Home

ନୀତୀଶ କୁମାର ହେବେ ‘ଇଣ୍ଡିଆ’ର ସଂଯୋଜକ

ନୂଆଦିଲ୍ଲୀ,୧୯।୭: ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ର ପରବର୍ତ୍ତୀ ବୈଠକରେ ନୀତୀଶ କୁମାରଙ୍କୁ ସଂଯୋଜକ ଭାବେ ଘୋଷଣା କରାଯାଇପାରେ। ସୂତ୍ରରୁ ପ୍ରକାଶ ଯେ ନୀତୀଶଙ୍କୁ ସଂଯୋଜକ କରିବା ନେଇ ନିଷ୍ପତ୍ତି ହୋଇଛି। ମୁମ୍ବାଇରେ ଏହାର ଘୋଷଣା କରାଯିବ। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ଭାରତ-ପାକିସ୍ତାନ ମହାମୁକାବିଲା ଆଜି: ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍‌…

କଲମ୍ବୋ,୧୯।୭: ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ପାଇବେ କ୍ରିକେଟ ପ୍ରଶଂସକ। ଏସିସି ମେନ୍ସ ଏମର୍ଜିଂ ଟିମ୍ସ ଏସିଆ କପ୍‌ ୨୦୨୩ ଟୁର୍ନାମେଣ୍ଟରେ ବୁଧବାର ଏହି ମ୍ୟାଚ୍‌ ଭାରତ ଏବଂ ପାକିସ୍ତାନ ‘ଏ’ ଟିମ୍‌ ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟରେ ଭାରତ ‘ଏ’…

ବିଷାକ୍ତ ମିଲ୍କସେକ୍‌ ପିଇ ଦୁଇ ଶିଶୁ ମୃତ୍ୟୁ

ଇସଲାମବାଦ,୧୯।୭: ପାକିସ୍ତାନ ପଞ୍ଜାବର ସାହିୱାଲରେ ବିଷାକ୍ତ ମିଲ୍କସେକ୍‌ ପିଇ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାଯୋଗ୍ୟ, ସାହିୱାଲରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପାଞ୍ଚ ଶିଶୁଙ୍କୁ ମିଲ୍କସେକ୍‌ ପିଇବା ପାଇଁ ଦେଇଥିଲେ। ଏହାକୁ…

ଯୋଧପୁରରେ ଲୋମଟାଙ୍କୁରା ଘଟଣା: ୬ ମାସର ଶିଶୁ ସମେତ ପୁରା ପରିବାରକୁ ହତ୍ୟା କରି ଜାଳିଦେଲେ

ଯୋଧପୁର,୧୯।୭: ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଜିଅନ୍ତା ଜଳାଇଦେବା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିବା ସହ ଘର ଅଗଣାରେ ସେମାନଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ମୃତକଙ୍କ ମଧ୍ୟରେ…

ୟୁରୋପରେ ହିଟ୍‌ଓ୍ବେଭ୍‌: ଆଲର୍ଟ କଲା ଡବ୍ଲୁଏମଓ

ରୋମ,୧୯।୭: ଚାଇନାରେ ତାପମାତ୍ରା ବୃଦ୍ଧି ହେତୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲରେ ନିଆଁ ଯୋଗୁ ୟୁରୋପର ଅଧିକାଂଶ ଅଞ୍ଚଳ ଏସିଆ ଏବଂ ଆମେରିକାର କିଛି ଅଂଶରେ ଲୁ ଅନୁଭୂତ ହେଉଛି। ଗ୍ରୀସ ଏବଂ କାନାରି ଦ୍ୱୀପପୁଞ୍ଜରେ ଜଙ୍ଗଲ ନିଆଁକୁ…

ପ୍ରବଳ ତାତି ଉଜାଡ଼ିଲା ପର୍ଯ୍ୟଟନ ଶିଳ୍ପ: ୟୁରୋପରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୦ ପ୍ରତିଶତ କମିଲା…

ଓ୍ବାଶିଂଟନ,୧୯।୭ : ୟୁରୋପରେ ବର୍ତ୍ତମାନ ଅତ୍ୟଧିକ ଉତ୍ତାପ ସମସ୍ୟାର ସାମ୍ନା କରୁଛି। ଇଟାଲୀରେ ଅବସ୍ଥା ବିଶେଷ ଖରାପ, ଯେଉଁଠାରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଭୟ କରୁଛି ୨୦୨୧ ମସିହାରେ…

ପାକିସ୍ତାନ ସେନାରେ ସୀମାଙ୍କ ପରିବାର: ଭାଇ କରାଚିରେ ସୈନିକ, ଦାଦା ଇସଲାମାବାଦରେ ଅଫିସର

ନୂଆଦିଲ୍ଲୀ,୧୯।୭: ପାକିସ୍ତାନରୁ ଭାରତ ଚାଲିଆସିଥିବା ସୀମା ହାଇଦରଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଇଦିନ ଧରି ତାଙ୍କୁ ୟୁପି ଏଟିଏସ୍‌ ପଚରାଉଚରା କରୁଛି। ଏସବୁ ଭିତରେ ସୀମାଙ୍କ ପରିବାରରୁ ଦୁଇଜଣ ପାକିସ୍ତାନ ସେନାରେ ଥିବା ଜଣାପଡ଼ିଛି। ତାଙ୍କ ଦାଦା ସେନାରେ…

ଗୋଟିଏ ଦିନରେ ସମାପ୍ତ କରିଦେବି ରୁଷିଆ-ୟୁକେନ୍‌ ଯୁଦ୍ଧ: ଟ୍ରମ୍ପ…

ଓ୍ବାଶିଂଟନ,୧୯।୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯଦି ତାଙ୍କ ସରକାର ଗଠନ ହୁଏ ତେବେ ସେ ଗୋଟିଏ ଦିନରେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିପାରିବେ। ସେ କହିଛନ୍ତି ରାଷ୍ଟ୍ରପତି ଜୋ…

ସିନ୍ଧ୍‌ ପ୍ରଦେଶରେ ମନ୍ଦିରର ଅଞ୍ଚଳରେ ୪୦୦ ସୁରକ୍ଷାକର୍ମୀ ମୁତୟନ, ସ୍ଥିତି ଉପରେ କଡ଼ା ନଜର…

ଇସଲାମାବାଦ,୧୯।୭ : ପାକିସ୍ତାନର ସିନ୍ଧ୍‌ ପ୍ରଦେଶର ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜାକୁ ଦୃଷ୍ଟିରେ ରଖି ପୋଲିସ୍‌ ବିଭାଗ ପକ୍ଷରୁ ୪୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ସପ୍ତାହରେ ଏକ ହିନ୍ଦୁ ମନ୍ଦିରକୁ ରକେଟ ଲଞ୍ଚର୍‌ ରେ ଆକ୍ରମଣ କରାଯିବା ପରେ ଏବଂ ଅନ୍ୟକୁ…

ପ୍ରଶାସନିକ ପଦରେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ ଡା. ବିମଲଜିତ ସିଂ

ରିଚମଣ୍ଡ,୧୯।୭: ଭର୍ଜିନିଆ ଗଭର୍ଣ୍ଣର ଗ୍ଲେନ ୟଙ୍ଗକିନ ଭାରତୀୟ-ଆମେରିକୀୟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡା. ବିମଲଜିତ ସିଂ ସାନ୍ଧୁଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ପ୍ରମୁଖ ପ୍ରଶାସନିକ ପଦରେ ନିଯୁକ୍ତ କରିଛନ୍ତି। ଡା. ବିମଲଜିତ ଭର୍ଜିନିଆ କମନୱେଲଥ ୟୁନିଭରସିଟି ହେଲଥ ସିଷ୍ଟମ ଅଥରିଟିର ବୋର୍ଡ ସଦସ୍ୟ ଭାବରେ…

କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ, ଦୁଇ ପ୍ରବାସୀ ଶ୍ରମିକ ଆହତ

ଅନନ୍ତନାଗ,୧୯।୭: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଦୁଇଜଣ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ଖବରପାଇ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି…

ଟୁଇଟର ବିରୋଧରେ ଅଭିଯୋଗ: ବରିଷ୍ଠ କର୍ମଚାରୀଙ୍କୁ କରାଯାଉଛି ଛଟେଇ…

ଓ୍ବାଶିଂଟନ,୧୯।୭ : ଏଲୋନ ମସ୍କଙ୍କ ଦ୍ୱାରା ଟୁଇଟର କିଣାଯିବା ପରଠାରୁ, ତାଙ୍କର ଏବଂ ଏହି ପ୍ଲାଟଫର୍ମର ସମସ୍ୟା କମିବାର ନା ନେଉନାହିଁ। ଟୁଇଟର ବିରୋଧରେ କୋର୍ଟରେ ଆଉ ଏକ ମାମଲା ଦାୟର କରାଯାଇଛି ଯାହା କର୍ମଚାରୀଙ୍କ ଛଟେଇ ସମ୍ପର୍କରେ ରହିଛି। ଏଥର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri