ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ: ପିସିସି ନିଷ୍ପତ୍ତି ପ୍ରତିବାଦରେ ୧୯ପଦାଧିକାରୀଙ୍କ ଦଳରୁ ଇସ୍ତଫା
ଦେବଗଡ଼,୧୪।୬,(ଶଶାଙ୍କ ଶେଖର ଝାଙ୍କର) :ପବିତ୍ର ରଜ ଅବସରରେ ସାରା ରାଜ୍ୟରେ ଉତ୍ସବର ମାହୋଲ ଥିବା ବେଳେ ଦେବଗଡ଼ ଜିଲା କଂଗ୍ରେସରେ ହଟଚମଟ ଦେଖାଦେଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ତରବରିଆ ଜିଲା କଂଗ୍ରେସ ସଭାପତି ପରିବର୍ତ୍ତନ ନିଷ୍ପତି ପ୍ରତିବାଦରେ ବୁଧବାର ଜିଲା…
ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ୍
କେସିଙ୍ଗା,୧୪.୬(ତୁମେଶ୍ୱର ସାହୁ) ଓ୍ବାଗନ୍ ଛିଣ୍ଡି ଯିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍। ଦାମନଯୋଡି-ନାଲକୋ ଅଭିମୁଖେ ଯାଉଥିବା ଆଲୁମିନିୟମ ବୋଝେଇ ମାଲବାହୀ ଟ୍ରେନ ବୁଧବାର ସକାଳେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଉକ୍ତ ଟ୍ରେନ ସମ୍ବଲପୁର ଡିଭିଜନ ଅନ୍ତର୍ଗତ କେସିଙ୍ଗା ଷ୍ଟେସନର ଦୁଇ ନମ୍ବର…
ଶକ୍ତିକାନ୍ତଙ୍କୁ ‘ଗଭର୍ନର ଅଫ୍ ଦ ଇୟର’ ପୁରସ୍କାର…
ନୂଆଦିଲ୍ଲୀ,୧୪।୬ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ ଲଣ୍ଡନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଦ୍ୱାରା ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନରଙ୍କୁ ପ୍ରଦାନ କରାଯାଇଛି। ରିଜର୍ଭ…
ଓଡେଶାକୁ ମିଶାଇଲ ମାଡରେ ୩ମୃତ ୧୩ଆହତ
କିଭ୍,୧୪।୬: ଋଷର ରାତିସାରା ମିଶାଇଲ ମାଡରେ ଥରିଉଠିଛି ୟୁକ୍ରେନର ବ୍ଲାକ୍ ସି ବନ୍ଦର। ଋଷ ବ୍ଲାକ୍ ସି ବନ୍ଦରର ଓଡେଶାରେ କିଛି ଅଟ୍ଟାଳିକାକୁ ଟାର୍ଗେଟ କରି ମିଶାଇଲ୍ ମାଡ କରିଛି। ଯେଉଁଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି।…
ପାଇକାରୀ ମୁଦ୍ରାସ୍ଫୀତି ତିନି ବର୍ଷର ସର୍ବନିମ୍ନ ସ୍ତରରେ…
ନୂଆଦିଲ୍ଲୀ,୧୪।୬ : ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ କହିଛି ପାଇକାରୀ ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ମେ ମାସରେ ୩.୪୮ ପ୍ରତିଶତ ହ୍ରାସ ପାଇ ଏପ୍ରିଲରେ ୦.୯୨ ପ୍ରତିଶତ ହ୍ରାସ ପାଇଛି। ମେ…
ଗଛରେ ପିଟିହେଲା ଔଷଧ ବୋଝେଇ ଗାଡ଼ି
ଚନ୍ଦ୍ରପୁର,୧୪ା୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ମୁଖ୍ୟ ଚିକିତ୍ସା କେନ୍ଦ୍ରରୁ ବୁଧବାର ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ଔଷଧ ବୋଝେଇ ଓଡି ୩୩ଏଏ ୫୧୨୧ ନମ୍ବର ବିଶିଷ୍ଟ ଗାଡ଼ି ପଙ୍କାଳଗୁଡ଼ି ଗ୍ରାମ ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଗଛରେ…
ରଥଯାତ୍ରା ପାଇଁ କେନ୍ଦୁଝରରେ ପହଞ୍ଚିଲା ଶିଆଳି ଲତାର ରଥ ଦଉଡ଼ି
କେନ୍ଦୁଝର,୧୪ା୬(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟଦେବ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପାଇଥିବା କେନ୍ଦୁଝରର ଏହି ରଥକୁ ଟାଣିବା ପାଇଁ ପାରମ୍ପରିକ ଭାବେ ଶିଆଳି ଲତାରେ ପ୍ରସ୍ତୁତ ଦଉଡ଼ି ବ୍ୟବହାର ହୋଇଥାଏ।…
ଶିନ୍ଦେ-ଫଡନାଭିସ ଫାଟ ବଢ଼ିବା ନେଇ ଚର୍ଚ୍ଚା, ଗୋଟିଏ ମଞ୍ଚରେ ନଜର ଆସୁ ନାହାନ୍ତି ଦୁଇ ନେତା…
ମୁମ୍ବାଇ,୧୪।୬ : ଗତ ଦୁଇ ସପ୍ତାହ ଧରି ଗଣମାଧ୍ୟମ ରିପୋର୍ଟ ଆସୁଛି, ମହାରାଷ୍ଟ୍ର ସରକାରଙ୍କ ଦୁଇ ବଡ ନେତାଙ୍କ ମଧ୍ୟରେ ସବୁ ଠିକ ଚାଲି ନାହିଁ। ଯଦି ଏହି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ଭାଜପା ଶିବସେନା ସରକାରଙ୍କ ଦୁଇ ବରିଷ୍ଠ…
ବାତ୍ୟା ବିପର୍ଯ୍ୟୟ: ୩୭ ହଜାର ଲୋକ ସ୍ଥାନାନ୍ତର, ୯୫ ଟ୍ରେନ ବାତିଲ…
ଅହମଦାବାଦ/ମୁମ୍ବାଇ,୧୪।୬ : ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରୁଛି। ଗୁଜରାଟ ଏବଂ ମହାରାଷ୍ଟ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଉଭୟ ରାଜ୍ୟରେ ସମୁଦ୍ରରେ ଉଚ୍ଚ ଜୁଆର ବୃଦ୍ଧି ପାଉଛି। ପାଣିପାଗ ବିଭାଗ କହିଛି ଜୁନ ୧୫ରେ…
ଭୁବନେଶ୍ୱରର ପ୍ରଥମ ମେୟର୍ ଜଗନ୍ନାଥ ମହାପାତ୍ରଙ୍କର ପରଲୋକ
ଭୁବନେଶ୍ୱର,୧୪।୬: ବିଏମ୍ସିର ପ୍ରଥମ ମେୟର୍ ଡା. ଜଗନ୍ନାଥ ମହାପାତ୍ରଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି। ଶହୀଦନଗରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା। ଦେଢ ବର୍ଶ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ…
ଉତ୍ତରାଖଣ୍ଡରେ ପ୍ରସ୍ତାବିତ ମହାପଞ୍ଚାୟତ ପାଇଁ ଲାଗିବନି ରୋକ, ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୧୪।୬ : ସୁପ୍ରିମକୋର୍ଟ ଉତ୍ତରରାଖଣ୍ଡର ଉତ୍ତରକାଶୀର ପୁରୋଲା ଠାରେ ପ୍ରସ୍ତାବିତ ମହାପଞ୍ଚାୟତ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ମହାପଞ୍ଚାୟତ ବିରୋଧରେ କୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। କୋର୍ଟ ଏହି ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି।…
ଚାଇନାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଆମେରିକାକୁ ଚେତାବନୀ…
ବେଜିଂ,୧୪।୬ : ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ବୁଧବାର ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଫୋନ କରିଛନ୍ତି। ସେ କହିଛନ୍ତି ଆମେରିକା ଚାଇନାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବନ୍ଦ କରିବା ଉଚିତ। ରାଜ୍ୟ ଗଣମାଧ୍ୟମ ପକ୍ଷରୁ ଏସମ୍ପର୍କରେ ସୂଚନା…
Archives


