ଜରାଜୀର୍ଣ୍ଣ ଅବସ୍ଥାରେ ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ

ବୋଲଗଡ,୧୧।୮(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡରେ ଥିବା ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ଟେଲିଫୋନ ଏକ୍ସଚେଞ୍ଜ କାର୍ଯ୍ୟାଳୟଟି ଜରାଜୀର୍ଣ୍ଣ ହୋଇପଡିରହିଛି। ଆଗରୁ ଏହା ଭଡାଘରେ କାର୍ଯ୍ୟ କରୁଥିଲା ବେଳେ ୨୦୦୦ ମସିହାରେ ବୋଲଗଡର କେନ୍ଦ୍ରସ୍ଥଳରେ ଏକ ସୁଦୃଶ୍ୟ ଅଟ୍ଟାଳିକା ନିର୍ମାଣ କରି ସ୍ଥାନାନ୍ତରିତ ହୋଇଥିଲା। କିନ୍ତୁ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଉକ୍ତ ଅଟ୍ଟଳିକାଟି ଭୂତକୋଠି ପାଲଟିଗଲାଣି। ଜଣେ ମାତ୍ର ଠିକା କର୍ମଚାରୀ ଏହାର ଦାୟିତ୍ୱରେ ଥିବା ବେଳେ ବ୍ଲକ ଅଞ୍ଚଳର ୧୯ଟି ପଞ୍ଚାୟତର ପ୍ରାୟ ୨୩୬ ଗ୍ରାମକୁ ସେବା ପ୍ରଦାନ କରିଥାଏ। ଆଗରୁ ୭୦୦ ଲ୍ୟାଣ୍ଡ ଲାଇନ ଟେଲିଫୋନ ସଂଯୋଗ ଥିବାବେଳେ ୨୦୧୯/୨୦ ପରଠାରୁ ତାର ଚିହ୍ନବର୍ଣ୍ଣ ନାହିଁ। ଏବେ ମୋବାଇଲ ସେବା ଯୋଗାଇବା ପାଇଁ ଦିଘିରୀ ସଂପୁର ବାଙ୍କୋଇ ସୁନାଖଳା ଓ ବୋଲଗଡଠାରେ ୫ଟି ଟାଓ୍ବାର କାର୍ଯ୍ୟ କରୁଛି। ଅପରପକ୍ଷେ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଠିକା କର୍ମଚାରୀ ଜଣକ ଭାରତ ଫାଇବର ସଂସ୍ଥା ଦ୍ବାରା ପ୍ରଦତ୍ତ ଇଣ୍ଟରନେଟ ସେବାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ନିୟୋଜିତ ହୋଇଛନ୍ତି। ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ଇଣ୍ଟରନେଟ ୟୁଜରଙ୍କୁ ସେବା ଅବ୍ୟାହତ ରଖିବାକୁ ସେ ପ୍ରାୟତଃ ବ୍ୟସ୍ତ ରହୁଛନ୍ତି। କାର୍ଯ୍ୟାଳୟର କାନ୍ଥ, ଛାତରୁ ସିମେଣ୍ଟ ଖଣ୍ଡ ଓ ପ୍ଲାଷ୍ଟର ଖସି ମୁଲ୍ୟବାନ ମେଶିନଗୁଡିକ ପ୍ରତି ବିପଦ ସାଜିଛି। କାର୍ଯ୍ୟାଳୟ ପଛପଟ ପାଚେରିଟି ପ୍ରାୟ ୨ବର୍ଷ ହେବ ଭୁଶୁଡିଯାଇ ନିକଟସ୍ଥ ଘର କାନ୍ଥକୁ ଆଉଜିପଡି ବିପଦ ସୃଷ୍ଟି କରିଛି। ଏ ନେଇ ଉକ୍ତ ଘର ମାଲିକ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି। କାର୍ଯ୍ୟାଳୟ ପରିସରରେ ଲଟାବୁଦା ମାଡିଯାଇ ସରୀସୃପଙ୍କ ଅଭୟାରଣ୍ୟ ପାଲଟିଛି। କାର୍ଯ୍ୟାଳୟର ଲୁହା ଗେଟ ଓ ପାଚେରି ଉପରେ ଥିବା ଗ୍ରିଲ କଳଙ୍କି ଲାଗି ଛିଡି ପଡୁଛି। କାର୍ଯ୍ୟାଳୟର ଦୁରାବସ୍ଥା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନ ନେଲେ ଏହା କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ ଅକାମୀ ହେବାର ଆଶଙ୍କା ଦେଖାଯାଇଛି। ଏ ସମ୍ପର୍କରେ ଖୋର୍ଦ୍ଧା ଟେଲିକମ ଏସ୍‌ଡିଓ ମୃଣ୍ମୟ ରଥ କୁହନ୍ତି, ଏବେ ପ୍ରାୟ ସିଭିଲ ଓ୍ବାର୍କ ପାଇଁ ଫଣ୍ଡର ବ୍ୟବସ୍ଥା ନାହିଁ, କେବଳ ନିହାତି ଆବଶ୍ୟକ ସ୍ଥଳେ କାର୍ଯ କରାଯାଉଛି। ଜିଲାର ପ୍ରାୟ ଟେଲିଫୋନ ଏକ୍ସଚେଞ୍ଜଗୁଡ଼ିକରେ ଠିକା କର୍ମଚାରୀ ନିଯୁକ୍ତି ଅଛନ୍ତି। ଏପରିକି ଜଣେ ଠିକା କର୍ମଚାରୀ ୨/୩ ଟି ଏକ୍ସଚେଞ୍ଜ ଦାୟିତ୍ୱ ତୁଲାଉଛନ୍ତି। ତେଣୁ ସୁବିଧା ଦେଖି ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?