Posted inଫୁରସତ

ସବୁଠୁ ବୟସ୍କ ମହିଳା କମେଡିଆନ୍‌ ଡିୟାନ୍‌

ୱାଶିଂଟନ୍‌: ବହୁତ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ଆନନ୍ଦ ଅନୁଭବ କରିଥାଆନ୍ତି। ସେମାନଙ୍କ ମଧ୍ୟରୁ ଅନେକ କମେଡ଼ିଆନ୍‌ ଅଛନ୍ତି, ଯେଉଁମାନଙ୍କ ମଜାଳିଆ କଥାରେ ଲୋକେ ହସି ହସି ବେଦମ୍‌ ହୋଇଯାଆନ୍ତି। ଆମେରିକାର ଜଣେ ମହିଳା କମେଡ଼ିଆନ୍‌ ଡିୟାନ୍‌ ଫରେଷ୍ଟ, ଯିଏ ପ୍ରମାଣିତ କରିଛନ୍ତି କି ବୟସ ହେଉଛି ଏକ ନମ୍ବର। ବାକି ମଣିଷ ବଞ୍ଚତ୍ବାକୁ ଖୁସି ରହିବା ନିତାନ୍ତ ଆବଶ୍ୟକ। ତାଙ୍କୁ ବର୍ତ୍ତମାନ ୮୮ ବର୍ଷ ହୋଇଥିଲେ ବି ତାଙ୍କ ମୁହଁରେ ସବୁବେଳେ ହସ ଦେଖିବାକୁ ମିଳିଥାଏ। ଜୀବନର ପ୍ରତିଟି ମୁହୂର୍ତ୍ତରେ ନିଜ କମେଡ଼ିରେ ଲୋକଙ୍କୁ ହସାଇବା ସହ ନିଜକୁ ମଧ୍ୟ ଖୁସି ରଖିଥା’ନ୍ତି। ଡିୱାନ୍‌ ଫରେଷ୍ଟ ସବୁଠାରୁ ପୁରୁଣା ମହିଳା କମେଡ଼ିଆନ୍‌ ବୋଲି ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡ ତା’ ଟୁଇଟର ମାଧ୍ୟମରେ ସୂଚନା ଦେଇଛି। ସେ ୩୧ ଜୁଲାଇ ୧୯୩୪ରେ ବୋଷ୍ଟନ ସହରରେ ଜନ୍ମଗ୍ରହଣ କରିଥିଲେ। ସେ ୨୦ ବର୍ଷ ବୟସରୁ ଲୋକଙ୍କୁ ହସାଇ ଆସୁଛନ୍ତି। ଡିୱାନ୍‌ ଜଣେ କମେଡିଆନ୍‌ ସହ ସଙ୍ଗୀତଜ୍ଞ, ମ୍ୟୁଜିସିଆନ୍‌ ଏବଂ ମଜାଳିଆ ମଣିଷ ମଧ୍ୟ। ତାଙ୍କୁ ଏକାଧିକ ବାଦ୍ୟଯନ୍ତ୍ର ବଜାଇବା ଜଣାଥିଲା। ସେ ଏକସଙ୍ଗେ ଇଂଲିଶ୍‌ ଏବଂ ଫ୍ରେଞ୍ଚ ଭାଷାରେ କମେଡ଼ି କରୁଥିଲେ। ସେ ନିକଟରେ ଏକ ଶୋ’ରେ ତାଙ୍କ କମେଡି ଜୀବନ ଆରମ୍ଭ ବିଷୟରେ କହିଛନ୍ତି। କମେଡ଼ି ପୂର୍ବରୁ ସେ ପିଆନୋ ବଜାଇବା ସହ ଫ୍ରେଞ୍ଚରେ ଗୀତ ଗାଉଥିଲେ। ପରେ ଲୋକଙ୍କୁ ତାଙ୍କ ସଙ୍ଗୀତ ଆକୃଷ୍ଟ କରି ନ ଥିଲା। ଫଳରେ ତାଙ୍କ ଉପରେ ଲୋକେ ହସିବା ଆରମ୍ଭ କଲେ। ତା’ପରେ ସେ କମେଡ଼ି କରିବା ଆରମ୍ଭ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri