧିରେ କମ୍ପାନୀର ଆୟ ୬୩୦୧.୧୯ କୋଟି ରହିଥିଲା। ଫଳରେ କମ୍ପାନୀ ଗତ ଆର୍ଥିକ ବର୍ଷର ସମାନ ଅବଧିର ଆୟ ତୁଳନାରେ ଚଳିତ ଆର୍ଥିକ ବର୍ଷର ଆୟରେ ୨୬.୩୮% ବୃଦ୍ଧି ଘଟାଇଛି। ସେହିଭଳି କମ୍ପାନୀର ଟିକସ ପରବର୍ତ୍ତୀ ଲାଭ (ପିଏଟି) ମଧ୍ୟ ଏକ ଦୃଢ଼ ଅଭିବୃଦ୍ଧି ସହ ୧୩୯.୭୩% ବୃଦ୍ଧି ପାଇଛି। ଏପରିକି ବର୍ଷକୁ ବର୍ଷ ଭିତ୍ତିରେ ପରିମାଣ ପ୍ରାୟ ୧୫% (୧୪.୯୬%) ବୃଦ୍ଧି ସହ ପଞ୍ଜୀକରଣ କରି ପ୍ରାୟ ୨୬୯.୧୮% ଆୟ କରିଥିବା ପିଏଫ୍‌ଏଲ୍‌ ପକ୍ଷରୁ ବିସ୍ତୃତ ମତ ପ୍ରକାଶ କରାଯାଇଛି। ଅପରପକ୍ଷରେ କମ୍ପାନୀ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ମୋଟ ଭାବରେ ୨୩,୮୫୮.୫୦ କୋଟି ଟଙ୍କାର ଆୟ କରିଛି। ଏପରିକି ଗତ ବର୍ଷ କମ୍ପାନୀ ମୋଟ ୬୨୩ (୬୨୨.୭୩) କୋଟି ଟଙ୍କାର ଆୟ କରିଥିବା ବେଳେ ଯଥାକ୍ରମେ ୩୫.୫୦% ଏବଂ ୮.୮୯% ରହିଥିଲା।
ଏ ସମ୍ପର୍କରେ ପିଏଫ୍‌ଏଲ୍‌ର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭାରତରେ କମ୍ପାନୀ ଏକ ପ୍ରକାର ବୃହତ୍‌ ମାର୍କେଟ ଲିଡର ହେବା ସହ ସର୍ବାଧିକ ଉତ୍ପାଦ ଯୋଗାଣକାରୀ ଏବଂ ଉତ୍ପାଦନକାରୀ ଭାବେ ବେଶ୍‌ ପରିଚିତ। ନିକଟରେ କମ୍ପାନୀ ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଏମ୍‌ଓୟୁ କରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଅନେକ ରାଜ୍ୟରେ କୃଷିର ବିକାଶ ଓ ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ପତଞ୍ଜଳି ଫୁଡ୍‌ ଲିମିଟେଡ୍‌ ପୂର୍ବରୁ ରୁଚି ସୋୟା ଇଣ୍ଡଷ୍ଟ୍ରିଜ୍‌ ଭାବେ ଜଣାଶୁଣା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

ଉନ୍ନତ ଡାଇଗ୍ନୋଷ୍ଟିକ୍‌ ସେବା ଯୋଗାଇବେ ନ୍ୟୁବର୍ଗ-ପ୍ରୋଲାଇଫ୍‌

ଭୁବନେଶ୍ୱର, ୨୪ା୯(ସନ୍ତୋଷ କୁମାର ବେହେରା): ଦେଶର ଅଗ୍ରଣୀ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ସମଗ୍ର ଓଡ଼ିଶାରେ ଉଚ୍ଚମାନର ସୁଲଭ ତଥା ଉନ୍ନତମାନର ଡାଇଗ୍ନୋଷ୍ଟିକ ସେବା ଉପଲବ୍ଧ କରାଇବା ପାଇଁ ଭୁବନେଶ୍ୱରସ୍ଥିତ…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?