ବଜାରରେ ରେନୋର ଅପ୍‌ଗ୍ରେଡ୍‌ ରେଞ୍ଜ

ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ଏହାର କାଇଗର, ଟ୍ରାଇବର, କ୍ୱିଡ୍‌ ଭଳି ରେଞ୍ଜ ଯାନକୁ ସମ୍ପୂର୍ଣ୍ଣ ଅପ୍‌ଗ୍ରେଡ୍‌ କରାଯାଇଛି। ଏପରିକି ପରିବେଶ ଉପଯୋଗୀ ଯାନ ନିର୍ମାଣ ପ୍ରତି ରହିଥିବା ପ୍ରତିବଦ୍ଧତା ଆଧାରରେ କମ୍ପାନୀ ନୂଆ ବିଏସ୍‌-୬ ଷ୍ଟେପ୍‌ ୨ ନିର୍ଗମନ ନିୟମ୍‌ର ପାଳନ କରିଛି। ବିଶେଷକରି ନୂଆ ଶୃଙ୍ଖଳାର ଯାନଗୁଡ଼ିକରେ ଗ୍ରାହକ ବର୍ଦ୍ଧିତ ସୁରକ୍ଷା ଫିଚର ଲାଭ କରିପାରିବେ। ଉପରୋକ୍ତ ଯାନଗୁଡ଼ିକରେ ସେଲ୍ପ ଡାଇଗ୍ନୋଷ୍ଟିକ୍‌ ଡିଭାଇସ୍‌ ସ୍ଥାନିତ କରାଯାଇଛି। ଗାଡ଼ି ଚାଲୁଥିବା ସମୟରେ ଏହାଦ୍ୱାରା ଯାନର ନିର୍ଗମନ ସ୍ତରକୁ ନିରନ୍ତର ଭାବେ ଯାଞ୍ଚ କରାଯାଇପାରିବ। ଏହାଦ୍ୱାରା ଯାନରେ କାଟାଲିଟିକ କନ୍‌ଭର୍ଟର ଏବଂ ଅକ୍ସିଜେନ୍‌ ସେନ୍‌ସର ମଧ୍ୟ ସ୍ଥାନିତ ରହିଛି। ଏ ସମ୍ପର୍କରେ ରେନୋ ଇଣ୍ଡିଆର କଣ୍ଟ୍ରି ସିଇଓ ଓ ଏମ୍‌ଡି ଭେଙ୍କଟରାମ ମାମିଲାପାଲେ କହିଛନ୍ତି, ଏକ ସ୍ବଚ୍ଛ ଏବଂ ସବୁଜ ପରିବେଶ ଦିଗରେ କେନ୍ଦ୍ର ସରକାରଙ୍କ ରହିଥିବା ଲକ୍ଷ୍ୟ ଦିଗରେ ଆମେ ବର୍ତ୍ତମାନ କାର୍ଯ୍ୟ କରୁଛି। ସେହିଭଳି ବିଏସ୍‌୬ ଷ୍ଟେପ୍‌ ୨ ଅନୁପାଳନ କରୁଥିବା ପେଟ୍ରୋଲ ଇଞ୍ଜିନ୍‌ ଆମେ ସବୁ ରେଞ୍ଜରେ ଯୋଡ଼ିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀଙ୍କୁ କାଟିଲେ ଆଦାନୀ, ଜୁକରବର୍ଗ ପଡ଼ିଲେ ପଛରେ

ନୂଆଦିଲ୍ଲୀ,୪।୨: ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ। ଏବେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି ସେ। ଫୋର୍ବସ ରିୟଲ୍‌ ଟାଇମ୍‌ ବିଲେନିୟର୍ସ ରିପୋର୍ଟ ତାଲିକାରେ ଗୌତମ...

୯ ପ୍ରମୁଖ ସହରରେ ବିକ୍ରି ହୋଇନି ୪ ଲକ୍ଷ ଶସ୍ତା ଫ୍ଲାଟ୍‌

ନୂଆଦିଲ୍ଲୀ,୧୯-୮: ଶସ୍ତା ଘର ଚାହିଦା ବୃଦ୍ଧି ପାଇବା ସତ୍ତ୍ୱେ ଦେଶର ୯ ସହରରେ ୪.୧୨ ଲକ୍ଷ ଏଭଳି ଆପାର୍ଟମେଣ୍ଟ ଅଥବା ଫ୍ଲାଟ୍‌ ବିକ୍ରି ହୋଇପାରିନାହିଁ। ଏହି...

କର୍ନିଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୯।୧୨:କର୍ନିଙ୍ଗ୍‌ ଇନ୍‌କର୍ପୋରେଟେଡ୍‌ ପକ୍ଷରୁ ନିକଟରେ ନୂତନ ଉତ୍ପାଦର ଉନ୍ମୋଚନ କରାଯାଇଛି। ବିଶେଷକରି ଏହାର ନୂତନ କାଚ ଉଦ୍ଭାବନ, କର୍ନିଙ୍ଗ୍‌ ଗରିଲା ଗ୍ଲାସ୍‌ ଭିକ୍ଟସ-୨ର ବଜାର ପ୍ରବେଶ...

କରୋନା ପ୍ରଭାବ: ମାସ୍କ୍‌, ସାନିଟାଇଜର ଦାମରେ ୧୦ଗୁଣା ବୃଦ୍ଧି

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ପାଇଁ ମାସ୍କ ପିନ୍ଧିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ଏହା...

ବିଶେଷଜ୍ଞଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି;ଅର୍ଥ ବ୍ୟବସ୍ଥା ପାଇଁ ମାନସ ମନ୍ଥନ

ନୂଆଦିଲ୍ଲୀ,୧୦-୧: ଆଗାମୀ ୨୦୨୪-୨୫ ସୁଦ୍ଧା ଦେଶର ଅର୍ଥବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ଲାଗି ସରକାର ଯୋଜନା ଧାର୍ଯ୍ୟ କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ଏହି...

ଖୋଲିଲା ଜିଓ-ବିପିର ପ୍ରଥମ ପେଟ୍ରୋଲ ପମ୍ପ, ଗ୍ରାହକଙ୍କୁ ମିଳିବ ଏଭଳି ସୁବିଧା

ମୁମ୍ବାଇ,୨୬।୧୦: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଶକ୍ତି କ୍ଷେତ୍ରରେ ଅଭିଜ୍ଞ ‘ବିପି’ ପ୍ରଥମ ପେଟ୍ରୋଲ ପମ୍ପ ଖୋଲିଛନ୍ତିି। ଏହି ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ...

ଏସ୍‌ବିଆଇ ଋଣ ହେଲା ମହଙ୍ଗା, ଜାଣନ୍ତୁ କେତେ ବଢ଼ିବ ଇଏମ୍‌ଆଇ

ନୂଆଦିଲ୍ଲୀ,୧୫।୨: ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଋଣକୁ ମହଙ୍ଗା କରିଛି। ଆର୍‌ବିଆଇ ଦ୍ୱାରା ରେପୋ ରେଟ୍‌ ବୃଦ୍ଧି କରାଯିବା ପରେ...

ମୋରାଟୋରିୟମ ୨ ବର୍ଷ ଯାଏ ବଢିପାରିବ; ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨।୯: କରୋନା ପାଇଁ ଋଣ କିସ୍ତି ପଇଠ କରିବାରେ ସମସ୍ୟା ଉପୁଜୁଛି। ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଥିବା ବେଳେ ଶୀଘ୍ର ସ୍ଥିତି ଟ୍ରାକ୍‌କୁ ଫେରିବା...

Advertisement
Archives

Model This Week