ଓଡ଼ିଆରେ ଦେଖିପାରିବେ ‘ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର,୧୧।୮(ଶର୍ମିଷ୍ଠା ପାଣିଗ୍ରାହୀ) : ୱେବ୍‌ସିରିଜ୍‌ ‘ଜେଙ୍ଗାବୁରୁ କର୍ସ’ ବୁଧବାର ସୋନି ଲାଇଭ୍‌ରେ ପ୍ରସାରିତ ହୋଇଛି। ଏହା ଓଡ଼ିଶାରେ ଶୁଟିଂ ହୋଇଥିବାବେଳେ କାହାଣୀର ନିର୍ଦ୍ଦେଶକ ହେଉଛନ୍ତି ନୀଳମାଧବ ପଣ୍ଡା। ଏହା ହେଉଛି ଭାରତର ପ୍ରଥମ କ୍ଲାଏ-ଫାଇ ଥ୍ରୀଲର ସିରିଜ। ଓଡ଼ିଶାର ଖଣି, ପ୍ରାକୃତିକ ସମ୍ପଦକୁ ନେଇ ପ୍ରସ୍ତୁତ ଏହି ସିରିଜ୍‌ ଓଡ଼ିଆରେ ରିଲିଜ୍‌ ହେବ। ବିଶେଷକରି ମନୁଷ୍ୟର ଲୋଭ କିଭଳି ପ୍ରାକୃତିକ ସମ୍ପଦକୁ ନଷ୍ଟ କରି ଦେଉଛି ଓ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟାରେ ପରିଗଣିତ ହେଉଛି ତାହା ଏହି ସିରିଜ ମାଧ୍ୟମରେ ଦର୍ଶାଯାଇଛି। ତେବେ ଏହି ସିରିଜ୍‌ରେ ଫରିଆ ଅବଦୁଲ୍ଲା, ଏମ୍‌ ନାସିର୍‌ ଓଡ଼ିଶାରେ ଶୁଟିଂ ସମୟରେ ଅନୁଭୂତିକୁ ବଖାଣିିଛନ୍ତି। ରବୀଚନ୍ଦ୍ରନ୍‌ ରାଓ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ନାସିର୍‌ କହିଛନ୍ତି, ‘ଏହି ଶୁୁଟିଂ ପାଇଁ ଓଡିଶା ଗସ୍ତ ମୋତେ ଭାରତର କେନ୍ଦ୍ରକୁ ନେଇଥିଲା। ସେଠାରେ ମୁଁ ଖୁବ୍‌ ରୋମଞ୍ଚତ୍ତ ହୋଇଥିଲି। ଯେତେବେଳେ ଆମେ ସେଠାରେ ଶୁଟିଂ କରିଥିଲୁ ସେତେବେଳେ ମୁଁ ଅନୁଭବ କରିଥିଲି କାହିଁକି ଓଡିଶାକୁ ଭାରତର ସର୍ବୋତ୍ତମ ଲୁକ୍କାୟିତ ରହସ୍ୟ ବୋଲି କୁହାଯାଏ। ପ୍ରକୃତିର କୋଳରେ ରହିବା ପରି ଅନଭୁବ ହୋଇଥିଲା। ମୋର ଓଡିଶା ସମ୍ପର୍କରେ ସ୍ବଳ୍ପ ଜ୍ଞାନ ଥିଲା, କିନ୍ତୁ ସେଠାରେ ରହିବା ପରେ, ସ୍ଥାନୀୟ ଲୋକଙ୍କ ସହ ସମୟ ବିତାଇବା ପରେ ମୁଁ ସେମାନଙ୍କର କଳା ଓ ସଂସ୍କୃତି ସହ ପରିଚିତ ହୋଇଥିଲି। ଲୋକମାନେ ଖୁବ୍‌ ସରଳ ଓ ନମ୍ରତାରେ ପରିପୂର୍ଣ୍ଣ।
ସେହିପରି ସିରିଜ୍‌ରେ ପ୍ରିୟମ୍ବଦା ଦାସଙ୍କ ଚରିତ୍ରରେ ଅଭିନୟ କରିଥିବା ତାଙ୍କର ସହ ଅଭିନେତ୍ରୀ ଫାରିଆ କହିଛନ୍ତି, ଜଙ୍ଗଲ ଓ ଜନବସତି ଅଞ୍ଚଳରେ ରହି ମୁଁ ଓଡିଶାର ଲୋକଙ୍କ ଜୀବନଶୈଳୀର ସରଳତା ସହ ଜଡିତ ହୋଇପାରିଥିଲି। ଏହା ମୋର ମସ୍ତିଷ୍କ ଓ ଶରୀର ପାଇଁ ଡିଟକ୍ସ ଭଳି ଥିଲା। ଏହି ସରିଜ୍‌ ଓଡ଼ିଆ ଭାଷାରେ ମଧ୍ୟ ଆସୁଛି, ଯାହାଦ୍ୱାରା ଓଡ଼ିଶାର ସମସ୍ତ ଲୋକ ଏହି ସିରିଜ୍‌କୁ ଦେଖିବା ସହ ଏହାର ଉଦ୍ଦେଶ୍ୟକୁ ବୁଝିପାରିବେ। ଏହି ସିରିଜ୍‌ରେ ବାହାର କଳାକାରମାନେ ପ୍ରମୁଖ ଭୂମିକାରେ ଥିବା ବେଳେ ଓଡ଼ିଶାର କିଛି କଳାକାର ଅଭିନୟ କରିବାର ସୁଯୋଗପାଇଛନ୍ତି। ଅଭିନେତା ହର ରଥ, ଶକ୍ତି ବରାଳ, ଉଦିତ ଗୁରୁ, ସତ୍ୟରଞ୍ଜନ, ନାଟ୍ୟକାର ମନୋଜ ପଟ୍ଟନାୟକ, ଅଭିନେତ୍ରୀ ରେହା ରଶମ୍‌ ବରୀ, ସୂର୍ଯ୍ୟମୟୀ ମହାପାତ୍ର ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri