Posted inଫୁରସତ

ସବୁଠୁ ବୟସ୍କ ମହିଳା କମେଡିଆନ୍‌ ଡିୟାନ୍‌

ୱାଶିଂଟନ୍‌: ବହୁତ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ଆନନ୍ଦ ଅନୁଭବ କରିଥାଆନ୍ତି। ସେମାନଙ୍କ ମଧ୍ୟରୁ ଅନେକ କମେଡ଼ିଆନ୍‌ ଅଛନ୍ତି, ଯେଉଁମାନଙ୍କ ମଜାଳିଆ କଥାରେ ଲୋକେ ହସି ହସି ବେଦମ୍‌ ହୋଇଯାଆନ୍ତି। ଆମେରିକାର ଜଣେ ମହିଳା କମେଡ଼ିଆନ୍‌ ଡିୟାନ୍‌ ଫରେଷ୍ଟ, ଯିଏ ପ୍ରମାଣିତ କରିଛନ୍ତି କି ବୟସ ହେଉଛି ଏକ ନମ୍ବର। ବାକି ମଣିଷ ବଞ୍ଚତ୍ବାକୁ ଖୁସି ରହିବା ନିତାନ୍ତ ଆବଶ୍ୟକ। ତାଙ୍କୁ ବର୍ତ୍ତମାନ ୮୮ ବର୍ଷ ହୋଇଥିଲେ ବି ତାଙ୍କ ମୁହଁରେ ସବୁବେଳେ ହସ ଦେଖିବାକୁ ମିଳିଥାଏ। ଜୀବନର ପ୍ରତିଟି ମୁହୂର୍ତ୍ତରେ ନିଜ କମେଡ଼ିରେ ଲୋକଙ୍କୁ ହସାଇବା ସହ ନିଜକୁ ମଧ୍ୟ ଖୁସି ରଖିଥା’ନ୍ତି। ଡିୱାନ୍‌ ଫରେଷ୍ଟ ସବୁଠାରୁ ପୁରୁଣା ମହିଳା କମେଡ଼ିଆନ୍‌ ବୋଲି ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡ ତା’ ଟୁଇଟର ମାଧ୍ୟମରେ ସୂଚନା ଦେଇଛି। ସେ ୩୧ ଜୁଲାଇ ୧୯୩୪ରେ ବୋଷ୍ଟନ ସହରରେ ଜନ୍ମଗ୍ରହଣ କରିଥିଲେ। ସେ ୨୦ ବର୍ଷ ବୟସରୁ ଲୋକଙ୍କୁ ହସାଇ ଆସୁଛନ୍ତି। ଡିୱାନ୍‌ ଜଣେ କମେଡିଆନ୍‌ ସହ ସଙ୍ଗୀତଜ୍ଞ, ମ୍ୟୁଜିସିଆନ୍‌ ଏବଂ ମଜାଳିଆ ମଣିଷ ମଧ୍ୟ। ତାଙ୍କୁ ଏକାଧିକ ବାଦ୍ୟଯନ୍ତ୍ର ବଜାଇବା ଜଣାଥିଲା। ସେ ଏକସଙ୍ଗେ ଇଂଲିଶ୍‌ ଏବଂ ଫ୍ରେଞ୍ଚ ଭାଷାରେ କମେଡ଼ି କରୁଥିଲେ। ସେ ନିକଟରେ ଏକ ଶୋ’ରେ ତାଙ୍କ କମେଡି ଜୀବନ ଆରମ୍ଭ ବିଷୟରେ କହିଛନ୍ତି। କମେଡ଼ି ପୂର୍ବରୁ ସେ ପିଆନୋ ବଜାଇବା ସହ ଫ୍ରେଞ୍ଚରେ ଗୀତ ଗାଉଥିଲେ। ପରେ ଲୋକଙ୍କୁ ତାଙ୍କ ସଙ୍ଗୀତ ଆକୃଷ୍ଟ କରି ନ ଥିଲା। ଫଳରେ ତାଙ୍କ ଉପରେ ଲୋକେ ହସିବା ଆରମ୍ଭ କଲେ। ତା’ପରେ ସେ କମେଡ଼ି କରିବା ଆରମ୍ଭ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଥିବା ଗାଈକୁ ଖୋଜିବାକୁ ଟୁଇଟର୍‌ରେ ସାହାଯ୍ୟ ମାଗିଲା ପୋଲିସ

ଚୋର ପୋଲିସର ଖେଳ କଥା ସମସ୍ତଙ୍କୁ ଜଣା। ହେଲେ ଏବେ ଦକ୍ଷିଣ ଫ୍ଲୋରିଡାରେ ଗୋଟିଏ ଗାଈକୁ ଧରିବାକୁ ପୋଲିସ ନାକେଦମ ହୋଇଥିବା ଜଣାପଡିଛି। ଗାଈଟି ହଜିଯାଇଥିବା...

ଖରାରେ ଶୋଇଥିଲା ହାତୀଛୁଆ, ଅଧିକାରୀ କଲେ ଏମିତି କାମ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଗୁଡିକ ମଧ୍ୟରୁ ସବୁଠୁ ସୁନ୍ଦର ହେଉଛି ପଶୁପକ୍ଷୀଙ୍କ ଭିଡିଓ। ଯେଉଁଥିରେ ଏମାନେ ସୁନ୍ଦର କାର୍ଯ୍ୟ କରି ଦର୍ଶକଙ୍କ ମନ ଜିଣିଥାନ୍ତି।...

ନ୍ୟୁଟନଙ୍କ ଚତୁର୍ଥ ନିୟମ କହିଲେ କୁନି ଛାତ୍ର

ସମଗ୍ର ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି। ଅଫିସ ଏବଂ ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍‌ ମୋଡକୁ ଫେରି ଆସୁଛନ୍ତି। ଏହି ସମୟରେ ଜଣେ ଶିଶୁ ନ୍ୟୁଟନଙ୍କ ଚତୁର୍ଥ...

ଗୋଟିଏ ଶୁଖିଲା ପତ୍ର ଭାବି ଦ୍ୱନ୍ଦ୍ୱରେ ପଡିଗଲେ ଲୋକେ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ,ଯାହା ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରେ। ନିକଟରେ ସେମିତି ଏକ ଭିଡିଓ...

ମୂଳାର ଉପକାରିତା

ମୂଳା ଖାଇବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳେ। କାରଣ ଏଥିରେ ଭରି ରହିଥାଏ ଭିଟାମିନ୍‌ ସି ସମେତ ଅନେକ ଉପକାରୀ ପୋଷଣ ତତ୍ତ୍ୱ; ଯଦ୍ଦ୍ବାରା...

ମଣିଷଙ୍କ ପରି ବେଲୁନ୍‌ ଖେଳୁଛନ୍ତି କୁକୁର, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କର କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଅନେକ ଭିଡିଓ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ସେମିତି...

କଦଳୀର ଦାମ୍‌ ୮୫ଲକ୍ଷ ଟଙ୍କା

ଟଙ୍କାଏ କି ଦୁଇ ଟଙ୍କା ନୁହେଁ ବରଂ ୮୫ଲକ୍ଷ ଟଙ୍କାର କଦଳୀ ଖାଇ ଏବେ ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ଆଉ ଏହାକୁ ଖାଇବା ପରେ...

ଯିବାକୁ ପଡ଼ିବନି ଜିମ୍‌, ଯାହାକୁ ପିନ୍ଧିଲେ ଫିଟ୍‌ ରହିବ ବଡି

ସୁନ୍ଦର ଆଉ ଫିଟ୍‌ ଦେଖାଯିବାକୁ କିଏ ବା ନ ଚାହେଁ। ଏଥିପାଇଁ ତ ଲୋକେ ଜିମ୍‌ ଯାଇଥାନ୍ତି। କିଛି ଲୋକ ଖାଇବା ପିଇବା ପ୍ରତି ବିଶେଷ...

Advertisement
Archives

Model This Week