ରତ୍ନଭଣ୍ଡାର ଅଳଙ୍କାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ପୁରୀ,୧୧ା୮(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି। ଭିତର ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ଦିନ ହେବ ଦାବି କରାଯାଇଆସୁଛି। ଏବେ କୋର୍ଟରେ ଦିଆଯାଇଥିବା ଅଳଙ୍କାର ଜନିତ ସତ୍ୟପାଠକୁ ନେଇ ପୁଣି କାଠଗଡ଼ାରେ ରାଜ୍ୟ ସରକାର। ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୧୯୭୮ ମସିହାର ରତ୍ନଭଣ୍ଡାର ଗଣତିମଣତି ତାଲିକାକୁ ବର୍ତ୍ତମାନ ସତ୍ୟପାଠ ଆକାରରେ ଶ୍ରୀମନ୍ଦିର ପ୍ରଶାସନ ଦର୍ଶାଇଥିବା ବେଳେ ଏଥିରେ ତାଳମେଳ ରହୁ ନ ଥିବା ଗୁରୁବାର ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣିଛି। ଭିତର ରତ୍ନଭଣ୍ଡାରରେ କେତେ ପରିମାଣର ସୁନା, ରୁପା, ହୀରା, ମୋତି ଓ ମାଣିକ୍ୟ ଅଛି ତାକୁ ସାର୍ବଜନୀନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
ଭିତର ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ଡବଲ ଷ୍ଟାଣ୍ଡାର୍ଡ ନୀତି ଏବେ ସାମ୍ନାକୁ ଆସିଛି। ୧୯୭୮ ମସିହାରେ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତିମଣତି ରିପୋର୍ଟକୁ ସତ୍ୟପାଠ ଆକାରରେ ଦର୍ଶାଇ ଏବେ ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି ଉଭୟ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ। ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ହୋଇଥିଲା। ଯେଉଁଥିରେ ବାହାର, ଭିତର ଓ ଚଳନ୍ତି ରତ୍ନଭଣ୍ଡାରର ଅଳଙ୍କାର ମିଶାାଇ ତାଲିକା ହୋଇଥିଲା। ୧୨ହଜାର ୮୩୧ ଭରି ସୁନା ଓ ୨୨ହଜାର ୧୫୩ ଭରି ରୁପା ରହିଥିବା ଦର୍ଶାଯାଇଥିଲା। ତେବେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସୁନା ଓ ରୁପାକୁ କିଲୋଗ୍ରାମ ଆକାରରେ ସତ୍ୟପାଠରେ ଦର୍ଶାଯାଇଛି। ତେବେ ସତ୍ୟପାଠରେ ଦର୍ଶାଯାଇଥିବା ରିପୋର୍ଟରେ ୭୫ କିଲୋଗ୍ରାମ ରୁପା କମ୍‌ ରହିଛି। ୧୨୮୩୧ ଭରି ସୁନାର ସମୁଦାୟ ଓଜନ ହେଉଛି ୧୪୯ କିଲୋଗ୍ରାମ ୬୦୯ ଗ୍ରାମ୍‌। ସେହିପରି ୨୨୧୫୩ ଭରି ରୁପାର ଓଜନ ହେଉଛି ୨୫୮ କିଲୋଗ୍ରାମ ୩୦ ଗ୍ରାମ। ୨୦୧୮ ମସିହାରେ ବିଧାନସଭାରେ ଆଇନମନ୍ତ୍ରୀ ରତ୍ନଭଣ୍ଡାର ଅଳଙ୍କାର ନେଇ ସମାନ ଉତ୍ତର ରଖିଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସତ୍ୟପାଠରେ ଦର୍ଶାଯାଇଛି ଯେ, ରତ୍ନଭଣ୍ଡାର ଭିତରେ ୧୪୯ କିଲୋ ସୁନା ଓ ୧୮୩ କିଲୋ ରୁପା ରହିଛି। ଯଦି ବିଧାନସଭାରେ ଏବଂ ୧୯୭୮ ମସିହା ତାଲିକା ଅନୁସାରେ ୨୨୧୫୩ ଭରି ରୁପା ଯାହାର ଓଜନ ୨୫୮ କିଲୋ ରତ୍ନଭଣ୍ଡାରରେ ରହିଛି, ତେବେ ସତ୍ୟପାଠରେ ଏହାକୁ କିଭଳି ୧୮୩ କିଲୋ ଦର୍ଶାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୭୫ କିଲୋ ରୁପା କୁଆଡ଼େ ଗଲା ତାହାର ଉତ୍ତର ସରକାର ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି। ରତ୍ନଭଣ୍ଡାର ରୁପାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ଏନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ସରକାର ହାଇକୋର୍ଟରେ ଦେଇଥିବା ରତ୍ନଭଣ୍ଡାରର ତଥ୍ୟ ମିଛ ବୋଲି ଜଣାପଡ଼ିଛି। ରତ୍ନଭଣ୍ଡାର ମାମଲାରେ ସରକାର ହାଇକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତା’ର ବିପରୀତ ତଥ୍ୟ ବିଧାନସଭାରେ ଉପସ୍ଥାପନ କରିଥିଲେ। ୨୦୧୮ ମସିହାରେ ବିଧାନସଭାରେ ତତ୍କାଳୀନ ଆଇନମନ୍ତ୍ରୀ ରତ୍ନଭଣ୍ଡାର ସମ୍ପର୍କିତ ଅଳଙ୍କାରର ତଥ୍ୟ ଏବଂ କିଛିଦିନ ତଳେ ରାଜ୍ୟ ସରକାର ହାଇକୋର୍ଟରେ ଦେଇଥିବା ସତ୍ୟପାଠରେ ତାଳମେଳ ନାହିଁ। ଦିଆଯାଇଥିବା ସତ୍ୟପାଠରେ ୭୫ କିଲୋ ରୁପା କମ୍‌ ଥିବା ଦର୍ଶାଯାଇଛି, ଯାହା ସରକାରଙ୍କ ମିଥ୍ୟାକୁ ପଦାରେ ପକାଉଛି। ରତ୍ନଭଣ୍ଡାର ନ ଖୋଲି ସରକାର କିପରି ସତ୍ୟପାଠ ଦାଖଲ କଲେ ଏବଂ ଅଳଙ୍କାର ସୁରକ୍ଷିତ ଅଛି ବୋଲି କିଭଳି କହୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସରକାର ରତ୍ନଭଣ୍ଡାର ଖୋଲିବାକୁ କାହିଁକି ଭୟ କରୁଛନ୍ତି ତାହା ବୁଝାପଡୁନାହିଁ। ୧୯୭୮ରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା। ଦୀର୍ଘ ୪୫ ବର୍ଷ ହେବ ରତ୍ନଭଣ୍ଡାର ଖୋଲାଯାଇନାହିଁ। ତେଣୁ ରତ୍ନଭଣ୍ଡାର ଓ ଅଳଙ୍କାର ସୁରକ୍ଷିତ ଅଛି ବୋଲି ସରକାର କିପରି ଜାଣିଲେ। ରତ୍ନଭଣ୍ଡାର ସୁରକ୍ଷିତ ନାହିଁ ବୋଲି ଏଏସ୍‌ଆଇ କହୁଛି। ସେହିପରି ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ରତ୍ନଭଣ୍ଡାର ଖୋଲିବା ପାଇଁ ମତ ରଖିଥିଲେ। ସମସ୍ତେ ଚାହୁଁଛନ୍ତି ସତ୍ୟ ସାମ୍ନାକୁ ଆସୁ। ମାତ୍ର ସରକାର ଜାଣିଶୁଣି ରତ୍ନଭଣ୍ଡାର ଖୋଲୁନାହାନ୍ତି। କାରଣ ରତ୍ନଭଣ୍ଡାର ଖୋଲାଗଲେ ସତ୍ୟ ସାମ୍ନାକୁ ଆସିବ ଏବଂ ସରକାର ଫସିଯିବେ। ତେଣୁ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଏ ନେଇ ହାଇକୋର୍ଟରେ ଜଣାପଡ଼ିବ। ୨୦୨୪ ରଥଯାତ୍ରା ସମୟରେ କାହିଁକି ରତ୍ନଭଣ୍ଡାର ଖୋଲାଯିବ, ଏବେ କାହିଁକି ନୁହେଁ ବୋଲି ପଟ୍ଟନାୟକ ପ୍ରଶ୍ନ କରିବା ସହ ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ସରକାର ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri