Home

ତାମିଲନାଡୁରେ ପ୍ରବଳ ବର୍ଷାରେ ବନ୍ୟା ପରିସ୍ଥିତି, ରିଲିଫ ଶିବିରକୁ ଗଲେ ୭୫୦୦ ଲୋକ, ଫସିଛନ୍ତି ୮ଶହରୁ ଅଧିକ ପର୍ଯ୍ୟଟକ

ଚେନ୍ନାଇ,୧୯।୧୨: ଲଗାତାର ଦୁଇ ଦିନ ଧରି ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି। ଏହି କାରଣରୁ, ସାଧାରଣ ଜନଜୀବନ ବ୍ୟାହତ ହୋଇଛି। ରାଜ୍ୟର ଅନେକ ନଦୀ ଓ ହ୍ରଦର ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ରାଜ୍ୟର ୪ଟି ଉପକୂଳବର୍ତ୍ତୀ ଜିଲ୍ଲା…

ନେକ୍ସଟ-ଜେନ୍‌ ଟେକ୍‌ ବ୍ୟବସାୟ ଉପରେ ଭିଆଇଏଲ୍‌ର ଦୃଷ୍ଟିନିବଦ୍ଧ

ଭୁବନେଶ୍ୱର,୧୯।୧୨ (ଅଭୟ ଦାଶ): ପରିକଳ୍ପନାଠାରୁ ନେଇ କାର୍ଯ୍ୟାନ୍ବୟନ ପର୍ଯ୍ୟନ୍ତ ଟର୍ନକି ସମାଧାନ ଏବଂ ପ୍ରକଳ୍ପଗୁଡ଼ିକ ସକାଶେ ପରାମର୍ଶଭିତ୍ତିକ ସେବା ଯୋଗାଇ ଦେଉଥିବା ଅହମଦାବାଦଭିତ୍ତିକ ଭିଭାଣ୍ଟା ଇଣ୍ଡଷ୍ଟ୍ରିଜ ଲିମିଟେଡ (ଭିଆଇଏଲ) ବିଏସଇ-୫୪୧୭୩୫-ନେକ୍ସଟ-ଜେନ ଟେକ୍‌ ବ୍ୟବସାୟ ଉପରେ ଦୃଷ୍ଟିନିବଦ୍ଧ ସହିତ ତାହାର କାର୍ଯ୍ୟକାରିତାରେ ରୂପାନ୍ତରଣ ଆଣିବା…

୩ଡି କଂକ୍ରିଟ ପ୍ରିଣ୍ଟିଂ ମେଶିନର ଶୁଭାରମ୍ଭ

ଭୁବନେଶ୍ୱର, ୧୯।୧୨: ଭାରତର ପ୍ରମୁଖ କଂକ୍ରିଟ ଉପାଦାନ (ଇକ୍ୟୁପ୍‌ମେଣ୍ଟସ) ନିର୍ମାଣକାରୀ ଆଜାକ ଇଞ୍ଜିନିୟରିଂର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘୩ଡି କଂକ୍ରିଟ ପ୍ରିଣ୍ଟିଂ ମେଶିନ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ସଂସ୍ଥାର ନୂତନ ଉତ୍ପାଦ ‘୩ଡି କଂକ୍ରିଟ…

୨୬ ଆଙ୍କର ନିବେଶକଙ୍କଠାରୁ ପ୍ରାୟ ୨୮୫ କୋଟି ସଂଗ୍ରହ

ଭୁବନେଶ୍ୱର, ୧୯।୧୨: ମୁଥୁଟ୍‌ ମାଇକ୍ରୋଫିନ୍‌ ଲିମିଟେଡ୍‌ (ଏମ୍‌ଏମ୍‌ଏଲ୍‌)ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ପୂର୍ବରୁ କମ୍ପାନୀ ମୋଟ ୨୬ ଆଙ୍କର ନିବେଶକଙ୍କଠାରୁ ପ୍ରାୟ ୨୮୫ କୋଟି ଟଙ୍କା ସଂଗ୍ରହ କରିଛି। ଏପରି କି କମ୍ପାନୀ ମୋଟ ୯୭,୯୩,୮୧୨ ଇକ୍ୱିଟି ଶେୟାର ଜାରି…

ମିଳିମିଶି କାମ କରିବାକୁ ପରାମର୍ଶ

ଭୁବନେଶ୍ୱର,୧୯।୧୨: ଅଲ୍‌ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ୍‌ (ଏଆଇପିଏନ୍‌ବିଓଏ)ର ଭୁବନେଶ୍ୱର ସର୍କଲ ପକ୍ଷରୁ ଆୟୋଜିତ ସଂଘର ବାର୍ଷିକ ସାଧାରଣ ସଭା ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସର୍କଲ ଅନ୍ତର୍ଗତ ବିଭିନ୍ନ ଶାଖାରୁ ୫ଶହରୁ ଅଧିକ ଅଧିକାରୀଙ୍କ ସମେତ ରାଜ୍ୟର…

ସିଜିୟୁରେ ଏସ୍‌ଆଇଏଚ୍‌ର ଗ୍ରାଣ୍ଡ ଫାଇନାଲ

ଭୁବନେଶ୍ୱର,୧୯।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ) ପରିସରରେ ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)ର ଗ୍ରାଣ୍ଡ ଫାଇନାଲ ରାଉଣ୍ଡ ୨୦୨୩ ଡିସେମ୍ବର ୧୯ରୁ ଅନୁଷ୍ଠିତ ହେବାକୁ ଯାଉଛି। ବିଶେଷ କରି ଶିକ୍ଷା ମନ୍ତ୍ରଣାଳୟର ଇନୋଭେଶନ୍‌ ସେଲ୍‌,…

ଜ୍ଞାନବାପି ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ

ନୂଆଦିଲ୍ଲୀ,୧୯ା୧୨: ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସୋମବାର ଅପରାହ୍ନରେ ଜ୍ଞାନବାପି ମସ୍‌ଜିଦ ପରିସରର ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଜଉମୁଦ ଲଫାପାରେ ଉତ୍ତରପ୍ରଦେଶର ବାରାଣସୀ ଜିଲା ଜଜ୍‌ କୋର୍ଟରେ ଦାଖଲ କରିଛି। ତେବେ ଏହି ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରାଯିବ କି ନାହିଁ…

୮ ଆଇଏସ୍‌ ଆତଙ୍କବାଦୀ ଗିରଫ

ବେଙ୍ଗାଲୁରୁ,୧୯ା୧୨: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କର୍ନାଟକର ବଲାରିରୁ ଆଇଏସ୍‌ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କର ଆଇଇଡି ବିସ୍ଫୋରଣ ଯୋଜନାକୁ ପଣ୍ଡ କରିଦେଇଛି। କର୍ନାଟକର ବଲାରି, ବେଙ୍ଗାଲୁରୁ ସମେତ ମହାରାଷ୍ଟ୍ରର ମୁମ୍ବାଇ, ପୁଣେ ଏବଂ…

ମୋବାଇଲ ନେଟ୍‌ଓ୍ବର୍କକୁ ଅକ୍ତିଆର କରିପାରିବ କେନ୍ଦ୍ର

ନୂଆଦିଲ୍ଲୀ,୧୯ା୧୨: ଜନସାଧାରଣଙ୍କ ନିରାପତ୍ତା କିମ୍ବା ଜରୁରୀ ସ୍ଥିତିରେ କେନ୍ଦ୍ର ସରକାର ଯେକୌଣସି ଟେଲି ଯୋଗାଯୋଗ ନେଟ୍‌ଓ୍ବର୍କକୁ ସାମୟିକ ଭାବେ ନିଜ ଅକ୍ତିଆରକୁ ନେଇପାରିବେ। କେନ୍ଦ୍ର ଆଣିଥିବା ପ୍ରସ୍ତାବିତ ଟେଲିକମ୍ୟୁନିକେଶନ ଆଇନରେ ଏଭଳି ବ୍ୟବସ୍ଥା ରହିଛି। ପାର୍ଲାମେଣ୍ଟ ସୁରକ୍ଷା ବିଭ୍ରାଟକୁ ନେଇ ସ୍ବରାଷ୍ଟ୍ର…

ଆବଡେଲ୍‌ ଅଲ୍‌-ସିସି ଇଜିପ୍ଟ ରାଷ୍ଟ୍ରପତି ନିର୍ବାଚିତ

କାଇରୋ,୧୯ା୧୨: ଇଜିପ୍ଟ ରାଷ୍ଟ୍ରପତି ଆବଡେଲ୍‌ ଫତାହ ଅଲ୍‌-ସିସି ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଆରବ ଜଗତର ଏହି ସବୁଠୁ ଜନବହୁଳ ରାଷ୍ଟ୍ରରେ ତାଙ୍କୁ ୮୯.୬ ପ୍ରତିଶତ ଭୋଟ ମିଳିଛି। ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଇଜିପ୍ଟରେ ରାଷ୍ଟ୍ରପତି ନିର୍ବାଚନ…

ଚିନ୍ତା ବଢାଇଲାଣି କେରଳ, ଗୋଟିଏ ଦିନରେ ୧୧୧ କରୋନା ସଂକ୍ରମିତ ଚିହ୍ନଟ

ଥିରୁଭାନନ୍ତପୁରମ,୧୯।୧୨: କରୋନା ମାମଲା କେରଳରେ ପୁଣି ଥରେ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଗୋଟିଏ ଦିନରେ ୧୧୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟରେ ହସ୍ପିଟାଲରେ ଚିକିତ୍ସା ହେଉ ନ ଥିବା ରୋଗୀଙ୍କ ସଂଖ୍ୟା୧,୬୩୪…

ଭୂକମ୍ପ ଝଟକାରେ ଥରିଲା ଚାଇନା, ୧୧୧ ମୃତ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ବେଜିଂ,୧୯।୧୨: ଉତ୍ତର-ପଶ୍ଚିମ ଚାଇନାର ଗାନସୁ ଏବଂ କଂଘଇ ପ୍ରଦେଶରେ ୬.୨ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଚାଇନାର ସରକାରୀ ସମ୍ବାଦ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୧୧ ଅତିକ୍ରମ କରିଛ। ରିପୋର୍ଟ ଅନୁଯାୟୀ, ପ୍ରବଳ ଭୂକମ୍ପ ଯୋଗୁଁ ଗାନସୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri