ଖୋଲୁଛି ପ୍ରକାଶଙ୍କ କଳା ସାମ୍ରାଜ୍ୟ ଗୁମର

ଖୋର୍ଦ୍ଧା,୧୧ା୮(ପ୍ରଭାତ ପାଣିଗ୍ରାହୀ): ପୂର୍ବତନ ଖୋର୍ଦ୍ଧା ବ୍ଲକ ବିଜେଡି ସଭାପତି ପ୍ରକାଶ ରାଉତରାୟଙ୍କ କଳା ସାମ୍ରାଜ୍ୟର କାହାଣୀ ଧୀରେ ଧୀରେ ଖୋଲୁଛି। ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବାବେଳେ ୪ଜଣଙ୍କୁ ସୋମବାର ଭୁବନେଶ୍ୱର କମିଶନରେଟ ପୋଲିସ କଳିଙ୍ଗବିହାରରୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଦୁର୍ଗାପୁରର ପ୍ରକାଶ ରହିଥିଲେ। କମିଶନରେଟ ପୋଲିସ ତାଙ୍କୁ ଗିରଫ କରିବା ପରେ ଖୋର୍ଦ୍ଧା ଗୁରୁଜଙ୍ଗ ଓ ଦୁର୍ଗାପୁରସ୍ଥିତ ବାସଭବନ ସମେତ କ୍ରଶରରେ ଚଢ଼ାଉ କରିଥିଲା। ଏହି ସମୟରେ ସେ ବେଆଇନ ଭାବେ ରଖିଥିବା ୯ ଏମ୍‌ଏମ୍‌ର କାର୍ବାଇଡ୍‌ ବନ୍ଧୁକ ଓ ନଗଦ ୧୯ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ପ୍ରକାଶ ଫେସ୍‌ବୁକ ଆକାଉଣ୍ଟରେ ନିଜକୁ ବିଜେଡି ବ୍ଲକ ସଭାପତି ବୋଲି ଦର୍ଶାଇଛନ୍ତି। ସେ ରାଜନୈତିକ ଛତ୍ରଛାୟା ତଳେ ନିଜ କଳା ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ବ୍ଲକ ବିଜେଡି ସଭାପତିରୁ ରାତାରାତି ଖଣିମାଫିଆ ପାଲଟି ଯାଇଥିଲେ। ଏତେଦିନ ଧରି ତାଙ୍କ ପ୍ରତି ପ୍ରଶାସନ ଏବଂ ପୋଲିସ କାହିଁକି ଆଖି ବୁଜି ଦେଇଥିଲା ତାହା ଏବେ ପ୍ରଶ୍ନ ପାଲଟିଛି।
ପ୍ରକାଶ ଅତ୍ୟାଧୁନିକ ବନ୍ଧୁକ ରଖିବା ପଛରେ କ’ଣ ରହସ୍ୟ ରହିଛି ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। ସାଧାରଣତଃ ମାଓବାଦୀମାନେ ଅଟୋମେଟିକ କାର୍ବାଇଡ ବନ୍ଧୁକ ବ୍ୟବହାର କରନ୍ତି। ପ୍ରକାଶ ଏଭଳି ବନ୍ଧୁକ ବ୍ୟବହାର ପଛରେ ବଡ ଆପରାଧିକ ପୃଷ୍ଠଭୂମି ରହିଥିବା କମିଶନରେଟ ପୋଲିସ ସୂଚନା ପାଇଛି। ପୋଲିସ ହାତରେ କିଛି ସୁରାକ ମଧ୍ୟ ଲାଗିଛି। ନିଜକୁ ବିଜେଡି ନେତା ବୋଲାଉଥିବା ପ୍ରକାଶଙ୍କର ଦଳର ବଡ଼ ବଡ଼ ନେତାଙ୍କ ସହ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି। ସେ କାହା ଛତ୍ରଛାୟା ତଳେ ରହି ଏହି କଳା ସାମ୍ରାଜ୍ୟ ଚଳାଉଥିଲେ ଏବେ ତାହାକୁ ନେଇ ଉଠିଛି ପ୍ରଶ୍ନ। ଖୋର୍ଦ୍ଧାରେ ବେଆଇନ ଖଣି ଖାଦାନରେ ତାଙ୍କର ସଂପୃକ୍ତି ରହିଥିବା ଜଣାପଡିଛି। ସଦର ଥାନା ଅଧୀନ ଛତ୍ରମା ଛକରେ ଥିବା ପ୍ରକାଶଙ୍କ କ୍ରଶର ୟୁନିଟ ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ଏକର ଏକର ଜମିକୁ ବେଆଇନ ଭାବେ ଜବରଦଖଲରେ ରଖି ସେ ସେଠାରେ କ୍ରଶର ଚଳାଉଥିଲେ। ସେ ୫ ଏକର ଜମି ଅକ୍ତିକାର କରି ରଖିଥିବା ତହସିଲଦାର ବିଭାସ ପାଣିଗ୍ରାହୀ କହିଛନ୍ତି। ପ୍ରକାଶଙ୍କ କଳା କାରନାମା ସମ୍ପର୍କରେ ପୋଲିସ ପାଖରେ କିପରି କୌଣସି ଖବର ନ ଥିଲା ତାହା ପ୍ରଶ୍ନବାଚୀ ହୋଇଛି। ତାଙ୍କଠାରୁ ଜବତ ହୋଇଥିବା କାର୍ବାଇଡ ବନ୍ଧୁକରେ କୌଣସି ନମ୍ବର ମାର୍କିଂ ନ ଥିବା ଜଣାପଡ଼ିଛି। ଏହାର ଅଧିକ ଯାଞ୍ଚ ପାଇଁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯିିବ ବୋଲି ଭୁବନେଶ୍ୱର ଡିସିପି କହିଥିଲେ। ଏଥିସହିତ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ଉପରେ ଅଧିକ ତନାଘନା ପାଇଁ କମିଶନରେଟ ପୋଲିସ ୪ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ। ପ୍ରକାଶଙ୍କ ଗିରଫ ପରେ ବିଜେଡି ନେତାଙ୍କ ମଧ୍ୟରେ ଛନକା ପଶିଛି। ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର କହିଛନ୍ତି, ପ୍ରକାଶ ବେଆଇନ ଖଣି ଖାଦନରେ ସମ୍ପୃକ୍ତ। ସେ ତ କେରାଣ୍ଡି ମାତ୍ର, ସମୁଦ୍ରରେ ଅନେକ ତିମି ରହିଛନ୍ତି। ସେମାନେ ଧରାହେଲେ ଅସଲ ଗୁମର ଖୋଲିଯିବ। ଅନ୍ୟପକ୍ଷରେ ବିଧାୟକ ମିତ୍ର କାହା ଉପରକୁ ଅଙ୍ଗୁଳି ଉଠାଇଛନ୍ତି, ତାହା ସାଧାରଣରେ ଚର୍ଚ୍ଚା ପାଲଟିଛି। ବରିଷ୍ଠ ଆଇନଜୀବୀ ବାବୁ ଦାସ କହିଛନ୍ତି, ବେଆଇନ ଖଣି ଚୋରା ଚାଲାଣରେ ସଂପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ପଥର ବ୍ଲାଷ୍ଟିଙ୍ଗ ଅନୁମତି ଦିଆଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲଘୁ ଖଣିଜ ଲୁଟ ଚାଲିଛି। ସବୁ କିଛି ପ୍ରୋତ୍ସାହନରେ ହେଉଛି। ଏହାର ପର୍ଦ୍ଦାଫାସ ହେଲେ ସବୁ ଗୁମର ଖୋଲିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?