Posted inଫୁରସତ

ଲକ୍ଷେ ଟଙ୍କାର ଖାଇବା ମଗାଇଲା ଶିଶୁ

ୱାଶିଂଟନ୍‌: ନିକଟରେ ଜଣେ ୬ ବର୍ଷୀୟ ବାଳକ ଏକ ଖାଦ୍ୟ ଡେଲିଭରି କମ୍ପାନୀରୁ ୧ ଲକ୍ଷ ଟଙ୍କାର ଖାଦ୍ୟ ଅର୍ଡର କରିଥିବା ଜଣାପଡ଼ିଛି। ଆମେରିକା ମିଚିଗାନ୍‌ରେ ରହୁଥିବା କିଥ୍‌ ଷ୍ଟୋନ୍‌ହାଉସ୍‌ ତାଙ୍କ ପୁଅର ଏପରି କାଣ୍ଡ ବିଷୟରେ ଫେସ୍‌ବୁକ୍‌ରେ ସୂଚନା ଦେଇଛନ୍ତି। ଗତ ଶନିବାର ରାତିରେ କିଥ୍‌ଙ୍କ ଘରର ଡୋର ବେଲ୍‌ ବାରମ୍ବାର ବାଜିବା ଏବଂ ଖାଦ୍ୟ ଅର୍ଡର ଆସିବା ପରେ ସେ ଏନେଇ ଜାଣିବାକୁ ପାଇଥିଲେ। ସେହିଦିନ ସାରେ କିଥ୍‌ଙ୍କ ସ୍ତ୍ରୀ ତାଙ୍କ ସାଙ୍ଗଙ୍କ ସହ ବାହାରକୁ ମୁଭି ଦେଖିବାକୁ ଯାଇଥିଲେ। ଘରେ କିଥ୍‌ ଏବଂ ତାଙ୍କ ୬ ବର୍ଷର ପୁଅ ଥିଲେ। କିଥ୍‌ ପୁଅକୁ ଖେଳିବାକୁ ତାଙ୍କ ଫୋନ ଦେଇଥିଲେ। ହେଲେ ପୁଅ ଖେଳ ଖେଳରେ ଖାଦ୍ୟ ଡେଲିଭରି କମ୍ପାନୀ ଗ୍ରୁବୁବ୍‌ରୁ ବହୁତସାରା ଖାଦ୍ୟ ଅର୍ଡର କରିଥିଲେ, ଯାହାର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା ହେବ। ଏହାର କିଛି ସମୟ ପରେ ତାଙ୍କ ଘର ଆଗରେ ଅନେକ ଗାଡ଼ି ଏବଂ ଡୋରବେଲ୍‌ ବାଜିବାକୁ ଲାଗିଥିଲା। ଡୋର ଖୋଲିବା ବେଳକୁ ଅନେକଗୁଡ଼ିଏ ଖାଦ୍ୟ ପୁଡ଼ିଆ ଆସିଥିବା ଦେଖିବାକୁ ପାଇଥିଲେ। କିଥ୍‌ ପୁଅଙ୍କୁ ଏ ବିଷୟରେ ପଚାରିବାରୁ ସତ ଘଟଣା ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri